ଭୁବନେଶ୍ବର: କୋଭିଡ-19 ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ଆଇଏଏସଙ୍କୁ ଯେଉଁ ଅତିରିକ୍ତ ଦାୟିତ୍ବ ଦେଇଥିଲେ, ତାକୁ ହଟାଇ ଦେଇଛନ୍ତି । ସମସ୍ତଙ୍କୁ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି ।
ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ସାଧାରଣ ପ୍ରଶାସନ ବିଭାଗ । ପୂର୍ବରୁ ହେମନ୍ତ ଶର୍ମାଙ୍କୁ କୋଭିଡ-19 ଦାୟିତ୍ବରୁ ନିବୃତ୍ତ କରାଯାଯାଇଥିବା ବେଳେ ବର୍ତ୍ତମାନ ସୁରେନ୍ଦ୍ର କୁମାର, ବିଶାଳ ଦେବ, କ୍ରିଷ୍ଣ କୁମାର, ଅରବିନ୍ଦ ଅଗ୍ରୱାଲ, ସଚିନ ରାମଚନ୍ଦ୍ର, ଭୁପେନ୍ଦ୍ର ସିଂ ପୁନିଆ, ରଶ୍ମିତା ପଣ୍ଡା, ଅନୁ ଗର୍ଗ, ଭିନିଲ କ୍ରୀଷ୍ଣାଙ୍କୁ ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି । ଏମାନେ ନିଜ ବିଭାଗ ପୂର୍ବ ଭଳି ସମ୍ଭାଳିବେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ