ETV Bharat / city

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପିପୁଲ ଫର ସେବା ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍

author img

By

Published : Aug 1, 2020, 4:34 PM IST

ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଜି ମାମଲାର ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପିପୁଲ ଫର ସେବା ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍
ଆଦିତ୍ୟ ଦାସ ମୃତ୍ୟୁ ମାମଲା: ପିପୁଲ ଫର ସେବା ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ । ଆଜି ମାମଲାର ଦ୍ବିତୀୟ ଦିନ ତଦନ୍ତ କରିବାକୁ ପିପୁଲ ଫର ସେବା ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ୪ ଜଣିଆ ଟିମ ଆଶ୍ରମରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

କ୍ରାଇମବ୍ରାଞ୍ଚର ସ୍କାନରରେ ପିପୁଲ ଫର ସେବାର ଆକାଉଣ୍ଟସ ଓ ଆଶ୍ରମର ବୁଝାସୁଝା କରୁଥିବା କର୍ମଚାରୀ । ସମସ୍ତଙ୍କୁ ଜେରା କରିପାରେ ଟିମ୍ । ଶୁକ୍ରବାର ଆଦିତ୍ୟଙ୍କ ପତ୍ନୀ ଓ ମା'ଙ୍କ ସହ ବାପାଙ୍କୁ ଜେରା ହୋଇସାରିଛି । ତେବେ ଆଦିତ୍ୟଙ୍କ ହାତ ଲେଖା ଡାଏରୀରୁ ମିଳିଥିବା ତଥ୍ୟକୁ ଆଧାର କରି ଚାଲିଛି ଏହି ତନାଘନା ।

ପ୍ରକାଶ ଥାଉ କି, ଗତ ଜୁଲାଇ ୭ ତାରିଖରେ ଆଦିତ୍ୟ ଦାସଙ୍କ ମୃତଦେହକୁ ଲିଙ୍ଗରାଜ ରେଲୱେ ଟ୍ରାକରୁ ଜବତ କରିଥିଲା ଜିଆରପି ପୋଲିସ । ଘଟଣାକୁ ନେଇ ହତ୍ୟା ମାମଲା କରି ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏବେ ମାମଲାକୁ ନିଜ ହାତକୁ ନେଇ ଘଟଣାରେ ହତ୍ୟାକାରୀକୁ ଖୋଜିବାରେ ଲାଗିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପାଇଁ ଉସୁକାଇଥିବା ଘଟଣା ତାହା ଜାଣିବାକୁ ମାମଲାକୁ ବିଭିନ୍ନ ଦିଗରୁ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.