ETV Bharat / city

ଗରିବ ଲୋକଙ୍କ ଟଙ୍କାରେ ବିଧାୟକ କିଣୁଛି ବିଜେପି: ଆପ

author img

By

Published : Aug 31, 2022, 11:13 AM IST

ଭୁବନେଶ୍ବରରେ ଓଡ଼ିଶା ଆମ ଆଦମି ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ରଙ୍କ ପ୍ରେସମିଟ । ଦିଲ୍ଲୀରେ ଆପ ବିଧାୟକଙ୍କୁ କିଣିବା ପାଇଁ ବିଜେପି ୮୦୦ କୋଟି ଟଙ୍କା ରଖିଥିବା ସେ ସାମ୍ବାଦିକ ସମ୍ମିଳନୀ କରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଗରିବ ଲୋକଙ୍କ ଟଙ୍କାରେ ବିଭିନ୍ନ ରାଜ୍ୟର ବିଧାୟକଙ୍କୁ ବିଜେପି କିଣୁଥିବା କହିଲା ଆପ । ଅଧିକ ପଢ଼ନ୍ତୁ

ଗରିବ ଲୋକଙ୍କ ଟଙ୍କାରେ ବିଧାୟକ କିଣୁଛି ବିଜେପି: ଆପ
ଗରିବ ଲୋକଙ୍କ ଟଙ୍କାରେ ବିଧାୟକ କିଣୁଛି ବିଜେପି: ଆପ

ଭୁବନେଶ୍ବର: ପ୍ରେସମିଟରେ ବିଜେପି ଓ ମୋଦି ସରକାର ଉପରେ ବର୍ଷିଲା ଓଡ଼ିଶା ଆମ ଆଦମି ପାର୍ଟି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ପ୍ରତିବାଦ । ଦିଲ୍ଲୀରେ ଆପ ବିଧାୟକଙ୍କୁ କିଣି ବିଜେପି ସରକାର ଗଠନ କରିବା ପାଇଁ ୮୦୦ କୋଟି ଟଙ୍କା ରଖିଥିବା ଅଭିଯୋଗ କଲା ଦଳ ।

ଓଡ଼ିଶା ଆମ ଆଦମି ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର ମଙ୍ଗଳବାର ଭୁବନେଶ୍ବର କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ଆସାମ, ମଧ୍ୟପ୍ରଦେଶ, ବିହାର, ଅରୁଣାଞ୍ଚଳ ପ୍ରଦେଶ, ମଣିପୁର, ମେଘାଳୟ ଭଳି ରାଜ୍ୟରେ ଅପରେସନ ଲୋଟସ ଦ୍ବାରା ସରକାର ଭାଙ୍ଗିଯାଇଥିବା ବେଳେ ଏହା ପଛରେ ବିଜେପି ପ୍ରଚୁର ଟଙ୍କା ଖର୍ଚ୍ଚ କରିଥିବା ଅଭିଯୋଗ କରିଛି ଆପ । ଏହି ସବୁ ରାଜ୍ୟରେ ୨୭୭ ବିଧାୟକଙ୍କୁ କିଣିବା ପାଇଁ ବିଜେପି ୬,୩୦୦ କୋଟି ଟଙ୍କା ବ୍ୟୟ କରିଥିବା ଅଭିଯୋଗ ହୋଇଛି । ସେହିଭଳି ଦିଲ୍ଲୀରେ ବିଧାୟକ କିଣି ଆପ ସରକାର ଭାଙ୍ଗିବା ପାଇଁ ୮୦୦ କୋଟି ଟଙ୍କା ବିଜେପି ରଖିଥିବା ନିଶିକାନ୍ତ ମହାପାତ୍ର କହିଛନ୍ତି ।

ଏହାବି ପଢ଼ନ୍ତୁ...ଫେସବୁକ ପେଜରେ BJD ଠୁ AAPର ଫଲୋଅର୍ସ ଅଧିକ

ତେବେ ଏହି ଅପରେସନ ଲୋଟସରେ ବିନିଯୋଗ କରୁଥିବା ଅର୍ଥ ସଂଗ୍ରହ କରିବା ପାଇଁ କେନ୍ଦ୍ରରେ ଥିବା ବିଜେପି ସରକାର ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି କରୁଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଜିଏସଟି ଲାଗୁ କରିଥିବା ଅଭିଯୋଗ ଆଣିଛନ୍ତି ଓଡ଼ିଶା ଆମ ଆଦମି ପାର୍ଟିର ଆବାହକ ନିଶିକାନ୍ତ ମହାପାତ୍ର । ସେ କହିଛନ୍ତି, "୨୦୧୪ ପୂର୍ବରୁ ଡିଜେଲ ଦର ୫୪ ଟଙ୍କା ଥିବା ବେଳେ ଆଜି ତାହା ୯୦ ଟଙ୍କାରେ ପହଞ୍ଚିଛି । ପେଟ୍ରୋଲ ଦର ଯାହା ୬୦ ଟଙ୍କା ଥିଲା ତାହା ଆଜି ୧୧୦ ଟଙ୍କା । ସେହିଭଳି ୩୫ ଟଙ୍କା ଥିବା ସିଏନଜି ଏବେ ୭୫ ଟଙ୍କା ହେଲାଣି । ଗ୍ୟାସ ସିଲିଣ୍ଡର ୪୧୦ ଟଙ୍କାରୁ ୧୦୮୦ ଟଙ୍କା, ଖାଇବା ତେଲ ଦର ୭୦ ଟଙ୍କାରୁ ବୃଦ୍ଧି ପାଇ ୧୭୦ ଟଙ୍କାରେ ପହଞ୍ଚି ସାରିଲାଣି । ଏହି ସବୁ ଅଧିକ ଅର୍ଥକୁ ମୋଦି ସରକାର ବିଭିନ୍ନ ରାଜ୍ୟରେ ଅନ୍ୟ ଦଳର ସରକାର ଭାଙ୍ଗି ବିଜେପି ସରକାର ଗଠନ କରିବାରେ ବ୍ୟବହାର କରୁଛନ୍ତି ।"

ସେ ଆହୁରି କହିଛନ୍ତି, "ଦରଦାମ ବୃଦ୍ଧିକୁ ଆହୁରି ତୀବ୍ରତର କରିବା ପାଇଁ ଏବେ ଜରୁରୀ ଖାଦ୍ୟ ସାମଗ୍ରୀ ଉପରେ ମଧ୍ୟ ଜିଏସଟି ଲଗାଯାଇଛି । ଏହା ସହିତ ସାଧାରଣ ଜନତାଙ୍କ ଟିକସ ଅର୍ଥରୁ ନରେନ୍ଦ୍ର ମୋଦି ନିଜ ବନ୍ଧୁମାନଙ୍କର ୧୦.୭୨ ଲକ୍ଷ କୋଟି ଟଙ୍କାର ଋଣ ଛାଡ କରାଇଥିଲେ । ବନ୍ଧୁ ମାନଙ୍କୁ ଆହୁରି ସାହାଯ୍ୟ କରିବା ପାଇଁ ଟିକସ ଉପରେ ମଧ୍ୟ ଛାଡ଼ ଦିଆଗଲା ।" ଏହା ସହିତ ପ୍ରଧାନମନ୍ତ୍ରୀଙ୍କର ବନ୍ଧୁଙ୍କ ପୋର୍ଟରେ ମିଳିଥିବା ୨୨,୦୦୦ କୋଟି ଟଙ୍କାର ଡ୍ରଗ୍ସର ସିବିଆଇ ତଦନ୍ତ କେବେ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିଭଳି ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ୱେ ଓ ଋଣ ଛାଡ ମାମଲାରେ କେବେ ସିବିଆଇ ଏବଂ ଇଡି ତଦନ୍ତ ହେବ ଏହା ଉତ୍ତର କେନ୍ଦ୍ର ସରକାର ଜନ ସାଧାରଣଙ୍କୁ ଦିଅନ୍ତୁ ବୋଲି ନିଶିକାନ୍ତ ମହାପାତ୍ର କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.