ETV Bharat / city

ଟେଷ୍ଟିଂ ଅନୁସାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 21, 2021, 12:59 PM IST

ତେବେ ମେ ମାସ ଶେଷ ସୁଦ୍ଧା ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିବା ବେଳେ ଟେଷ୍ଟିଂ ଅନୁସାରେ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଟେଷ୍ଟିଂ ଅନୁସାରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣରେ ବ୍ରେକ ଲାଗିବାରୁ ନାଁ ନେଉନାହିଁ । ଦୈନିକ ସଂକ୍ରମଣ 12ହଜାର ଟପିଛି । କିଛିଦିନ ହେବ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ତେବେ ମେ ମାସ ଶେଷ ସୁଦ୍ଧା ସଂକ୍ରମଣ କମିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଥିବା ବେଳେ ଟେଷ୍ଟିଂ ଅନୁସାରେ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟରେ ସଂକ୍ରମଣ ବଢିବାର କାରଣ ଆମ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଟେଷ୍ଟିଂ ଅନୁଯାୟୀ ପଜିଟିଭ ରେଟ ଅଧିକ ନାହିଁ । ଆମର 80 ପ୍ରତିଶତ ଆଇସିୟୁ ଭର୍ତ୍ତି ହୋଇଛି । 50 ପ୍ରତିଶତରୁ ଅଧିକ ଭେଣ୍ଟଲେଟର ବେଡ଼ ଭର୍ତ୍ତି ହୋଇଛି । ତେଣୁ ବହୁତ ଲୋକଙ୍କ ଅବସ୍ଥା ଗୁରୁତର ହୋଇଛି । ସେ ଦୃଷ୍ଟିରୁ ମୃତ୍ୟୁସଂଖ୍ୟା ଏବେ ଟିକେ ବଢିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବର୍ତ୍ତମାନ ଯେତିକି ରୋଗୀ ମେଡିକାଲରେ ଅଛନ୍ତି ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହେବେ ନଚେତ କିଛି ଲୋକଙ୍କ ମୃତ୍ୟୁ ହୋଇପାରେ । ମେ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆଶା କରାଯାଉଛି । ପ୍ରଥମ ଲହରରେ 18 ବର୍ଷ ତଳକୁ 10 ପ୍ରତିଶତ ରୋଗୀଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସମୟରେ ଯୁବବର୍ଗ ଅଧିକ ଆକ୍ରାନ୍ତ ହେଉଛନ୍ତି । ଯେହେତୁ ଟିକା ନଥିଲା ତେଣୁ ମୃତ୍ୟୁସଂଖ୍ୟା ବଢି ଚାଲିଥିଲା । ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ଅଭିଯାନ କରାଯାଇଛି । ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ପଜିଟିଭି ସଂଖ୍ୟା ବଢୁଛି ଏ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଯେତେ ଶୀଘ୍ର ଟିକାକରଣ ହେବ ସଂକ୍ରମଣ ସଂଖ୍ୟା କମିବ । ଆମେ ଧୀରେ ଧୀରେ ଆଇସିୟୁ ସଂଖ୍ୟା ବଢାଇବାକୁ ଚେଷ୍ଟା କରୁଛୁ । ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁ ବେଡ଼ ବଢିବାର ପକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି । 12 ହଜାର 523 କୋରୋନା ସଂକ୍ରମିତଙ୍କ ସଂଖ୍ୟା ସହ କୋରୋନା ରାଜ୍ୟରେ ଆଜି ସର୍ବକାଳୀନ ରେକର୍ଡ କରିଛି । ସେହିପରି ମୃତ୍ୟୁ ସଂଖ୍ୟାରେ ରାଜ୍ୟରେ ଆଜି ସର୍ବାଧିକ 27କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.