ETV Bharat / city

ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ସମୀକ୍ଷା ବୈଠକ

ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବସିଲା ରାଜ୍ୟ କଂଗ୍ରେସର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଦଳୀୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଦଳର ସମସ୍ତ ତୁଙ୍ଗନେତା ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ସମୀକ୍ଷା ବୈଠକ
ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ସମୀକ୍ଷା ବୈଠକ
author img

By

Published : Mar 3, 2022, 9:56 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ବସିଲା ରାଜ୍ୟ କଂଗ୍ରେସର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଦଳୀୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ଦଳର ସମସ୍ତ ତୁଙ୍ଗନେତା ସାମିଲ ହୋଇଥିଲେ ।

ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ସମୀକ୍ଷା ବୈଠକ

ବୈଠକରେ ଦଳର କାହିଁକି ପରାଜୟ ହେଲା? କେଉଁଠି ଦଳ ଭୁଲ କଲା, ଆଗକୁ କଣ ହେବ ? ସରକାରଙ୍କ ବିଫଳତାକୁ ଜନମତରେ କିପରି ରୂପାନ୍ତରିତ କରାଯାଇ ପାରିବ ସେନେଇ ତମାମ ଆଲୋଚନା କରାଯାଇଛି । ଏହାସହ ଦଳର ସାଂଗଠନିକ ଶକ୍ତିକୁ କିଭଳି ଅଧିକ ସୁଦୃଢ କରାଯାଇ ପାରିବ ତାହାର ମଧ୍ୟ ଆଲୋଚନା ହୋଇଛି ।

ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଦଳକୁ ଅଧିକ ସଂଗଠିତ କରାଯିବ । ଡିଜିଟାଲ ମୋଡରେ ମେମ୍ବରସିପ ଗ୍ରହଣ କରାଯିବ । କଂଗ୍ରେସ ସଦସ୍ୟତା ଗ୍ରହଣ ଅଭିଯାନ ଆରମ୍ଭ ହୋଇସାରିଛି । ମେମ୍ବରସିପ କିପରି ବଢିବ, ତାର ଗାଇଡଲାଇନ କିଭଳି ରହିବ ତା ଉପରେ ଆଲୋଚନା ହୋଇଛି । ଯାହା ମାର୍ଚ୍ଚ ୩୧ ସୁଦ୍ଧା ସରିବ । ଏହାବାଦ ପୌର ନିର୍ବାଚନରେ ଦଳ କିଭଳି ସଫଳତା ପାଇବ, କେମିତି ସଂଗଠିତ ହୋଇ ଲଢେଇ କରିବ ସେନେଇ ଆଲୋଚନ ହୋଇଥିବା କହିଛନ୍ତି ପିସିସି ସଭାପତି ।

ସେହିପରି ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କହିଛନ୍ତି କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ମୁଁ କେଉଁଠି ଓଡିଶା ଭଳି ରାଜ୍ୟ ଦେଖିନାହିଁ । ଯେଉଁଠି ସରକାରୀ ଅଧିକାରୀ ନିର୍ବାଚନରେ ଟଙ୍କା ବାଣ୍ଟନ୍ତି। ରାଜ୍ୟର ବିକାଶ ବିଜେଡି ନେତାଙ୍କ ପକେଟରେ ରହିଛି । ଜନତାଙ୍କ ଟଙ୍କାକୁ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି। ଆମର ଲଢେଇ ବିଜେଡି ଏବଂ ବିଜେପି ବିରୋଧରେ ଜାରି ରହିବ। କୋଟି କୋଟି ଟଙ୍କା ଭୋଟ ପାଇଁ ବିଜେଡି ଖର୍ଚ୍ଚ କରୁଥିବା ବେଳେ କଂଗ୍ରେସର ଭୋଟ ବଜାୟ ରହିଥିବା ସେ କହିଛନ୍ତି ।

ଏହି ବୈଠକରେ ପିସିସି ସଭାପତି ରାଜ୍ୟ କଂଗ୍ରେସ ପ୍ରଭାରୀ, ସମସ୍ତ ବିଧାୟକ, ସାଂସଦ ଓ ଅନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.