ETV Bharat / city

ମାସ୍କ, ପିପିଇ କିଟ୍ ପରେ ମୋବାଇଲ କିଣା ଦୁର୍ନୀତିର ପର୍ଦ୍ଦାଫାଶ କଲା କଂଗ୍ରେସ

କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ମୋବାଇଲ କିଣିଛନ୍ତି । ମୋବାଇଲ କିଣାରେ ବି ହୋଇଛି ଦୁର୍ନୀତି । ଏହି ଦୁର୍ନୀତି ନେଇ ଏବେ ମୁହଁ ଖୋଲିଛି କଂଗ୍ରେସ । ଅଧିକ ଖବର ପଢନ୍ତୁ...

author img

By

Published : Jul 6, 2020, 2:07 PM IST

ମାସ୍କ, ପିପିଇ କିଟ୍ ପରେ ମୋବାଇଲ କିଣା ଦୁର୍ନୀତିର ପର୍ଦ୍ଦାଫାଶ କଲା କଂଗ୍ରେସ
ମାସ୍କ, ପିପିଇ କିଟ୍ ପରେ ମୋବାଇଲ କିଣା ଦୁର୍ନୀତିର ପର୍ଦ୍ଦାଫାଶ କଲା କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାର ପ୍ରଦାନ କରିଥିବା ସ୍ପେସିଫିକେସନକୁ ବଦଳାଇ ରାଜ୍ୟ ମୋବାଇଲ କିଣିଛନ୍ତି । ମୋବାଇଲ କିଣାରେ ବି ହୋଇଛି ଦୁର୍ନୀତି । କେନ୍ଦ୍ର ସରକାରଙ୍କ ଚିଠି ଅନୁସାରେ, ମୋବାଇଲ କିଣି ଆଶାକର୍ମୀଙ୍କୁ ଦିଅ । ଆଶାକର୍ମୀଙ୍କ ପାଖରେ ମୋବାଇଲ ରହିଲେ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ସରକାରଙ୍କୁ ଦେଇପାରିବେ । ଏହି ଦୁର୍ନୀତି ନେଇ ଏବେ ମୁହଁ ଖୋଲିଛି କଂଗ୍ରେସ ।

ମୋବାଇଲର ବି ସ୍ପେସିଫିକେସନ ଥିଲା । ସ୍କ୍ରିନ 5.5ଇଞ୍ଚ୍, ମେମୋରୀ 16ଜିବି, ଆଣ୍ଡ୍ରୋଏଡ଼ 6.0 ର ମୋବାଇଲ କିଣିବା ପାଇଁ ଧାର୍ଯ୍ୟ କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାର ଯେଉଁ ସ୍ପେସିଫିକେସନ ମୋବାଇଲ କିଣିବାକୁ କହିଥିଲେ ସେହି ନିର୍ଦ୍ଦିଷ୍ଟ ସ୍ପେସିଫିକେସନ ରାଜ୍ୟସରକାର କିଣିଲେ ନାହିଁ ।

ରାଜ୍ୟ ସରକାର ଏକ ପ୍ରତିଷ୍ଠିତ କମ୍ପାନୀର (model A10S)10,999 ଟଙ୍କାରେ, 10 ହଜାର 950ଟି ମୋବାଇଲ କିଣିବା ପାଇଁ ସରକାର ଅର୍ଡର କଲେ । ଗୁରୁଗାଓଁର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅର୍ଡର ମଧ୍ୟ ଦିଆଗଲା ।

ମାତ୍ର ଯେଉଁ ମୋବାଇଲ କିଣାଗଲା ତାର ବଜାର ମୂଲ୍ୟ 8 ହଜାର 999 ଟଙ୍କା । କିନ୍ତୁ ସରକାର 10950 ଟଙ୍କାରେ କିଣିଛନ୍ତି । କେନ୍ଦ୍ର ସରକାରଙ୍କ ସ୍ପେସିଫିକେସନ ବଦଳାଇ ରାଜ୍ୟ ସରକାର6.2 ଇଞ୍ଚ ସ୍କ୍ରିନ, 32 ଜିବି, 4000mah ବ୍ୟାଟେରୀ ଥିବା ମୋବାଇଲ କିଣିଛନ୍ତି ।

କେବଳ ସେହି ପ୍ରତିଷ୍ଠିତ କମ୍ପାନୀକୁ ଦେବାକୁ ଏଭଳି ପରିବର୍ତ୍ତନ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ । ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି କଂଗ୍ରେସ ।

ତାଙ୍କ କହିବା କଥା ହେଲା ପୂର୍ବଥର ଭଳି ବିଜେଡି ମୁଖପାତ୍ର ନୁହେଁ,ସରକାର ନିଜେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ । ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ସୁଦର୍ଶନ ଦାସ, ଜ୍ଞାନ ବେଉରା, ମନୋରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.