ଭୁବନେଶ୍ବର: ଦୀର୍ଘ ୨ମାସ ୩ଦିନ ପରେ ଖୋଲିଲା ସ୍କୁଲ। ଆରମ୍ଭ ହେଲା ପାଠପଢା। ଏତେ ଦିନ ଧରି ଖରାଛୁଟି ପରେ ଆଜି ଖୋଲିଛି ସ୍କୁଲ। ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମ ଦେଖିବାକୁ ମିଳିଛି। ତେବେ ପୁର୍ଣ୍ଣ ମାତ୍ରାରେ ଉପସ୍ଥାନ ନଥିଲେ ମଧ୍ଯ କିଛି ଛାତ୍ରଛାତ୍ରୀ ସ୍କୁଲରେ ଯୋଗ ଦେଇଛନ୍ତି। ଯାହାକୁ ନେଇ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ପାଠ ପଢାଇବା ଆରମ୍ଭ କରିଦେଇଛନ୍ତି।
ତେବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା ୨୬ ତାରିଖରେ ସ୍କୁଲ ଖୋଲିବାର ଥିଲା । ମାତ୍ର ପାଗରେ ପରିବର୍ତ୍ତନ ଯୋଗୁଁ ହଠାତ ସ୍କୁଲ ଖୋଲିବା ନେଇ ନିଷ୍ପତି ନିଆଯାଇଥିଲା। ଏନେଇ ବିଜ୍ଞପ୍ତି ଜରିଆରେ ସରକାର ଘୋଷଣା କରିଥିଲେ।
ମେ’ ୪ ପରିବର୍ତ୍ତେ ଗତ ଏପ୍ରିଲ ୧୮ ତାରିଖରୁ ଛୁଟି ଘୋଷଣା କରାଯାଇଥିଲା। ଯାହାକି ଦୀର୍ଘ ୨ମାସ ତିନି ଧରି ଛୁଟି ରହିଥିଲା । ୧୦ ଦିନ ଅଧିକ ଛୁଟି ଯୋଗୁଁ ପାଠପଢା ଓ ସିଲାବସରେ ରହିଥିବା ପାଠ ସାରିବା ସ୍କୁଲ କତ୍ତୃପକ୍ଷଙ୍କ ପାଇଁ ଚ୍ଯାଲେଞ୍ଜ ସୃଷ୍ଟି କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ