ଭୁବନେଶ୍ବର: ଆଜି ମିଠାରେ ମାତାଲ ଟ୍ବିଟର । ସବୁଆଡେ ଛାଇ ହୋଇଯାଇଛି ରସଗୋଲା ଫଟୋ । ସେଲିବ୍ରେସନ ମୁଡରେ ୟୁଜର୍ସ । ଟ୍ବିଟର କହୁଛି ରସଗୋଲା କାହାଣୀ । ବିଧାୟକ, ମନ୍ତ୍ରୀଙ୍କ ମୁହଁରେ ବି ‘ମିଠା’ କଥା । କାହିଁକି ନା ଓଡିଶାର ଅବହେଳା ଯୋଗୁଁ ଯେଉଁ ଜିଆଇ ଟ୍ୟାଗ ପଶ୍ଚିମବଙ୍ଗ କବଜା କରିନେଇଥିଲା, ଆଜି ତାହା ଓଡିଶା ନାଁରେ । ଓଡିଶା ରସଗୋଲା କୁ ମିଳିଛି ଜିଆଇ ମାନ୍ୟତା ।
ଛେନାରେ ତିଆରି ଏହି ରସଗୋଲାକୁ ସମସ୍ତେ ଖାଇବାକୁ ଭଲପାଆନ୍ତି । ବର୍ଷ ବର୍ଷ ଧରି ଏହି ରସଗୋଲା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗି ଆସୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଓଡିଶା ପାଇଁ ଏହା ଏକ ମିଠା ଖବର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।