ETV Bharat / city

କୋରୋନାକୁ ମାତ ଦେଲେ ବୃଦ୍ଧ ଦମ୍ପତି, ଟ୍ବିଟ କରି ଶୁଭକାମନା ଜଣାଇଲେ ନବୀନ - an old couple beat Corona

କେନ୍ଦ୍ରାପଡାର ୮୫ ବର୍ଷୀୟ ସୁରେନ୍ଦ୍ର ପତି ଓ ତାଙ୍କର 78 ବର୍ଷୀୟ ପତ୍ନୀ ସାବିତ୍ରୀ ପତି ଉଭୟ କୋରୋନା ସଂକ୍ରମିତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲାର କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ସେଠାରେ ଚିକିତ୍ସା ହେବା ପରେ ଗତ 17 ତାରିଖରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତ ଜୁଲାଇ 17 ତାରିଖରେ ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳ ଏସମ୍ପର୍କରେ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ଟ୍ବିଟ୍ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଟ୍ବିଟ୍ କରି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

After an old couple beat Corona CM Naveen patnaik congratulation tweeted
କୋରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ନବୀନ
author img

By

Published : Jul 18, 2020, 3:50 PM IST

ଭୁବନେଶ୍ବର: ରାଜ୍ୟରେ ମହାମାରୀ କୋରୋନାର ପ୍ରଳୟ ଜାରି ରହିଛି । ଏହି ପ୍ରାଣଘାତକ ଭୂତାଣୁ ଅନେକଙ୍କୁ ଗ୍ରାସ କରିବା ସହ ଅନେକଙ୍କ ପ୍ରାଣବାୟୁ ଛଡାଇ ନେଉଛି । ଏମିତି ସ୍ଥିତିରେ କେନ୍ଦ୍ରାପଡା ଜିଲ୍ଲାର ଜଣେ ବୃଦ୍ଧ ଦମ୍ପତି କୋରୋନାକୁ ହରାଇବାରେ ସଫଳ ହୋଇଛନ୍ତି । ଉଭୟ ଦମ୍ପତି ସୁସ୍ଥ ହେବା ପରେ ସେମାନଙ୍କୁ କୋଭିଡ କେୟାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । 85 ବର୍ଷିୟ ସୁରେନ୍ଦ୍ର ପତି କ୍ୟାନସରରେ ପୀଡିତ ଥିବାବେଳେ ତାଙ୍କ ପତ୍ନୀ ସାବିତ୍ରୀ ପତିଙ୍କ ବୟସ 78 ବର୍ଷ ।

After an old couple beat Corona CM Naveen patnaik congratulation tweeted
କୋରୋନାକୁ ମାତ୍ ଦେଲେ ବୃଦ୍ଧ ଦମ୍ପତି, ଟ୍ବିଟ କରି ଶୁଭେଚ୍ଛା ଜଣାଇଲେ ନବୀନ

ଗତ ଜୁଲାଇ 17 ତାରିଖରେ ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳ ଏସମ୍ପର୍କରେ ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ । ଏଥିସହ ଉଭୟ ଦମ୍ପତିଙ୍କୁ ଶୁଭକାମନା ଜଣାଇବା ସହ ଅନ୍ୟମାନଙ୍କ ପାଇଁ ଏହି ମହାମାରୀକୁ ହରାଇବା ଦିଗରେ ଉଭୟ ପ୍ରେରଣାର ସାଜିବେ ବୋଲି କହିଥିଲେ ।

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଏହି ଟ୍ବିଟ୍ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଟ୍ବିଟ୍ କରି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଉଭୟ ଦମ୍ପତି ଏଭଳି ସଙ୍କଟ ସମୟରେ ଏକ ଅଜଣା ଶକ୍ତି ବିରୋଧରେ ଲଢି ହାସଲ କରିଥିବା ବିଜୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ଉଲ୍ଲେଖ କରିଛନ୍ତି ।

ପ୍ରକାଶ ଥାଉ କି, କେନ୍ଦ୍ରାପଡାର ୮୫ ବର୍ଷୀୟ ସୁରେନ୍ଦ୍ର ପତି ଓ ତାଙ୍କର 78 ବର୍ଷୀୟ ପତ୍ନୀ ସାବିତ୍ରୀ ପତି ଉଭୟ କୋରୋନା ସଂକ୍ରମିତ ହୋଇଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ଜିଲ୍ଲାର କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ସେଠାରେ ଚିକିତ୍ସା ହେବା ପରେ ଗତ 17 ତାରିଖରେ ଉଭୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ସୁରେନ୍ଦ୍ର ଜଣେ କ୍ୟାନସ ପୀଡିତ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.