ଭୁବନେଶ୍ବର: ସ୍ଥାନୀୟ ପ୍ରଦର୍ଶନ ପଡିଆରେ ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା-2020। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା ଫେବୃଆରୀ 9 ତାରିଖ ଯାଏଁ ହେବାକୁ ଥିବା ଏହି ରାଜ୍ୟସ୍ତରୀୟ ମେଳାରେ ଆଦିବାସୀ ଗ୍ରାମ, ଆଦିବାସୀ ହାଟ, କଳା ସାମଗ୍ରୀ, ଆଦିବାସୀ ଖାଦ୍ୟ ବଜାର, ଆଦିବାସୀ ଲୋକକଳା ନୃତ୍ୟ, କଳା ଗ୍ରାମ ଆଦି ଦେଖିବାକୁ ମିଳିବ।
ଚଳିତ ଥର ଆଦିବାସୀ ମେଳାରେ ମୋଟ 262ଟି ଷ୍ଟଲ ଖୋଲାଯାଇଛି। ଆଦିବାସୀ ଗ୍ରାମରେ 21ଟି ଆଇଟିଡିଏ, 3ଗୋଟି ମାଇକ୍ରୋ ପ୍ରୋଜେକ୍ଟ ଦ୍ବାରା ନିର୍ମିତ ବିଭିନ୍ନ ଜନଜାତିଙ୍କ 24 ଗୋଟି ପାରମ୍ପରିକ ଗୃହ ସହ ଗୃହ ଉପକରଣ, ଆଦିବାସୀ ଚଳଣି, ପରମ୍ପରାର ଝଲକ ଏହି ମେଳାରେ ପ୍ରଦର୍ଶିତ ହୋଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ