ETV Bharat / city

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ ! ସିନ୍ଧିଆଙ୍କୁ ଟ୍ବିଟ କଲେ ଆପ ସାଂସଦ ସଞ୍ଜୟ ସିଂହ - ଭୁବନେଶ୍ବର ବିମାନବନ୍ଦରରେ ଭିସ୍ତାରା ବିମାନ ଅବତରଣ

ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବା ସମୟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଭିସ୍ତାର ବିମାନ । ଟ୍ବିଟ କରି ଜଣାଇଲେ ଆପ ସାଂସଦ ସଞ୍ଜୟ ସିଂହ । ଅଧିକ ପଢନ୍ତୁ...

AAP MP Sanjay Singh
ସିନ୍ଧିଆଙ୍କୁ ଟ୍ବିଟ କଲେ ଆପ ସାଂସଦ ସଞ୍ଜୟ ସିଂହ
author img

By

Published : Oct 27, 2021, 9:20 PM IST

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ଆମ ଆଦମୀ ପାର୍ଟୀ ତଥା ଆପ ସାଂସଦ ସଞ୍ଜୟ ସିଂହ । ଆଜି ସେ ଦିଲ୍ଲୀରୁ ଭୁବନେଶ୍ବର ବିମାନ ଯାତ୍ରା କରିଥିଲେ। ଭୁବନେଶ୍ବର ବିମାନବନ୍ଦରରେ ଭିସ୍ତାରା ବିମାନ ଅବତରଣ କରିବା ସମୟରେ ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଟ୍ବିଟ କରିଛନ୍ତି ଆପ ସାଂସଦ ।

ବୁଧବାର ଆପ ସାଂସଦ ସଞ୍ଜୟ ସିଂହ ଦିଲ୍ଲୀରୁ ସକାଳ ୭ ଟା ସମୟରେ ଭିସ୍ତାରା ବିମାନରେ ଭୁବନେଶ୍ବର ଅଭିମୁଖେ ବାହାରିଥିଲେ । ସକାଳ ୯ ଟା ସମୟରେ ଭିସ୍ତାରା ବିମାନ ଭୁବନେଶ୍ବର ବିମାନବନ୍ଦରରେ ଅବତରଣ କରିବା ସମୟରେ ଯାତ୍ରୀମାନଙ୍କୁ ଥରାଇ ଦେଇଥିଲା ଏବଂ ଏକ ନିଶ୍ଚିତ ଦୁର୍ଘଟଣାକୁ ଏଡାଇ ଦେଇଥିଲା । ଦୟାକରି ଏ ଭଳି ପାଇଲଟଙ୍କଠାରୁ ଅନ୍ୟ କିଛି କାମ କରାନ୍ତୁ ନଚେତ୍ କିଛି ବଡ଼ ଅଘଟଣ ଘଟିପାରେ ବୋଲି ଭିସ୍ତାରା ପରିଚାଳନା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ବିଟ କରିଥିଲେ ସଞ୍ଜୟ ସିଂହ।

  • आज भुवनेश्वर में @airvistara की landing से लोगों की रूह काँप गई flight दुर्घटना से बाल-बाल बची।
    कृपया पायलट महोदय से कोई दूसरा कार्य लें अन्यथा कभी कोई बड़ी घटना घटित हो सकती है। @airvistara प्रबंधतंत्र और मा.मंत्री @JM_Scindia जी कृपया संज्ञान ग्रहण करें। pic.twitter.com/guXiho2gZg

    — Sanjay Singh AAP (@SanjayAzadSln) October 27, 2021 " class="align-text-top noRightClick twitterSection" data=" ">

ସେପଟେ ବେସାମରିକ ବିମାନ ଚଳାଚଳମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ଘଟଣାର ଅନୁସନ୍ଧାନ ପରେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଟ୍ବିଟ କରିଛନ୍ତି । ଏ ଭଳି ଘଟଣା ବିଷୟରେ ସଜାଗ କରିଥିବାରୁ ସଞ୍ଜୟ ସିଂହଙ୍କୁ ଧନ୍ୟବାଦ ଦେଇଛନ୍ତି ବିମାନ ଚଳାଚଳ ମନ୍ତ୍ରୀ ।

  • संजय जी, हम इस विषय पर कार्यवाही कर उचित कदम लेंगे।घटना संज्ञान में लाने के लिए धन्यवाद। @airvistara https://t.co/JlwdQ92vme

    — Jyotiraditya M. Scindia (@JM_Scindia) October 27, 2021 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.