ETV Bharat / city

ଏବିଭିପିର ବିକ୍ଷୋଭ ପ୍ରଦର୍ଶନ, ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁକ୍ତ କରିବାକୁ ଦାବି - ABVP protests '

ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ପୋଲିସର ଅତ୍ୟାଚାରକୁ ଏବିଭିପି ବିରୋଧ କରିଛି । ଅଧିକ ପଢନ୍ତୁ...

ଏବିଭିପିର ବିକ୍ଷୋଭ ପ୍ରଦର୍ଶନ
ଏବିଭିପିର ବିକ୍ଷୋଭ ପ୍ରଦର୍ଶନ
author img

By

Published : Nov 5, 2020, 5:12 PM IST

ଭୁବନେଶ୍ବର: ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ମହାରାଷ୍ଟ୍ର ସରକାର ପୋଲିସର ଅତ୍ୟାଚାରକୁ ଏବିଭିପି ବିରୋଧ କରିଛି । ଘରୁ ଜୋର ଜବରଦସ୍ତି ଉଠାଇ ନେବା ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିକ୍ଷୋଭ ପ୍ରଦର୍ଶନ କରିଛି । ସ୍ଥାନୀୟ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ପ୍ରତିବାଦ କରାଯିବା ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ସ୍ଲୋଗାନ ଦିଆଯାଇଥିଲା ।

ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଏହାସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ପୋଡା ଯାଇଛି । ମହାରାଷ୍ଟ୍ର ସରକାରଙ୍କ ଏପରି ପ୍ରେସ ସ୍ବାଧୀନତା ଉପରେ ହସ୍ତକ୍ଷେପ ତାଙ୍କର ପ୍ରତିଶୋଧ ପରାୟଣତାକୁ ଦର୍ଶାଉଥିବା ଏବିଭିପି ପକ୍ଷରୁ କୁହାଯାଇଛି ।

ସେହିପରି ଆମ ରାଜ୍ୟରେ ମଧ୍ୟ ସାମ୍ବାଦିକମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚର ବଢି ଚାଲୁଥିବାବେଳେ ସାମ୍ବାଦିକଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ସରକାର ସୁଯୋଗ ଦେବାକୁ ଦାବି କରିଛନ୍ତି । ଏହାସହ ମହାରାଷ୍ଟ୍ର ସରକାର ତୁରନ୍ତ ଅର୍ଣ୍ଣବଙ୍କୁ ମୁକ୍ତ କରିବାକୁ ଦାବି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.