ଭୁବନେଶ୍ବର: ସାମ୍ନାକୁ ଆସିଲା ସାଧାରଣ ଲୋକଙ୍କ ଠାରୁ ଆଦାୟ ହୋଇଥିବା ଜୋରିମାନା ଟଙ୍କାର ପରିମାଣ । ମାତ୍ର 2 ମାସର ସମୟ ଅବଧି ମଧ୍ୟରେ କୋଟିଏରୁ ଅଧିକ ଟଙ୍କା ଜୋରିମାନା ଆଦାୟ ହୋଇଥିବା ଜଣାପଡିଛି । ନୂଆ ମୋଟର ଯାନ ଆଇନ ରାଜ୍ୟରେ ଲାଗୁ ହେବା ପରେ କଠୋର ହୋଇଥିଲା ପରିବହନ ବିଭାଗ । ସେପ୍ଟେମ୍ବର1ରୁ ନଭେମ୍ବର1 ମଧ୍ୟରେ ଲାଇସେନ୍ସ, ବୀମା, ପ୍ରଦୂଷଣ ପ୍ରମାଣପତ୍ର ନଥାଇ ଗାଡି ଚଳାଇବା, ମଦ୍ୟପାନ ଆଦି ବାବଦରେ ଆଦାୟ କରାଯାଇଥିଲା । ଜୋରିମାନା ବାବଦକୁ ଆଦାୟ ହୋଇଥିବା ଏହି ଟଙ୍କାର ପରିମାଣ 1 କୋଟି 5 ଲକ୍ଷ 34 ହଜାର ଟଙ୍କା ବୋଲି ସ୍ପଷ୍ଟ ହୋଇଛି ।
![Motor vehicle Act fine](https://etvbharatimages.akamaized.net/etvbharat/prod-images/5060155_ddfshsjs.jpg)
ବିନା ଡ୍ରାଇଭିଂ ଲାଇସେନ୍ସ 5317 ଜଣଙ୍କ ଠାରୁ ଆଦାୟ ହୋଇଛି 46, 00850 ଟଙ୍କା । ଏଥିମଧ୍ୟରେ 2206 ଦୁଇ ଚକିଆ, 495 ଚକିଆ, 1631ଟି 4 ଚକିଆ ଯାନ ରହିଛି। ବିନା ବୀମାରେ 2111 ଜଣ ବ୍ୟକ୍ତିଙ୍କ ଠାରୁ ଆଦାୟ ହୋଇଛି 13,79,700 ଟଙ୍କା । ସେଥିମଧ୍ୟରେ 999 ଦୁଇ ଚକିଆ, 329ଟି 3 ଚକିଆ, 558ଟି 4 ଚକିଆ ଯାନ ରହିଛି।
![Motor vehicle Act fine](https://etvbharatimages.akamaized.net/etvbharat/prod-images/5060155_bbsr.jpg)
ବିନା ପ୍ରଦୂଷଣ ସାର୍ଟିଫିକେଟରେ 1177 ଜଣଙ୍କଠାରୁ ଆଦାୟ ହୋଇଛି 38,16,110 ଟଙ୍କା । 679 ଦୁଇ ଚକିଆ, 175 ତିନି ଚକିଆ, 287 ଚାରି ଚକିଆ ରହିଛି। 490 ମଦୁଆ ଡ୍ରାଇଭର ଚିହ୍ନଟ ହୋଇଥିଲେ। ସେମାନଙ୍କ ଠାରୁ 7,38,100 ଟଙ୍କା ଆଦାୟ ହୋଇଛି। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଏକ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ