ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ଜିମୁତ ମଙ୍ଗରାଜଙ୍କ ଦୁର୍ଘଟଣାରେ ପରଲୋକ । ଜାଆଁଳା ଫାଣ୍ଡି ଅନ୍ତର୍ଗତ ଏନଏଚରେ ତାଙ୍କର ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାର କାରଣ ଜଣା ପଡିନଥିଲେ ବି ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଘଟଣାସ୍ଥଳରେ ତାଙ୍କର ଏକ ସ୍କୁଟି ସହ ଆଇଡି କାର୍ଡ଼ ଜବତ କରିଛି ପୋଲିସ । ତେବେ ଆଜି(ରବିବାର) ସନ୍ଧ୍ୟା ସମୟରେ ଅଘଟଣ ଘଟିଥିବା ବେଳେ ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ