ETV Bharat / city

ଭଦ୍ରକରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଚେର, ଜାଲ ସାର୍ଟିଫିକେଟରେ ଚାଲିଛି କଲେଜ ଆଡମିଶନ

author img

By

Published : Apr 5, 2022, 1:35 PM IST

Updated : Apr 5, 2022, 5:48 PM IST

ପିଲାଙ୍କ ଭବିଷ୍ୟତ ସହ ଚାଲିଛି ଖେଳ । ଏହି ଚେର ଭଦ୍ରକ ଠୁ ରାଜଧାନୀର ପ୍ରତିଷ୍ଠିତ କଲେଜ ପର୍ଯ୍ୟନ୍ତ ଲମ୍ବିଛି । ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ଦେଖାଇ ପିଲାଙ୍କ ଭବିଷ୍ୟତ ସହିତ ଖେଳ ଚାଲିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଭଦ୍ରକରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଚେର, ଜାଲ ସାର୍ଟିଫିକେଟରେ ଚାଲିଛି କଲେଜ ଆଡମିଶନ
ଭଦ୍ରକରୁ ରାଜଧାନୀ ପର୍ଯ୍ୟନ୍ତ ଲମ୍ବିଛି ଚେର, ଜାଲ ସାର୍ଟିଫିକେଟରେ ଚାଲିଛି କଲେଜ ଆଡମିଶନ

ଭୁବନେଶ୍ବର: ଭଦ୍ରକ ପରେ ଏବେ ରାଜଧାନୀ ଭୁବନେଶ୍ବରରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ୍‌ରେ ହେଉଛି କଲେଜ ଆଡମିସନ । ତିନି ବର୍ଷର ତଥ୍ୟ ଯାଞ୍ଚ ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିଶନ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି ।

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏନେଇ ଏତଲା ଦେଇଛନ୍ତି । ପୋଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜ ପ୍ରିନ୍ସିପାଲ । ତେବେ ସୂଚନା ଥାଉ କି ପୂର୍ବରୁ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ବଳରେ ଚାଲିଥିଲା ଆଡମିଶନ ।

ଏହା ବି ପଢନ୍ତୁ- ଭବିଷ୍ୟତ ସହ ଖେଳ ! ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିଶନ, କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ଖବର

ଏହି ଘଟଣା ସାମନାକୁ ଆସିବା ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଥିଲା । ଅନ୍ୟପଟେ ଅଯୋଗ୍ୟ ପିଲାଙ୍କ ଆଡମିଶନ ଯୋଗୁଁ ଯୋଗ୍ୟ ପିଲା ଆଡମିଶନରୁ ବାଦ ପଡୁଛନ୍ତି । ତେବେ ଏହି ଜାଲ ପ୍ରମାଣପତ୍ର କେମିତି ପ୍ରସ୍ତୁତ ହେଲା ଓ କିଏ କଲା ସେ ନେଇ ତଦନ୍ତ କରିବାକୁ ଦାବି ହୋଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 5, 2022, 5:48 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.