ETV Bharat / city

ପତ୍ନୀଙ୍କ ପରେ ପତିଙ୍କ ଆତ୍ମହତ୍ୟା, ଫିନାଇଲ ପିଇ ଗୁରୁତର ଥିଲେ ପତି

author img

By

Published : Jul 31, 2022, 6:52 PM IST

ପତ୍ନୀଙ୍କ ଆତ୍ମହତ୍ୟାର ୧୫ ଦିନ ପରେ ଗଲା ପତିଙ୍କ ଜୀବନ । ଯାହାକୁ ନେଇ ଭୁବନେଶ୍ବରର ସିଦ୍ଧେଶ୍ଵରି ଆପାର୍ଟମେଣ୍ଟରେ ଶୋକର ଛାୟା ଖେଳି ଯାଇଛି । ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଏବେବି ଅସ୍ପଷ୍ଟ । ଅଧିକ ପଢନ୍ତୁ

ପତ୍ନୀଙ୍କ ଆତ୍ମହତ୍ୟା ପରେ ଫିନାଇଲ ପିଇ ଥିବା ସ୍ବାମୀଙ୍କ ମୃତ୍ୟୁ

ଭୁବନେଶ୍ବର : ସହି ପାରିଲେନି ପତ୍ନୀଙ୍କ ବିଚ୍ଛେଦ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଲେ ଲକ୍ଷ୍ମୀସାଗର ଲୁଗା ବ୍ୟବସାୟୀ ସଞ୍ଜୟ ପେରିଓ୍ବାଲ। ୧୫ ତାରିଖ ଦିନ ପତ୍ନୀ ଆତ୍ମହତ୍ୟା କରିଥିବା ଜାଣିବା ପରେ ଫିନାଇଲ ପିଇ ଦେଇଥିଲେ ସଞ୍ଜୟ । ଶେଷରେ ଆଖି ବୁଜିଲେ ଲୁଗା ହୋଲସେଲ ବ୍ୟବସାୟୀ ସଞ୍ଜୟ ପେରିଓ୍ବାଲ । ଯାହାକୁ ନେଇ ଭୁବନେଶ୍ବରର ସିଦ୍ଧେଶ୍ଵରି ଆପାର୍ଟମେଣ୍ଟରେ ଶୋକର ଛାୟା ଖେଳି ଯାଇଛି ।

ସୂଚନା ଅନୁସାରେ, ଗତ ୧୫ ତାରିଖ ସକାଳେ ପୁଅ ଝିଅ ସ୍କୁଲକୁ ଯାଇଥିବା ବେଳେ ସ୍ବାମୀ ଲୁଗା ହୋଲସେଲ ସେଣ୍ଟରକୁ ଯାଇଥିଲେ । ପରେ ସ୍ତ୍ରୀ ଫୋନ ନ ଉଠାଇବାରୁ ଶଳାକୁ ଜଣାଇଥିଲେ । ଏନେଇ ଶଳା ତାଙ୍କର ଏକ ପୁତୁରାକୁ ଘରକୁ ପଠାଇଥିଲେ । ତେବେ ସ୍ତ୍ରୀ ସଞ୍ଜୁ ଆତ୍ମହତ୍ୟା କରିଥିବା ନେଇ ଖବର ପାଇବା ପରେ ସ୍ବାମୀ ଘରେ ପହଞ୍ଚିଥିଲେ । ପତ୍ନୀଙ୍କ ଝୁଲନ୍ତା ମୃତଦେହ ଦେଖି ନିଜେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସଞ୍ଜୟ । ଫଳରେ ତାଙ୍କର ପେଟ ଭିତରର ଅଧିକାଶ ଅଂଶ ପୋଡି ଯାଇଥିଲା । ଫଳରେ ସେ ଗୁରୁତର ଭାବେ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ । ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଲୁଗା ହୋଲସେଲ ବ୍ୟବସାୟୀ ଭାବେ ସଞ୍ଜୟ ବେଶ ପରିଚିତ ଥିଲେ । ସଞ୍ଜୟ ପେରିଓ୍ବାଲଙ୍କୁ ପତ୍ନୀ ସଞ୍ଜୁ ପେରିଓ୍ବାଲ ମଧ୍ୟ ବ୍ୟବସାୟରେ ସହଯୋଗ କରୁଥିଲେ । ତେବେ କେଉଁ କାରଣରୁ ପତ୍ନୀ ଆତ୍ମହତ୍ୟା କଲେ । ଏ ନେଇ ପୋଲିସ ସଞ୍ଜୟଙ୍କୁ ପଚରାଉଚରା କରିପାରି ନ ଥିଲା କାହିଁକିନା ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ଏହି ଦମ୍ପତିଙ୍କ ମୃତ୍ୟୁର ସସପେନ୍ସ ଏବେ ପୋଲିସ ପାଇଁ ମିଷ୍ଟ୍ରି ହୋଇ ରହିଛି ।

ଇଟିଭି ଭାରତ ,ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.