ETV Bharat / city

ଏଣିକି ରାଜ୍ୟ ବିଶ୍ବବିଦ୍ୟାଳୟରେ ରହିବ ଓଡିଆ ଭାଷାରେ ନାମଫଳକ - ଓଡ଼ିଆରେ ନାମଫଳକ ଲେଖିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ କୁଳସଚିବଙ୍କୁ ଚିଠି ଲେଖିଛନ୍ତି ଅତିରକ୍ତ ଶାସନ ସଚିବ ବୀରେନ୍ଦ୍ର କର୍କରା । ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ଲେଖିବାକୁ ଚିଠି । ଅଧିକ ପଢ଼ନ୍ତୁ

The order of the Department of Higher Education to write university nameplates in Odia
ଓଡ଼ିଆରେ ନାମଫଳକ ଲେଖିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ସମସ୍ତ କୁଳସଚିବଙ୍କୁ ଚିଠି
author img

By

Published : May 21, 2022, 3:10 PM IST

ଭୁବନେଶ୍ବର: ସମସ୍ତ ରାଜ୍ୟ ବିଶ୍ବବିଦ୍ୟାଳୟ ଗୁଡିକରେ ଓଡ଼ିଆରେ ନାମଫଳକ ଲେଖିବାକୁ କୁଳସଚିବଙ୍କୁ ଚିଠି ଲେଖିଛନ୍ତି ଅତିରକ୍ତ ଶାସନ ସଚିବ ବୀରେନ୍ଦ୍ର କର୍କରା । ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ଲେଖିବାକୁ ଏହି ଚିଠିରେ ଉଲ୍ଲେଖ ରହିଛି ।

The order of the Department of Higher Education to write university nameplates in Odia
ଓଡ଼ିଆରେ ନାମଫଳକ ଲେଖିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ, ସମସ୍ତ କୁଳସଚିବଙ୍କୁ ଚିଠି

ସରକାରୀ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ବ୍ୟବହାର କମ ହେଉଥିବାରୁ ଏହାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ବ୍ୟବହାର କରିବାକୁ ଉନ୍ନୟନ ଆୟୁକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଆରେ ସମସ୍ତ ବିଶ୍ବବିଦ୍ୟାଳୟ ନାମଫଳକ ଲେଖିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି । ବିଭାଗୀୟ ଅତିରିକ୍ତ ସଚିବ ବୀରେନ୍ଦ୍ର କର୍କରା ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳସଚିବଙ୍କୁ ଚିଠି ଲେଖିଛନ୍ତି ।

ବିଶ୍ବବିଦ୍ୟାଳୟର ସମସ୍ତ ବିଭାଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟାଳୟର ନାମ ଓଡ଼ିଆରେ ନିର୍ଭୁଲ ଭାବରେ ଲେଖାଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ପ୍ରାଦେଶିକ ଭାଷାକୁ ଗୁରୁତ୍ଵ ଦେବା ସହ ଏହାର ଗୌରବ ଓ ସମ୍ମାନ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପୂର୍ବରୁ ଓଡ଼ିଆରେ ନାମଲେଖା ସମ୍ବନ୍ଧରେ ଜାରି କରାଯାଇଥିବା ମାର୍ଗଦର୍ଶିକା ପାଳନ ପାଇଁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.