ETV Bharat / city

ପୁରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ନିର୍ମାଣ ଦାବି, ଭିତ୍ତିଭୂମି ଅନୁଧ୍ୟାନ କରିବ AAI

author img

By

Published : Feb 3, 2021, 10:52 PM IST

Updated : Feb 4, 2021, 7:16 AM IST

ପୁରୀରେ ଏକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବି ଉପରେ କେନ୍ଦ୍ର ସରକାର ସକରାତ୍ମକ ଉତ୍ତର ଦେଇଛନ୍ତି । ଅଧିକ ପଢନ୍ତୁ...

ପୁରୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ନିର୍ମାଣ ଦାବି, ଭତ୍ତିଭୂମି ଅନୁଧ୍ୟାନ କରିବ AAI

ଭୁବନେଶ୍ବର: ସଂସଦରେ ପୁରୀ ଏୟାରପୋର୍ଟ ଦାବି ବିଷୟ ଉଠାଇଛନ୍ତି ରାଜ୍ୟସଭା ସାଂସଦ ସୁଜୀତ କୁମାର । ଶ୍ରୀକ୍ଷେତ୍ରକୁ ଅଧିକ ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତାବିତ ପୁରୀ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟ ନିର୍ମାଣ ଦାବିକୁ କେନ୍ଦ୍ର ବେସାମରିକ ମନ୍ତ୍ରଣାଳୟ ପୁରା କରିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ସାଂସଦ ସୁଜୀତ କୁମାର ।

ପୁରୀରେ ଏକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ଦାବି ଉପରେ କେନ୍ଦ୍ର ସରକାର ସକରାତ୍ମକ ଉତ୍ତର ଦେଇଛନ୍ତି । ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ)କୁ ପୁରୀରେ ବିମାନ ବନ୍ଦର ସ୍ଥାପନ ନିମନ୍ତେ ଆବଶ୍ୟକ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟସଭାରେ ଆଜି ବିଜେଡି ସାଂସଦ ସୁଜିତ୍ କୁମାରଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୨୧ ଜାନୁୟାରୀରେ ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦର ସ୍ଥାପନ ପାଇଁ ଅନୁରୋଧ କରିଥିଲେ।

ଏଥିପାଇଁ ପୁରୀ ସହର ନିକଟରେ ରାଜ୍ୟ ସରକାର ଜାଗା ମଧ୍ୟ ଚିହ୍ନଟ କରିସାରିଛନ୍ତି । ଜାନୁୟାରୀ ୧୨ରେ ବେସାମରିକ ବିମାନ ଚଳାଚଳ ସଚିବ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ବୈଠକରେ ଓଡ଼ିଶା ସରକାରଙ୍କ ଅଧିକାରୀ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ(ଏଏଆଇ) ଓ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକ ଜେନେରାଲ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବା ତଥ୍ୟ ଆଧାରରେ ପୁରୀରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ସ୍ଥାପନର ଭତ୍ତିଭୂମି ଅନୁଧ୍ୟାନ କରିବାକୁ ଏଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2021, 7:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.