ETV Bharat / city

ଟାଟା ପରେ ଆଦାନୀ: ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ? - state electricity

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍‌‌ କାନୁନଗୋ ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ ବୋଲି ପ୍ରଶ୍ନ କରିଛନ୍ତି ।

ଟାଟା ପରେ ଆଦାନୀ: ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ?

author img

By

Published : Aug 12, 2020, 6:53 PM IST

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ ଶକ୍ତିର ମାଲିକାନକୁ ଘଡି କି ଘଡି ପରିବର୍ତ୍ତନ ପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଛି କଂଗ୍ରେସ । ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ୍‌‌ କାନୁନଗୋ ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ ବୋଲି ପ୍ରଶ୍ନ କରିଛନ୍ତି ।

ଟାଟା ପରେ ଆଦାନୀ: ରାଜ୍ୟ ବିଦ୍ୟୁତ ଶକ୍ତିର ଭାଗ୍ୟ କେଉଁ ଆଡେ?

ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ କୌଣସି ବି ସଂସ୍କାରମୂଳକ କାର୍ଯ୍ୟ ହୋଇନାହିଁ । ରାଜ୍ୟ ସରକାର କେବଳ ବିଦ୍ୟୁତ ଉତ୍ପାଦନକୁ ଗୋଟିଏ କମ୍ପାନୀ ହାତରୁ ଆଉ ଗୋଟିଏ କମ୍ପାନୀ ହାତକୁ ଟେକି ଦେଇ ବେପାର ଚଳାଇଛନ୍ତି । ସେସୁ ସମୟରୁ ବିଦ୍ୟୁତ ଅବସ୍ଥା ବହୁତ ଖରାପ ବୋଲି ଟାଟା କମ୍ପାନୀ କହିସାରିଲାଣି । ଏବେ କାହା ସ୍ୱାର୍ଥରେ ଏଇଏସ ହାତରୁ ଆଦାନୀ ହାତକୁ ଟେକି ଦେବାକୁ ବସିଛନ୍ତି ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ୍‌‌ କାନୁନଗୋ ।

ଏହା ଦ୍ୱାରା ମନୋହରପୁର ଓ ଡିପ ମନୋହରପୁର କୋଳ ବ୍ଲକର କୋଇଲା ବାହାରକୁ ରପ୍ତାନି କରିବା ପାଇଁ ଆଦାନୀ ଚକ୍ରାନ୍ତ କରୁଛି ବୋଲି ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ।

ରାଜ୍ୟ ସରକାରଙ୍କୁ କଂଗ୍ରେସର ପ୍ରଶ୍ନ ଏଇଏସ୍‌ କମ୍ପାନୀ ଓ ରାଜ୍ୟ ସରକାର ମଧ୍ୟରେ ହୋଇଥିବା ଚୁକ୍ତିରେ କଣ ଖିଲାପ ରହିଛି ଯେ, ଉଭୟ ଓହରି ଯାଇ ସେୟାର ବିକ୍ରି କରିବାକୁ ବସିଛନ୍ତି ? ଓପିଜିସି ଋଣ କରିଥିବା ୭୫୬୦ କୋଟି ଟଙ୍କା କେଉଁ ସେୟାର ହୋଲ୍ଡର କେତେ ଭାଗିଦାରୀ ଥିଲେ ଓ କେତେ ବାକି ଅଛି ? ଆଦାନୀ ଓପିଜିସିର ଋଣ ପରିଶୋଧ କରିବ ତ ? କେଉଁ ସ୍ୱାର୍ଥରେ ୧୪୭ ହେକ୍ଟର ଜମି ସୋଲାର ଏନର୍ଜି ଉତ୍ପାଦନ ପାଇଁ ମାଗଣା ବା ଅଳ୍ପ ଦରରେ ଦେବାର ବ୍ୟବସ୍ଥା କଲେ ରାଜ୍ୟ ସରକାର? ଏଭଳି କିଛି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପଞ୍ଚାନନ୍‌‌ କାନୁନଗୋ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.