ETV Bharat / city

ଲୁଟ ପରେ ଦୋକାନ ଭାଙ୍ଗିଦେଲେ ଦୁର୍ବୃତ୍ତ

author img

By

Published : Apr 28, 2021, 5:49 PM IST

ଭୁବନେଶ୍ୱରରେ ଦୋକାନରୁ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିବା ପରେ ଜେସିବି ସାହାର୍ଯ୍ୟରେ ଦୋକାନ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ....

ଲୁଟ ପରେ ଦୋକାନ ଭାଙ୍ଗିଦେଲେ ଦୁର୍ବୃତ୍ତ
ଲୁଟ ପରେ ଦୋକାନ ଭାଙ୍ଗିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଲୁଟ ପରେ ଦୋକାନ ଘର ଭାଙ୍ଗିଦେଲେ ଦୁର୍ବୃତ୍ତ । ଭୁବନେଶ୍ୱର ସ୍ଥିତ ଚିନ୍ତାମଣିଶ୍ୱର ମନ୍ଦିର ନିକଟରେ ଥିବା ଏକ ଦୋକାନରୁ କିଛି ଦୁର୍ବୃତ୍ତ ନୁଟ୍ କରିବା ପରେ ଭାଙ୍ଗି ଦେଇଥିବା ଜଣାପଡିଛି ।

ଲୁଟ ପରେ ଦୋକାନ ଭାଙ୍ଗିଦେଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଦୋକାନରୁ ବହୁ ମୂଲ୍ୟର କ୍ୟାମେରା, ବ୍ୟାଟେରୀ ଓ ଅନ୍ୟାନ୍ୟ ମାମଗ୍ରୀ ଲୁଟ କରିବା ପରେ ଦୋକାନ ଘରଟିକୁ ସମ୍ପୂର୍ଣ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ତେବେ ଜେସିବି ସାହାଯ୍ୟରେ ଦୋକାନକୁ ଭଙ୍ଗା ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଚିନ୍ତାମଣିଶ୍ୱର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ । ଲଷ୍ମୀସାଗର ଥାନା ଅଧିକାରୀ ଓ ସ୍ଥାନୀୟ କର୍ପୋରେଟର ଆସି ବୁଝାସୁଝା କରିବା ପରେ ଅବରୋଧ ହଟିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଭୁବନେଶ୍ୱରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.