ETV Bharat / city

ଦୁର୍ଦ୍ଦଶାରେ ଫନି ବିପନ୍ନ: ଦେଢମାସ ପରେ ବି ଅନ୍ଧାରର ରାଜୁତି - ଅନ୍ଧାରର ରାଜୁତି

ବାତ୍ୟା ଫନିକୁ ଦେଢ଼ ମାସ ବିତିଯାଇଥିଲେ ବି ପରିସ୍ଥିତି ସ୍ୱାଭାବିକ ହେଉନାହିଁ । ଏବେବି ଅନ୍ଧାରରେ ଜୀବନ କାଟୁଛନ୍ତି ବାଲିପାଟଣାର ଅନେକ ପଞ୍ଚାୟତବାସୀ । ଏନେଇ ବିଭାଗୀୟ ଅଧିକାରୀ କ୍ୟାମେରା ସାମନାରେ କିଛି କହୁ ନାହାଁନ୍ତି । କେବେ ପାଇବେ ଏମାନେ ବିଜୁଳି ଆଲୋକ ତାକୁ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ?

ଫଟୋସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 15, 2019, 9:17 PM IST

ଭୁବନେଶ୍ବର: ଫନି ବାତ୍ୟାକୁ ଏହା ଭିତରେ ବିତି ଯାଇଛି ଦେଢମାସ । ହେଲେ ଏବେବି ଜୀବନ୍ତ କ୍ଷତଚିହ୍ନ । ଦେଢମାସ ପରେ ବି ବିଜୁଳି ଆଲୋକ ଦେଖିବାରୁ ବଞ୍ଚିତ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକର ଅନେକ ପଞ୍ଚାୟତବାସୀ । ଏଠାରେ ଖରା ଦାଉ ଠାରୁ ବଳି ଯାଉଛି ବିଜୁଳି କଷ୍ଟ । ଦିନ ବେଳା ଯେନତେନ କଟି ଯାଉଛି, କିନ୍ତୁ ରାତି ହେଲେ ସତେ ଯେମିତି ମାଡି ଆସୁଛି ବିପତ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷକରି ଜୟଦେବ ନିର୍ବାଚନୀ ମଣ୍ଡଳୀର ଅନେକ ପଞ୍ଚାୟତବାସୀ ଅନ୍ଧାରରେ ଦିନ କାଟୁଛନ୍ତି । ଅନ୍ୟାନ ସ୍ଥାନ ଭଳି ଏଠାରେ ମଧ୍ୟ ତାଣ୍ଡବ ରଚିଥିଲା ଫନି । ଫନିମାଡରେ ଘାଇଲା ହୋଇଥିଲା ବାଲିପାଟଣାର ଅନେକ ପଞ୍ଚାୟତ । ଘରଦ୍ବାର ଭାଙ୍ଗିରୁଜି ଯାଇଥିଲା । ଶହ ଶହ ଗଛ ଉପୁଡି ପଡିଥିଲା । ତା ସହ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ବିଦ୍ୟୁତ୍ ସେବା । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଗୁଡିକ ଉପୁଡି ପଡିଥିଲା । ଯାହାର ପରିଣାମ ସ୍ବରୂପ ଆଜି ଯାଏଁ ବିଜୁଳି ଟିକେ ପାଇ ପାରୁ ନାହାନ୍ତି ଏଠାକାର ଲୋକେ । ଅନ୍ୟସ୍ଥାନ ଭଳି ଏଠାରେ ବି ଚାଲିଛି ବିଦ୍ୟୁତ୍ ମରାମତି କାମ । କିନ୍ତୁ ଗାଁ ଗୁଡିକୁ ଆଲୋକ ଆସି ପାରୁନି । ଫଳରେ ବିନା ଆଲୁଆରେ ଜୀବନ ହୋଇପଡିଲାଣି ଦୁର୍ବିଶହ ।

ତେବେ ଦୀପ ତଳ ଅନ୍ଧାର ଭଳି ଭୁବନେଶ୍ବର ଉପକଣ୍ଠରେ ଏପର୍ଯ୍ୟନ୍ତ ଲୋକଙ୍କୁ ମିଳିନି ବିଜୁଳି । ଏନେଇ ଗ୍ରାମବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ନେଇ ଅଭିଯୋଗ କରିଛନ୍ତି । ତେବେ କେବେ ପୁଣି ଥରେ ବିଜୁଳି ପାଇବେ ବାଲିପାଟଣାବାସୀ ? ଏନେଇ ଆମେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗଯୋଗ କରିଥିଲୁ । କିନ୍ତୁ ସେ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

xfygm,

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.