ଭୁବନେଶ୍ବର: ସୁଟିଂସେଟରେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର ମାମଲାରେ ଗଣମାଧ୍ୟମ ସାମ୍ନାରେ ନିଜ ପକ୍ଷ ରଖିଲେ ଅଭିନେତା ପିଣ୍ଟୁ ନନ୍ଦ । ଯୁବତୀଙ୍କୁ ଚଳଚ୍ଚିତ୍ରରେ ତାଙ୍କର ପତ୍ନୀର ଭୂମିକା ନମିଳିବାରୁ ସେ ଏପରି ଏକ ଅଭିଯୋଗ କରିଥିବା କହିଲେ ପିଣ୍ଟୁ ।
ଏହି ଅଭିଯୋଗର ଜବାବ ଦେଇ ପିଣ୍ଟୁ କହିଛନ୍ତି,‘ ଚଳଚ୍ଚିତ୍ରରେ ମୋର ପତ୍ନୀ ହେଲେନି ବୋଲି ଯୁବତୀ ଜଣଙ୍କ ଏପରି ଅଭିଯୋଗ ଆଣିଛନ୍ତି । ହେଲେ ଏପରି ରୋଲ ପାଇଁ ଜଣେ ଆଗରୁ ଥିଲେ । ତାଛଡା ମୁଁ ଜାଣିନାହିଁ ତାଙ୍କୁ କଣ କୁହାଯାଇ ଅଣାଯାଇଥିଲା । ମାନସ ତାଙ୍କୁ ଆଣିଥିଲେ ।’
ଏହାସହ ସେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ତାଙ୍କୁ ଗାଳିଗୁଲଜ ଓ ମାରିଦେବାର ଧମକ ଦେବା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ପିଣ୍ଟୁ କହିଛନ୍ତି ।
ସୂଚନାଥାଉକି, ସୁଟିଂସେଟକୁ ଡାକି ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ସହ ଧମକଚମକ ଦେଇଥିବା ନେଇ ଯୁବତୀ ଜଣଙ୍କ ପିଣ୍ଟୁ ନନ୍ଦଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ନୟାପଲ୍ଲୀ ଥାନାରେ ଯୁବତୀ ଜଣଙ୍କ ଏନେଇ ଅଭିଯୋଗ କରିଛନ୍ତି। ଯାହାକୁ ଆଧାରକରି ଆଇପିସିର ଧାରା 506,294, 34ରେ ନୟାପଲ୍ଲୀ ଥାନାରେ ରୁଜୁ ହୋଇଛି ମାମଲା।
ଭୁବନେଶ୍ବରରୁ ଲକ୍ଷ୍ନୀକାନ୍ତ ଦାସ, ଇଟିଭି ଭାରତ