ETV Bharat / city

ମନେରହିବ 2019: ପଞ୍ଚମ ଥରର ‘ନବୀନ ସରକାର’ ରୁ ‘ଫନି’ ମୁକାବିଲା... - 2019 incident of odisha

ଆସୁଛି ନୂଆ ବର୍ଷ । ବଦଳିବ ତାରିଖ, ବଦଳିବ ବର୍ଷ । ଆଉ ତା’ ସହ ବଦଳିବ କ୍ୟାଲେଣ୍ଡର । 2019କୁ ବିଦାୟ ଦେଇ 2020କୁ ସ୍ବାଗତ କରିବ ସାରା ବିଶ୍ବ । ସେପଟେ 2019 ଛାଡି ଯିବାକୁ ଥିବାବେଳେ ଓଡିଶା ପାଇଁ କିଛି ଅଭୁଲା ଅନୁଭୂତି ଛାଡିଦେଇ ଯାଇଛି । ଦେଖନ୍ତୁ ରିପୋର୍ଟ...

2019 incident of odisha
ମନେ ପଡିବ 2019: ପଞ୍ଚମ ଥରର ‘ନବୀନ ସରକାର’ ରୁ ‘ଫନି’ ମୁକାବିଲା...
author img

By

Published : Dec 29, 2019, 8:25 PM IST

ଭୁବନେଶ୍ବର: ଆସୁଛି ନୂଆ ବର୍ଷ । ବଦଳିବ ତାରିଖ, ବଦଳିବ ବର୍ଷ । ଆଉ ତା’ ସହ ବଦଳିବ କ୍ୟାଲେଣ୍ଡର । 2019କୁ ବିଦାୟ ଦେଇ 2020କୁ ସ୍ବାଗତ କରିବ ସାରା ବିଶ୍ବ । ଯାହାକୁ ନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସେପଟେ 2019 ଛାଡି ଯିବାକୁ ଥିବାବେଳେ ଓଡିଶା ପାଇଁ କିଛି ଅଭୁଲା ଅନୁଭୂତି ଛାଡିଦେଇ ଯାଇଛି । ‘ଫନି’ର କରାଳ ରୂପର ଜଖମ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ବସାଇଛି । ସେହିପରି ନୂଆ ମୋଟର ଯାନ ଆଇନକୁ ନେଇ ତୁମ୍ବି ତୋଫାନ ମଧ୍ୟ କରିଛି । ତେବେ ଆସନ୍ତୁ ନଜର ପକାଇବା ଉନେଇଶ ଦେଇଥିବା କିଛି ଅନୁଭୂତି ଉପରେ...

ରାଜନୀତି

  • ବିଧାନସଭା ନିର୍ବାଚନରେ ବିଜେଡିର ବିପୁଳ ବିଜୟ ।
  • ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ।
  • ବରିଷ୍ଠ ନେତା ଦାମୋଦର ରାଉତଙ୍କ ରାଜନୀତିରୁ ସନ୍ୟାସ ଘୋଷଣା ।
  • ଚଳିତ ବର୍ଷ କଲେଜ କ୍ୟାମ୍ପସରେ ନିର୍ବାଚନ ବନ୍ଦ ହୋଇଥିଲା ।
  • 25 ବର୍ଷ ବୟସର ବିଜେଡି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ସବୁଠାରୁ କନିଷ୍ଠ ସାଂସଦ ହେବାର ଗୌରବ ଅର୍ଜନ ।
  • ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ।

ନୂଆ ନିଯୁକ୍ତ

  • ଗୌହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜିତ୍‌ ସିଂହ ରାଜ୍ୟର ପ୍ରଥମ ଲୋକାୟୁକ୍ତ ନିଯୁକ୍ତ ।
  • ବଦଳିଗଲେ ପୁଲିସ ଡିଜି, ବରିଷ୍ଠ ଆଇପିଏସ ଅଫିସର ଅଭୟଙ୍କୁ ପୋଲିସ ଡିଜି ଦାୟିତ୍ବ ।
  • ନୂଆ ବିଭାଗ ଭାବେ ‘5ଟି’ ଓ ସଚିବ ଭାବେ କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ନିଯୁକ୍ତ ।
  • ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଦାୟିତ୍ବ ।
  • ଜମ୍ମୁ ଓ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ହେଲେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ ।
  • ପ୍ରମୋଦ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଦାୟିତ୍ବ ।
  • ଡକ୍ଟର ବିଭୁ କଲ୍ୟାଣ ନାୟକ ପ୍ରଥମ ଭାରତୀୟ ଭାବେ ଏଫଆଇଏଚର ସ୍ବାସ୍ଥ୍ୟ ଓ ସୁରକ୍ଷା କମିଟିର ସଭାପତି ଭାବେ ନିଯୁକ୍ତ ।

କ୍ରୀଡା

  • 80ତମ ଜାତୀୟ ଟେବୁଲ ଟେନିସ ଚମ୍ପିଆନସିପ୍‌ କଟକ ଜବହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ।
  • ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ ।
  • 2023 ବିଶ୍ବକପ ହକି ଓଡିଶାରେ ହେବାକୁ ଘୋଷଣା ।

ଯୋଜନା

  • ମୋ ସରକାର ଯୋଜନା ମାଧ୍ୟମରେ ଲୋକଙ୍କ ନିକଟତର ହେବାକୁ ଲକ୍ଷ୍ୟ ।
  • ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ ବଡ ପ୍ୟାକେଜ ଘୋଷଣା । ମିଶନ ଶକ୍ତି ଯୋଜନାରେ ବିନା ସୁଧରେ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ।
  • ଆମ ଘରେ ଏଲଇଡି ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ମାଗଣାରେ 4ଟି ଏଲଇଡି ବଲବ୍‌ ପ୍ରଦାନ ।
  • ନୂଆ ଛାତ୍ରବୃତ୍ତି କାଳିଆ ଚକ୍ରବୃତ୍ତି ଯୋଜନାର ଘୋଷଣା ।
  • ମୁଖ୍ୟମନ୍ତ୍ରୀ କାରିଗର ସହାୟତା ଯୋଜନାର ଶୁଭାରମ୍ଭ ।
  • 340 କିଲୋମିଟର ବ୍ୟାପି କୋଷ୍ଟାଲ ହାଇୱେକୁ ରାଜ୍ୟ ସରକାରଙ୍କ ସବୁଜ ସଙ୍କେତ ।
  • ଲିଙ୍ଗରାଜ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ।
  • କେନ୍ଦ୍ର ସରକାରଙ୍କ ପିଏମ କିଷାନ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ମିଶ୍ରଣ ।
  • ପୁରୀର ନବକଳେବର ପାଇଁ 3 ହଜାର 208 କୋଟି ଟଙ୍କା ଘୋଷଣା ।

ଝୁରୁଛି ରାଜ୍ୟ

  • ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ହରିହର କରଣଙ୍କ 72 ବର୍ଷରେ ପରଲୋକ ।
  • ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପ୍ରିୟନାଥ ଦେଙ୍କର 97 ବର୍ଷରେ ଦେହାନ୍ତ ।
  • ତତ୍କାଳୀନ ବିଜେଡି ସାଂସଦ ଲଡୁ କିଶୋର ସ୍ବାଇଁଙ୍କ 71 ବର୍ଷରେ ଦେହାନ୍ତ ।
  • ଓଡିଶାର ପ୍ରଥମ ମହିଳା ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ ।
  • ନବରଙ୍ଗପୁରର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କର 103 ବର୍ଷରେ ଦେହାନ୍ତ ।
  • ସେହିପରି ବରଗଡର ସ୍ବାଧୀନତା ସଂଗ୍ରାମୀ ଦୟାନିଧି ନାୟକଙ୍କ 95 ବର୍ଷରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ।
  • ଓଡିଶା ଦେଖିଲା ବାତ୍ୟା ଫନିର କଳାର ରୂପ ।
  • 240ରୁ 250 କିମି ବେଗରେ ପବନ ବହି ଥରାଇ ଦେଲା ଓଡିଶା ।
  • ସେହିପରି ବାତ୍ୟା ବୁଲବୁଲ ମଧ୍ୟ ଓଡିଶାରେ ଘଟାଇଲା କ୍ଷତି ।
  • ପୁରୀରେ ପ୍ରଥମ ଥର ପାଇଁ ଦିନିକିଆ କଇଁଛ ଉତ୍ସବ ପାଳିତ ।
  • 27 ବର୍ଷ ବୟସରେ ମାଓ ଅଧ୍ୟୁଷିତ ଅଞ୍ଚଳର ଅନୁପ୍ରିୟା ଲାକ୍ରା ପଛୁଆ ଅଞ୍ଚଳରୁ ପ୍ରଥମ ମହିଳା ପାଇଲଟ ଭାବେ ଗୌରବ ଅର୍ଜନ କଲେ ।
  • ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡିଶା ବିପର୍ଯ୍ୟୟ ପରିଚାଳନା ଅଥରିଟି(ଓଏସଡିଏମଏ)କୁ ମିଳିଲା ସ୍କଚ ଆୱାର୍ଡ ।
  • 2018 ବର୍ଷ ପାଇଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମିଳିଲା ଏଏସକ୍ୟୁ(ଏୟାରପୋର୍ଟ ସର୍ଭିସ କ୍ବାଲିଟି) ଆୱାର୍ଡ ଓଡିଶା ସରକାରଙ୍କ ‘5ଟି’କୁ ନିତି ଆୟୋଗର ସମର୍ଥନ ।
  • କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ମାନ୍ୟତା ।
  • କଳାହାଣ୍ଡି ହଳଦୀକୁ ମିଳିଲା ଜିଆଇ ଟ୍ୟାଗ ।
  • ଓଡିଶା ରସଗୋଲାକୁ ମଧ୍ୟ ମିଳିଲା ଜିଆଇ ଟ୍ୟାଗ ।
  • ନନ୍ଦନକାନନରେ ଭାରତର ଏକମାତ୍ର ସିମ୍ପାଞ୍ଜି ବିନିର ମୃତ୍ୟୁ ।
  • ତାଳଚେରରେ କୋଇଲା ଖଣିରେ ଦୁର୍ଘଟଣା, 4 ଜଣ ଶ୍ରମିକ ମୃତ ।
  • କୋଣାର୍କରେ ପ୍ରଥମ ଥର ପାଇଁ ଇକୋ ଟ୍ରିଟ୍‌ର ଉଦଘାଟନ ।
  • 2019-20 ବର୍ଷ ପାଇଁ 1 ଲକ୍ଷ 39 ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ ।
  • ନୂଆ ମୋଟର ଯାନ ଆଇନକୁ ନେଇ ତୁମ୍ବି ତୋଫାନ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.