ETV Bharat / city

ସିନ୍ଦୁର ପାଇଁ ସହାୟତା ମାଗୁଛି ସ୍ତ୍ରୀ, କୋଲକତାକୁ ଏୟାରଲିଫ୍ଟ ହେଲେ ଅଭିଷେକ

author img

By

Published : Jun 9, 2021, 5:11 PM IST

ବୁଧବାର ଏୟାର ଆମ୍ବୁଲାନ୍ସ ଯୋଗେ ଫୁସଫୁସ ପ୍ରତିରୋପଣ ପାଇଁ କୋଲକତା ଗଲେ ଅଭିଷେକ ମହାପାତ୍ର । ସ୍ବାମୀଙ୍କ ଜୀବନ ରକ୍ଷା ପାଇଁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି । ଅଧିକ ପଢନ୍ତୁ...

କୋଲକତାକୁ ଏୟାରଲିଫ୍ଟ ହେଲେ ଅଭିଷେକ
କୋଲକତାକୁ ଏୟାରଲିଫ୍ଟ ହେଲେ ଅଭିଷେକ

ଭୁବନେଶ୍ବର: ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ଗଲେ ଅଭିଷେକ ମହାପାତ୍ର । ଗ୍ରୀନ କରିଡର ଯୋଗେ ଅତ୍ୟାଧୁନକ ଆମ୍ବୁଲାନ୍ସ ସହ ଡାକ୍ତରୀ ଦଳ ଅଭିଷେକଙ୍କୁ ନେଇ କୋଲକାତା ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଥମେ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାର ଛକ ଓ ଏଜି ଛକ ଦେଇ ଏୟାରପୋର୍ଟରେ ପହଁଚିଲା ଆମ୍ବୁଲାନ୍ସ ।

କୋଲକତାକୁ ଏୟାରଲିଫ୍ଟ ହେଲେ ଅଭିଷେକ

ସୂଚନାମୁତାବକ, କୋଭିଡରେ ଫୁସଫୁସ ହୋଇଛି ସଂକ୍ରମିତ । ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଭଦ୍ରକର 28 ବର୍ଷିୟ ଅଭିଷେକ ମହାପାତ୍ର । ଗତ ୨୨ ଦିନ ହେଲା ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ECMO ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏନେଇ ଆଜି(ବୁଧବାର) ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି । ଆର୍ଥିକ ସମସ୍ୟା ଯୋଗୁଁ ମଙ୍ଗଳବାର ହୋଇପାରିନଥିଲା ଯିବା ବ୍ୟବସ୍ଥା ।

କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ECMO ଚିକିତ୍ସା ଚାଲିବ। ଏହି ଚିକିତ୍ସା ଅତି ବ୍ୟୟବହୁଳ । ଚିକିତ୍ସା ପାଇଁ ପ୍ରାୟ ୧.୫ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ୍ତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ।

ତେବେ ଅଭିଷେକଙ୍କ ପାଇଁ ଆଗେଇ ଆସିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ହସ୍ପଟାଲରେ ପହଁଞ୍ଚି ପରିବାରକୁ ଭେଟି ସକ୍ଷମ ଅନୁଯାୟୀ ସାହାଯ୍ୟ କରିଥିବା ବେଳେ ଆଗକୁ ଆଭିଷେକଙ୍କୁ ସାହାଯ୍ୟ କରିବାର ପ୍ରତିଶୃତି ଦେଇଛନ୍ତି ରାଣୀ ପଣ୍ଡା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.