ETV Bharat / city

ଚକାଡୋଳା ଜଳିବା ପରେ ସୁରକ୍ଷା ଚିନ୍ତା, ବସ ମାଲିକଙ୍କୁ ଚିଠି ଲେଖିବ ପରିବହନ ବିଭାଗ

ବରମୁଣ୍ଡା ବସ ପୋଡି ଘଟଣା ପରେ ଚେତିଛି ପରିବହନ ବିଭାଗ । ଏଣିକି ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବସ ସୁରକ୍ଷିତ ଅଛି ନାହିଁ ସେନେଇ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ ବୋଲି ଜଣାପଡିଛି ।

author img

By

Published : Aug 29, 2019, 5:00 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବରମୁଣ୍ଡା ବସ ପୋଡି ଘଟଣା ପରେ ଚେତିଛି ପରିବହନ ବିଭାଗ । ଏଣିକି ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବସ ସୁରକ୍ଷିତ ଅଛି ନାହିଁ ସେନେଇ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରାଯିବ ବୋଲି ଜଣାପଡିଛି । ଯଦି କୌଣସି ବସରେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ଥିବା ବିଭାଗକୁ ଆଶଙ୍କା ହୁଏ ତେବେ ସେ ବସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସବୁ ବସ ମାଲିକଙ୍କୁ ଖୁବଶୀଘ୍ର ଚିଠି କରାଯିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହା ସହ ଯେପରି ଗାଡି ଚଲାଇବାକୁ ଲାଇସେନ୍ସ ଦରକାର ସେହିଭଳି ଗାଡିରେ ଅଗ୍ନୀ ନିରାପକ ଯନ୍ତ୍ରକୁ ବ୍ୟବହାର କରିବା ପାଇଁ ସ୍ବତନ୍ତ୍ର ତାଲିମ ଆବଶ୍ୟକ । ତେଣୁ ବସ ମାଲିକଙ୍କୁ ଏ ବାବଦରେ ପରାମର୍ଶ ଦିଆଯିବ ବୋଲି ଜଣାପଡିଛି ।

ସୂଚନା ଥାଉକି, ବୁଧବାର ବରମୁଣ୍ଡା ବସଷ୍ଟାଣ୍ଡରେ ଚକାଡୋଳା ନାମକ ଏକ ବସରେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ପ୍ରାୟ 30 ମିନିଟରେ ବସ ପାଉଁଶ ହୋଇଯାଇଥିଲା । ତେବେ ପ୍ରଶ୍ନ ଉଠୁଛି, ବସ ଭିତରେ କ’ଣ ଅଗ୍ନିନିର୍ବାପକ ଯନ୍ତ୍ର ନଥିଲା । ବସ ସୁରକ୍ଷାରେ ବସ ମାଲିକ ମାନେ ଅବହେଳା କରୁଛନ୍ତି କି ? ରାତ୍ରିକାଳୀନ ବସ କିଭଳି ଭାବରେ ବିନା ସୁରକ୍ଷାରେ ଯାତ୍ରା କରୁଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ବରମୁଣ୍ଡା ବସରେ ନିଆଁ ଲାଗିବା ଘଟଣା, ବସ ମାଲିକଙ୍କୁ ଚିଠି ଦେବ ପରିବହନ ବିଭାଗ।

ବରମୁଣ୍ଡା ବସ ପୋଡି ଘଟଣା ରେ ପରିବହନ ବିଭାଗ ଏହାକୁ ଗୁରୁତର ସହ ନେଇଛି। ବସ ରେ ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ପୂର୍ଣ୍ଣ ବସ ସୁରକ୍ଷିତ ଅଛି ନା ନଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ କରାଯିବ।ଯଦି କୌଣସି ବସ ରେ ଏପରି ଭାବରେ ଘଟଣା ଦେଖାଦିଏ ତେବେ କାର୍ଯ୍ୟାନୁଷ୍ଠାନ କରାଯିବ। ସମସ୍ତ ବସ ମାଲିକଙ୍କୁ ଏହି ବାବଦରେ ଚିଠି କରାଯିବ।

Body:

ବରମୁଣ୍ଡା ବସ ଷ୍ଟାଣ୍ଡ ରାଜ୍ୟର ସବୁଠୁ ବଡ ବସ ଷ୍ଟାଣ୍ଡ। ପ୍ରତେକ ଦିନ ସବୁ ଅଂଚଳରୁ ସହ ସହ ବସ ଯାତାୟାତ କରିଥାଏ। ତେଣୁ କରି ବରମୁଣ୍ଡା ବସ ଷ୍ଟାଣ୍ଡ ରେ କୌଣସି ଅଗ୍ନି ନିରାପକ ଯନ୍ତ୍ର ନଥିବା ବେଳେ ବସ ରେ ମଧ୍ୟ ନଥିବା ସନ୍ଦେହ ସୃଷ୍ଟି କେହୁଛି।ଯେପରି ଭାବରେ ଗାଡି ଚଳେଇବାକୁ ଲାଇସେନ୍ସ ଆବଶ୍ୟକ ପଡିଥାଏ। ସେହିପରି ଭାବରେ ଗାଡି ରେ ଥିବା ଅଗ୍ନି ନିରାପକ ଯନ୍ତ୍ର କୁ ବ୍ୟବହାର କରିବା ପାଇଁ ସ୍ୱତନ୍ତ୍ର ତାଲିମ ଆବଶ୍ୟକ। ତେଣୁ ବସ ମାଲିକ ମାନଙ୍କ ସହ ଏହି ବାବଦରେ ଆଲୋଚନା କରି ସଚେତନାତା କରିବା ସହ କିଭଳି ଭାବରେ ସେଗୁଡିକକୁ ବ୍ୟବହାର କରାଯିବ ସେନେଇ ମଳିକାମଙ୍କୁ ପରାମର୍ଶ କରାଯିବ।
ସୂଚନା ଅନୁଯାୟୀ, ଚକାଡୋଳା ବସ। ଭୁବନେଶ୍ୱର ରୁ ମୁଖୀଗୁଡା ଯାତାୟାତ କରେ। ମଙ୍ଗଳବାର ରାତି ରେ ମୁଖୀଗୁଡ଼ାରୁ ବାହାରି ସକାଳ ସମୟରେ ବରମୁଣ୍ଡା ଷ୍ଟାଣ୍ଡ ରେ ପହଞ୍ଚିଥିଲା। ଡ୍ରାଇଭର ସେଠାରେ ଗାଡି ପର୍କିଙ୍ଗ କରି ବିଶ୍ରାମ କରିବା ପାଇଁ ବାହାରକୁ ଯାଇଥିଲା। ତେବେ କଣ୍ଡକ୍ଟର ଗାଡି ଭୁତରେ ବିଶ୍ରାମ ନେଉଠୁବା ଅବସ୍ଥାରେ ବସ ରେ ନିଅଇଁ ଲାଗିଯାଇଥିଲା। ଯାହା ଫଳରେ କଣ୍ଡକ୍ଟର ଭୟରେ ବାହାରକୁ ଆସି ନିଆଁ କୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ବସ ଜଳିଯାଇଥିଲା। ଦେଖୁ ଦେଖୁ ପ୍ରାୟ 30 ମିନିଟସ ରେ ବସ ପାଉସ ହୋଇଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ବସ ଭୁତରେ କଣ ଅଗ୍ନି ନିରାପକ ଯନ୍ତ୍ର ନଥିଲା। ବସ ର ସୁରକ୍ଷାରେ ବସ ମାଲିକ ମନେ ଅବହେଳା କରୁଛନ୍ତି କି। ରାତ୍ରିକାଳୀନ ବସ କିଭଳି ଭାବରେ ବିନା ସୁରକ୍ଷାରେ ଯାତ୍ରା କରୁଛି।

Byte- ପ୍ରଦୀପ୍ତ ରଞ୍ଜନ ମହାନ୍ତି, ଆର୍ଟିଓ1
Byte- ସେକ କଲାମ ଉଧୀନ, ରାଜଧାନୀ ବସ ସଂଘର ସଭାପତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.