ETV Bharat / city

ଲକଡାଉନରେ ସାହାରା ପାଲଟିଛି ‘ଆହାର’; ଟେକ୍ ଆୱେ ବ୍ୟବସ୍ଥାରେ ୪ ଲକ୍ଷ ୬୧ ହଜାରରୁ ଉର୍ଦ୍ଧ୍ବ ଉପକୃତ

ଲକଡାଉନ୍ ସମୟରେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ଅସହାୟ ହେଉଛନ୍ତି ଉପକୃତ । ଅଧିକ ପଢନ୍ତୁ...

author img

By

Published : May 23, 2021, 7:12 AM IST

ଲକଡାଉନରେ ସାହାରା ପାଲଟିଛି ‘ଆହାର’  ; ଟେକ୍ ଆୱେ ବ୍ୟବସ୍ଥାରେ ୪ ଲକ୍ଷ ୬୧ ହଜାରୁ ଅଧିକ ଲୋକ ଉପକୃତ

ଭୁବନେଶ୍ବର: ଲକଡାଉନ୍ ସମୟରେ ଲୋକଙ୍କ ଭୋକ ମେଣ୍ଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି ଆହାର କେନ୍ଦ୍ର । ବିଶେଷକରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରିବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କୋରୋନାର ଦ୍ବିତୀୟ ସଂକ୍ରମଣ ତୀବ୍ର ହୋଇଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫ ତାରିଖରୁ ହିଁ ଆହର କେନ୍ଦ୍ରଗୁଡିକ ଯଥାରୀତି ଖୋଲା ରହିଛି । ତେବେ କର୍ତ୍ତୃପକ୍ଷ ସଂକ୍ରମଣକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରରେ ବସି ଖାଇବା ଅପେକ୍ଷା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପୁଡିଆ ଆକାରରେ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ଲକଡାଉନ୍‌ର ପ୍ରଥମ ଦିନ ସର୍ବାଧିକ ୧୬୬ଟି ଆହାର କେନ୍ଦ୍ର ଖୋଲିଥିବାବେଳେ ଏଠାରେ ପ୍ରାୟ ୩୧ହଜାର ମିଲ୍ ବିକ୍ରୟ ହୋଇଥିଲା । ମଇ ୫ରୁ ଗତ କାଲି , ୨୦ ତାରିଖ ମଧ୍ୟରେ ଦୁଇଟି ଶନିବାର ୮ ଓ ୧୫ ତାରିଖକୁ ବାଦ୍ ଦେଲେ ଅନ୍ୟ ପ୍ରାୟ ସବୁଦିନ ୧୬୩ରୁ ଅଧିକ ଆହାର କେନ୍ଦ୍ର କାର୍ଯ୍ୟ କରୁଥିଲା । ଲକଡାଉନ୍ ଅବଧି ବଢିବା ସହିତ ଆହାର କେନ୍ଦ୍ରଗୁଡିକରେ ଲୋକଙ୍କ ମିଲ୍ ସଂଗ୍ରହ ପରିମାଣ ବଢି ୧୭ ଓ ୧୮ ତାରିଖ ବେଳକୁ ଏହା ୪୦ ହଜାରକୁ ଟପି ଯାଇଥିଲା । ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର ଗୁଡିକରେ ରୋଗୀଙ୍କ ସମ୍ପର୍କୀୟ ଖାଦ୍ୟ ପୁଡିଆ ସଂଗ୍ରହ କରୁଥିବା ଲକ୍ଷ୍ୟ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଆହାର କେନ୍ଦ୍ରଗୁଡିକରେ ମୋଟ୍ ୪ଲକ୍ଷ ୬୧ ହଜାରୁ ଅଧିକ ମିଲ୍ ଲୋକେ ନେଇଥିବା ଜଣାଯାଇଛି ।

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ କାର୍ଯ୍ୟରତ କର୍ମଚାରୀ ଓ ଖାଦ୍ୟ ସଂଗ୍ରହ କରିବାକୁ ଆସୁଥିବା ଲୋକମାନେ ଯେଭଳି ସୁରକ୍ଷିତ ରହିବେ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରତ୍ୟେକ ଆହାର କେନ୍ଦ୍ରକୁ ସଫା ସୁତରା ରଖାଯିବା ସହିତ ସାଧାରଣ ଲୋକଙ୍କ ପାଇଁ ସାନିଟାଇଜର ଯୋଗାଇ ଦିଆଯାଇଛି । ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବାବେଳେ ସାମାଜିକ ଦୂରତାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ବିନା ମାସ୍କରେ ଆସିଲେ ଖାଦ୍ୟ ମିଳିବ ନାହିଁ ବୋଲି ଲୋକଙ୍କୁ ଅବଗତ କରାଯାଇଛି । ଯେହେତୁ ଲୋକେ ଏଠାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି, ତେଣୁ ଆହାର କେନ୍ଦ୍ରରେ ଆଦୌ ଗହଳି ପରିଲକ୍ଷିତ ହୋଇନାହିଁ ।

ଲକଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଛୋଟ ଛୋଟ ହୋଟେଲ ଓ ଖାଇବା ଦୋକାନ ଖୋଲିବା ଉପରେ କଟକଣା ଲଗାଯାଇ ଥିବାରୁ ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏବଂ ଗରିବ ଲୋକଙ୍କ ପାଇଁ ଆହାର କେନ୍ଦ୍ର ବେଶ୍ ସହାୟକ ହୋଇଛି । ଲକଡାଉନ୍ ଅବଧି ବଢିଥିବାବେଳେ ଆହାର କେନ୍ଦ୍ର ପୂର୍ବଭଳି ଖୋଲା ରହିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.