ETV Bharat / city

ବଢିଲା ତେଲ ଦର, ଅସନ୍ତୋଷ ଗ୍ରାହକ - HIKE

ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ମହଲରେ ଅସନ୍ତୋଷ ଦେଖଦେଇଛି । ଏହା ସାଧାରଣ ଜନତାଙ୍କ ପାଇଁ ଆହୁରି କଷ୍ଟକର ହୋଇପଡିବ । କାରଣ ପ୍ରତିଦିନ ଗାଡି ଚଳାଚଳର ନିହାତି ଆବଶ୍ୟକତା ରହିଛି ବୋଲି କହିଛନ୍ତି ଗ୍ରାହକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : Jul 6, 2019, 12:55 PM IST

ଭୁବନେଶ୍ବର: ତୈଳ ମାର୍କେଟ ଉପରେ ପଡ଼ିଛି 2019-20 ଆର୍ଥିକ ବର୍ଷର ବଜେଟ ପ୍ରଭାବ। ଆଜି ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା 2.45 ପଇସା ଓ ଡିଜେଲ ଲିଟର ପିଛା 2.36 ପଇସା ବୃଦ୍ଧି ପାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ପ୍ରକାଶ ଯେ, ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ଶୁକ୍ରବାର 68 ଟଙ୍କା 86 ପଇସା ଓ ଡିଜେଲ 69 ଟଙ୍କା 41 ପାଇସା ଥିଲା । ଆଜି ପେଟ୍ରୋଲ ଦର ରହିଛି 71 ଟଙ୍କା 31 ପଇସା ଏବଂ ଡିଜେଲ ଦର ରହିଛି 71 ଟଙ୍କା 77 ପାଇସା ।

ଏପଟେ ତେଲ ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ତେଲ ଦର ବଢିବା ଦ୍ବାରା ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବେ। ଏପରିକି ନିର୍ବାଚନପରେ ତୈଳ ଦର କମାଇବା ପାଇଁ ମିଳିଥିଲା ପ୍ରତିଶୃତି ହେଲେ ଏହାର ଓଲଟା ଦେଖିବାକୁ ମିଳିଛି ବୋଲି ଜଣେ ଗ୍ରାହକ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ବଢିଲା ପେଟ୍ରୋଲ ଦରBody:ପେଟ୍ରୋଲ ଦର ନେଇ ବଢୁଛି ଅସନ୍ତୋଷ ,ଦେଖନ୍ତୁ ଗ୍ରାହାକଂକ ପ୍ରତିକ୍ରିୟାConclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.