ETV Bharat / city

ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇଁ ABVPର ଦାବି

author img

By

Published : Sep 24, 2021, 5:47 PM IST

ରାଜ୍ୟରେ ଚଳିତ ବର୍ଷ ସେଲ୍ଫ ଫାଇନାନ୍ସ କୋର୍ସ ପଢ଼ିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ନ ମିଳିବା ଓ +୩ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ହ୍ରାସ କରିବାକୁ ଦାବି ହୋଇଛି । ଅଧିକ ପଢନ୍ତୁ...

ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇଁ ABVPର ଦାବି
ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ ପାଇଁ ABVPର ଦାବି

ଭୁବନେଶ୍ବର: କୋରୋନା ମହାମାରୀ କାରଣରୁ ରାଜ୍ୟରେ ଶିକ୍ଷା କ୍ଷେତ୍ରର ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ସେଲ୍ଫ ଫାଇନାନ୍ସ କୋର୍ସ ପଢୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ମିଳିବା ପାଇଁ ଦାବି ହୋଇଥିବା ବେଳେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ କରାଯିବା ପାଇଁ ଦାବି ହୋଇଛି ।

ରାଜ୍ୟରେ ଚଳିତ ବର୍ଷ ସେଲ୍ଫ ଫାଇନାନ୍ସ କୋର୍ସ ପଢ଼ିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ନ ମିଳିବା ଓ +୩ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ହ୍ରାସ କରିବାକୁ ନେଇ ଅଖିଳ ଭାରତୀୟ ବିଦ୍ୟା ପରିଷଦ ପକ୍ଷରୁ ଶିକ୍ଷା ସଚିବଙ୍କୁ ଭେଟି ଦାବିପତ୍ର ଦିଆଯାଇଛି । ଯୁକ୍ତ ତିନିରେ ଗୋଟିଏ ବର୍ଷରେ ୩ଟି ପରୀକ୍ଷା କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳାଯାଉଛି । ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମକୁ ସଂଶୋଧନ କରାଯାଇ ସିଲାବସକୁ ହ୍ରାସ କରାଯାଉ। ଯାହା ଫଳରେ ଛାତ୍ରଛାତ୍ରୀ ସଠିକ ଭାବରେ ପରୀକ୍ଷା ଦେଇପାରିବେ। ନଚେତ ଆଗାମୀ ବର୍ଷରେ ୩ଟି ପରୀକ୍ଷା ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହେବ ।

ସେଲ୍ଫ ଫାଇନାନ୍ସ କୋର୍ସରେ ଗରିବ ପିଲା ବହୁ କଷ୍ଟ ସହ ଆଡ଼ମିସନ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ତୁରନ୍ତ ଧ୍ୟାନ ଦେବା ସହ ପଦକ୍ଷେପ ନେବା ଦରକାର ବୋଲି ଏବିଭିପି ଦାବି କରିଛି । ସୂଚନା ଅନୁଯାୟୀ, ଶିକ୍ଷା ବିଭାଗ କିଛି ଦିନ ତଳେ ରାଜ୍ୟର ସମସ୍ତ କଲେଜକୁ ଏକ ଚିଠି ଲେଖିଥିଲେ। ଯେଉଁଥିରେ ଲେଖାଥିଲା ଯେ ରେଗୁଲାର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଭାବରେ ହଷ୍ଟେଲ ମିଳିବ ପରବର୍ତ୍ତୀ ସମୟରେ ଯଦି ହଷ୍ଟେଲ ଖାଲି ପଡେ ତେବେ ସେଲ୍ଫ ଫାଇନାନ୍ସ କୋର୍ସ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲର ସୁବିଧା ମିଳିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.