ETV Bharat / city

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର - ଆଦିବାସୀ ମେଳାର ଆସର

ନବମ ଦିନରେ ପହଞ୍ଚିଛି ଆଦିବାସୀ ମେଳା । ରାଜଧାନୀର ଛାତି ଉପରେ ଅନୁଷ୍ଠିତ ହେଉଥିବା ଏହି ମେଳା ପ୍ରତି ଲୋକମାନଙ୍କ ଆଦର ବଢିବାକୁ ଲାଗିଥିବା ବେଳେ ସଞ୍ଜ ନଇଁବା କ୍ଷଣି ଏଠାକୁ ଆସି ଭିଡ଼ ଜମାଉଛନ୍ତି ସହରୀ ବାସିନ୍ଦା । ଅଧିକ ଖବର ପଢନ୍ତୁ...

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର
ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର
author img

By

Published : Feb 4, 2020, 3:59 AM IST

ଭୁବନେଶ୍ବର: ନବମ ଦିନରେ ପହଞ୍ଚିଛି ଆଦିବାସୀ ମେଳା । ରାଜଧାନୀର ଛାତି ଉପରେ ଅନୁଷ୍ଠିତ ହେଉଥିବା ଏହି ମେଳା ପ୍ରତି ଲୋକମାନଙ୍କ ଆଦର ବଢିବାକୁ ଲାଗିଥିବା ବେଳେ ସଞ୍ଜ ନଇଁବା କ୍ଷଣି ଏଠାକୁ ଆସି ଭିଡ଼ ଜମାଉଛନ୍ତି ସହରୀ ବାସିନ୍ଦା । ମେଳାରେ ବୁଲି ମନକୁ ହାଲକା କରିବା ସହିତ ହାତ ପାହାନ୍ତାରେ ଆଦିବାସୀ ଲୋକମାନଙ୍କୁ ଦେଖିବା ଓ ସେମାନଙ୍କ ସହିତ ପଡେ ଅଧେ କଥା ହେବାର ସୁଯୋଗ ହାତଛଡା କରୁନାହାଁନ୍ତି ।

ଆଦିବାସୀ ମେଳାରେ ବଢୁଛି ଗହଳି, ଜମୁଛି ବେପାର

ଖାଲି ସେତିକି ନୁହେଁ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହିତ ବିଭିନ୍ନ ଖାଦ୍ୟ ଶସ୍ୟ ,ଚିତ୍ରକଳା,ହସ୍ତତନ୍ତ,ହସ୍ତଶିଳ୍ପ ସାମଗ୍ରୀ ଆଦି କିଣାକିଣି କରି ଘରକୁ ନେଉଥିବା ଦେଖିବାକୁ ମିଳୁଛି । ଏହା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଭରପୁର ଆନନ୍ଦ ଲାଭ କରୁଛନ୍ତି ।

ଯାହା ଫଳରେ ସରକାରଙ୍କ ଲକ୍ଷ୍ୟ ସାଧନ ହେବା ସହ ବିଭିନ୍ନ ଆଦିବାସୀ ଅଞ୍ଚଳରୁ ଆସିଥିବା ଚାଷୀ ଓ ବେପାରୀ ମାନେ ଭଲ ଦି ପଇସା ରୋଜଗାର କରୁଥିବା ଦେଖାଯାଏ । ଆୟୋଜକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ରବିବାର ପର୍ଯ୍ୟନ୍ତ 4 କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଛି । ତେବେ ଛୁଟି ଦିନ ମାନଙ୍କରେ ଏଠାରେ ଲୋକମାନଙ୍କ ଭିଡ଼ ଅନ୍ୟ ଦିନ ତୁଳନାରେ ଅଧିକ ହେଉଥିବା ବେଳେ ବେପାର ମଧ୍ୟ ଅଧିକ ହୋଇଥାଏ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜିକୁ ନବମ ଦିନରେ ପହଁଚିଛି ଆଦିବାସୀ ମେଳା।ରାଜଧାନୀର ଛାତି ଉପରେ ଅନୁଷ୍ଠିତ ହେଉଥିବା ଏହି ମେଳା ପ୍ରତି ଲୋକମାନଙ୍କ ଆଦର ବଢିବାକୁ ଲାଗିଥିବା ବେଳେ ସଞ୍ଜ ନଇଁବା କ୍ଷଣି ଏଠାକୁ ଆସି ଭିଡ଼ ଜମାଉଛନ୍ତି ସହରି ବାସିନ୍ଦା।ମେଳାରେ ବୁଲି ମନକୁ ହାଲକା କରିବା ସହିତ ହାତ ପାହାନ୍ତାରେ ଆଦିବାସୀ ଲୋକମାନଙ୍କୁ ଦେଖିବା ସହିତ ସେମାନଙ୍କ ସହିତ ପଡେ ଅଧେ କଥାହେବାର ସୁଯୋଗ ହାତ ଛଡା କରୁନହାନ୍ତି।ଏମିତିକି ଏହି ସ୍ମୃତିକୁ ସାଉଁଟି ରଖିବା ପାଇଁ ନିଜ ନିଜ ମୋବାଇଲରେ ଫଟୋ ଉଠାଉ ଥିବା ମଧ୍ୟ ଦେଖିବାକୁ ମିଳୁଛି।

Body:ଖାଲି ସେତିକି ନୁହେଁ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ସହିତ ବିଭିନ୍ନ ଖାଦ୍ୟ ଶସ୍ୟ ,ଚିତ୍ରକଳା,ହସ୍ତତନ୍ତ,ହସ୍ତଶିଳ୍ପ ସାମଗ୍ରୀ ଆଦି କିଣାକିଣି କରି ଘରକୁ ନେଉଥିବା ଦେଖିବାକୁ ମିଳୁଛି।ଏହା ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଭରପୁର ଆନନ୍ଦ ଲାଭ କରୁଛନ୍ତି।ଯାହା ଫଳରେ ସରକାରଙ୍କ ଲକ୍ଷ ସାଧନ ହେବା ସହ ବିଭିନ୍ନ ଆଦିବାସୀ ଅଞ୍ଚଳରୁ ଆସିଥିବା ଚାଷୀ ଓ ବେପାରୀ ଭାଇ ମାନେ ଭଲ ଦି ପଇସା ରୋଜଗାର କରୁଥିବା ଦେଖାଯାଏ।ଆୟୋଜକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ପର୍ଯ୍ୟନ୍ତ ଆର୍ଥତ ମେଳାର ଅଷ୍ଟମ ଦିନ ପର୍ଯ୍ୟନ୍ତ 4 କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହୋଇଛି।ତେବେ ଛୁଟି ଦିନ ମାନଙ୍କରେ ଏଠାରେ ଲୋକମାନଙ୍କ ଭିଡ଼ ଅନ୍ୟ ଦିନ ତୁଳନାରେ ଅଧିକ ହେଉଥିବା ବେଳେ ବେପାର ମଧ୍ୟ ଅଧିକ ହୋଇଥାଏ ବୋଲ ଜଣାଯାଏ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.