ETV Bharat / city

ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ, ଆଦିତ୍ୟ ଲେଖିଥିଲେ ସୁଇସାଇଡ ନୋଟ

author img

By

Published : Jul 23, 2020, 11:26 AM IST

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ । ସୁଇସାଇଡ ନୋଟ ଆଦିତ୍ୟ ଲେଖିଥିବା ସ୍ପଷ୍ଟ । ଅଧିକ ପଢନ୍ତୁ...

ଆସିଲା ହ୍ୟାଣ୍ଡରାଇଟ ବ୍ୟୁରୋ ରିପୋର୍ଟ, ଆଦିତ୍ୟ ଲେଖିଥିଲେ ସୁଇସାଇଡ ନୋଟ

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଉ ଏକ ଖୁଲାସା । ଆସିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ରିପୋର୍ଟ। ଆଦିତ୍ୟ ଦାସ ନିଜେ ସୁଇସାଇଡ ନୋଟ ଲେଖିଥିବା ସ୍ପଷ୍ଟ।

ଆଦିତ୍ୟ ଦାସ 4 ପୃଷ୍ଟା ଲେଖିଥିବା ଡାଏରୀ ସହ ଆଦିତ୍ୟଙ୍କ ଲେଖାଥିବା ଚେକ ଓ ଏକ ବନ୍ଧେଇ ଖାତା ମେଳ ଖାଇବା ପରେ ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଏନେଇ ସ୍ପଷ୍ଟ ରିପୋର୍ଟ ଜିଆରପିକୁ ଦିଆଯାଇଛି। ସେଥିରେ ଉଲ୍ଲେଖ ରହିଛି ଯେ, ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିବା ଡାଏରୀ ଆଦିତ୍ୟଙ୍କର।

ଏଥିରୁ ସ୍ପଷ୍ଟ ଆଦିତ୍ୟ ଯାହା ଲେଖିଛନ୍ତି ତାହା ସତ । ତେବେ ଏହି ତଥ୍ୟ ଜିଆରପି ହାତରେ ଲାଗିବା ପରେ ଏବେ ଆଦିତ୍ୟ ଦାସ ମୃତ୍ୟୁ ମାମଲା କେଉଁମୋଡ ନେବ ତାକୁ ନେଇ ଅପେକ୍ଷା। ସୂଚନା ଥାଉକି, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନଥିବା ସେ ଡାଏରୀରେ ଉଲ୍ଲେଖ କରିଥିଲେ।

ସେପଟେ କିଛି ସିସିଟିଭି ଭିଜୁଆଲ ଜିଆରପିର ହାତରେ ଲାଗିଛି । ଯେଉଁଥିରେ ମୃତ୍ୟୁ ପୂର୍ବରୁ ଆଦିତ୍ୟ ଘରୁ ଚାଲି ଚାଲି ଯାଉଥିବାର ଦୃଶ୍ୟ ରହିଛି । ମୃତ୍ୟୁ ଦିନ ସନ୍ଧ୍ୟାରେ ନିଜ ଘରୁ 7ଟା 15 ମିନିଟରେ ବାହାରିଥିବା ଆଦିତ୍ୟ 7ଟା 34 ମିନିଟ ସମୟରେ ଚାଲି ଚାଲି ଯାଉଥିବା ନିକଟସ୍ଥ ଏକ ଦୋକାନର ସିସିଟିଭିରେ କଏଦ ହୋଇଛି । ଲିଙ୍ଗରାଜ ଷ୍ଟେସନକୁ ଏକାକୀ ଯାଉଥିବାର ଏହି ଭିଜୁଆଲକୁ ଆଧାର କରି ଜିଆରପି ତଦନ୍ତ ଚଳାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.