ETV Bharat / city

ଟୀକାକରଣ ପାଇଁ ପ୍ରସ୍ତୁତ ରୁହିବାକୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

author img

By

Published : Dec 22, 2020, 9:07 PM IST

କୋରୋନା ଟୀକାକରଣ ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଦେଇଛନ୍ତି ପରାମର୍ଶ । ଅଧିକ ପଢନ୍ତୁ...

ଟିକାକରଣ ପାଇଁ ପ୍ରସ୍ତୁତ ରୁହ : ଜିଲ୍ଲାପାଳଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: କୋରୋନା ଟୀକାକରଣ ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି । କୋଭିଡ ଟୀକାକରଣ ସମ୍ବନ୍ଧୀୟ ସଚେତନତାର ବ୍ୟାପକ ପ୍ରସାର ପାଇଁ ସେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ଅପରାହ୍ନରେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କୋଭିଡ୍‌ ଟୀକାକରଣ ପାଇଁ ଗଠିତ ରାଜ୍ୟ ଷ୍ଟିଅରିଂ କମିଟିର ବୈଠକ ଅନୁଷ୍ଠିତ ହୋଇଛି । କୋଭିଡ୍‌ ଟୀକାକରଣ ପାଇଁ ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ବ୍ୟାପକ ବ୍ୟବସ୍ଥା ଓ ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ଠିକ୍‌ ଭାବେ ତାଲିମ ଦେବା ଓ ଆବଶ୍ୟକ ହେଲେ ବିଭିନ୍ନ ବ୍ଲକ୍‌ଗୁଡ଼ିକୁ ଯାଇ ସମୟୋଚିତ ଭାବେ ଟୀକାକରଣ ପ୍ରସ୍ତୁତିକୁ ଅନୁଧ୍ୟାନ ପାଇଁ ମହାପାତ୍ର ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କୋଭିଡ୍‌ ଟୀକାକରଣ କାର୍ଯ୍ୟକ୍ରମର ସଠିକ୍‌ ରୂପାୟନ କିପରି ହୋଇପାରିବ, ସେ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରି ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ପରିଚାଳନା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମଚାରୀଙ୍କୁ ଏହାର ଗୁରୁତ୍ବପୂର୍ଣ୍ଣ ଦିଗଗୁଡ଼ିକ ସଂପର୍କରେ ବୁଝାଇଥିଲେ । ଏହା ବ୍ୟତିତ ଯେକୌଣସି ପାଶ୍ବ ର୍ପ୍ରତିକ୍ରିୟାକୁ ଦକ୍ଷତାର ସହ କିପରି ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥିଲେ । କୋଭିଡ୍‌ ଟୀକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ଓ ଅନ୍ୟାନ୍ୟ କୋଭିଡ୍‌ ଯୋଦ୍ଧା ତଥା ୫୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଏବଂ ୫୦ ବର୍ଷରୁ କମ୍‌ ଅଣସଂକ୍ରାମକ ରୋଗୀଙ୍କୁ ଚିହ୍ନଟ କରିବା ଓ ଟୀକାକରଣ ସମ୍ବନ୍ଧୀୟ ସ୍ଥାନ କିପରି ନିରୂପଣ କରାଯିବ ତା’ର ମାର୍ଗଦର୍ଶିକା ସମ୍ବନ୍ଧରେ ମଧ୍ୟ ପଣ୍ଡିତ ଆଲୋକପାତ କରିଛନ୍ତି ।

ଓସ୍ୱାନ୍‌ ପ୍ଲାଟ୍‌ଫର୍ମ ଜରିଆରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ ପଦାଧିକାରୀ, ସମସ୍ତ ନିର୍ଦ୍ଦେଶକ, ସବୁ ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.