ETV Bharat / city

ଆତ୍ମହତ୍ୟା ନା ହତ୍ୟା ? ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Aug 22, 2019, 5:39 AM IST

ରାଜଧାନୀ ଫୁଲେଶ୍ବରେ ବସ୍ତିରେ ଯୁବତୀଙ୍କ ସନ୍ଦହଜନକ ମୃତ୍ୟୁ । ପ୍ରେମ ପାଇଁ ଆତ୍ମହତ୍ୟା ସନ୍ଦେହ କରାଯାଉଥିବାବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଖଣ୍ଡଗିରି ଥାନା ଫୁଲେଶ୍ବରେ ବସ୍ତିରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତ ଦେହକୁ ଉଦ୍ଧାର କରିଛି ପୋଲିସ । ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବାବେଳେ ମୃତକ ଯୁୁବତୀ ଜଣକ ଗଞ୍ଜାମ ଜିଲ୍ଲା ଗୁଗଡାର ବନିତା ଗୌଡା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ବୁଧବାର ବିଳମ୍ବିତ ସମୟ ଯାଏ ବନିତା କବାଟ ନ ଖୋଲିବାରୁ ଖଣ୍ଡଗିରି ଥାନାରେ ଖବର ଦେଇଥିଲେ ପଡୋଶୀ । ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ସେପଟେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ, 8 ଦିନ ତଳେ ବନିତାଙ୍କ ବାପାମାଆ ଗାଁ ଯାଇଥିବାବେଳେ ଫୁଲେଶ୍ବର ବସ୍ତିରେ ଏକୁଟିଆ ରହୁଥିଲେ ବନିତା । ତେବେ ବିଳମ୍ବିତ ରାତି ଯାଏ ସେ କାହା ସହ କଥାବାର୍ତ୍ତା ହେବା ସହ ଝଗଡା ମଧ୍ୟ ହେଉଥିବାର ପଡୋଶୀମାନେ ଶୁଣିଥିବାର କହିଛନ୍ତି । ତେବେ ପ୍ରେମ ପାଇଁ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ନେଇ ପଡୋଶୀମାନେ କହୁଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କରାଯିବା ସମୟରେ ମୃତ ବନିତାଙ୍କ ଗୋଡ ଦୁଇଟି ତଳେ ଲାଗିରହିଥିଲା । ତେଣୁ ଏହାକୁ ଏକ ହତ୍ୟା ମଧ୍ୟ ସନ୍ଦେହ କରାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ସନ୍ଦେହରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପ୍ରେମ ସମ୍ପର୍କ କୁ ନେଇ ଆତ୍ମହତ୍ୟା ସନ୍ଦେହ।

ପ୍ରେମ ପାଇଁ ଆତ୍ମହତ୍ୟା କଲେ ଯୁବତୀ। ଏକ ଶାଢ଼ୀ ସାହାଯ୍ୟରେ ବେକରେ ଲଗେଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଖଣ୍ଡଗିରି ଥାନା ଫୁଲେଶ୍ୱର ବସ୍ଥିରେ। ଘଟଣା ସ୍ଥଳରୁ ପୋଲିସ ଝୁଲନ୍ତା ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଗୃହକୁ ପଠେଇ ଦେଇଛି।

Body:

ବୁଧବାର ସନ୍ଧ୍ୟା ସମୟରେ ଫୁଲେଶ୍ୱର ବସ୍ତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆତ୍ମହତ୍ୟା କରିଥିବା ଯୁବତୀ ଜଣଙ୍କ ହେଲେ ଗଂଜାମ ଜିଲ୍ଲାର ଗୁଗୁଡାର ବନିତା ଗୌଡ଼। ପୋଲିସ ମୃତ ଯୁବତୀଙ୍କ ଶବ କୁ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ପଠେଇ ଦେଉଛନ୍ତି। ଏନେଇ ପୋଲିସ ଏକ ଅପମୃତୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ପଡ଼ୋଶୀଙ୍କ କହିବା ଅନୁଯାୟୀ ଯୁବତୀ ଜଣଙ୍କ ପ୍ରେମ ପାଇଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି।
ମୃତ ଯୁବତୀଙ୍କ ବାପା ମା ଗାଁ ରେ ରହୁଥିବାରୁ ଯୁବତୀ ଜଣଙ୍କ ବିଳମ୍ବିତ ରାତି ପର୍ଯ୍ୟନ୍ତ କାହା ସହ କଥା ହେବା ସହ ଝଗଡା ମଧ୍ୟ ହେଉଥିବାର ପଡୋଶୀ ମନେ ଶୁଣିଥିବାର କହିଛନ୍ତି। ସେହି କାରଣ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କଟାଯାଉଛି। ଅନ୍ୟପଟେ ଯୁବତୀ ଜଣଙ୍କର ଗୋଡ ତଳେ ଲାଗିଥିବାରୁ କେହି ଏହାକୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାକୁ ନେଇ ପୋଲିସ ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, 8 ଦିନ ତଳେ ମୃତ ବନିତା ଙ୍କ ବାପ ମା ଗାଁ କୁ ଯାଇଥିଲେ। ତେବେ ବନିତା ଫୁଲେଶ୍ୱର ବସ୍ତି ରେ ଏକେଲା ରହୁଥିଲେ। ସବୁ ଠିକ ରହିଥିଲା ବନିତାଙ୍କର। କିନ୍ତୁ ବୁଧବାର ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ବନିତା ଘରର କବାଟ ଖୋଲିନଥିଲେ। ତେବେ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ଖଣ୍ଡଗିରି ଥାନାକୁ ଖବର ଦେଇଥିଲେ। ଖଣ୍ଡଗିରି ଥାନା ପୋଲିସ ଘଟଣା ସ୍ଥାରେ ପହଁଚି କବାଟ ଭାଙ୍ଗି ଝୁଲନ୍ତା ଅବସ୍ଥାରେ ବନୁତାଙ୍କ ମୃତ ଦେହ କୁ ଜବତ କରି କ୍ୟାପିଟାଲ ହସ୍ପିଟାଲ କୁ ସବ ବ୍ୟବଛେଦ ପାଇଁ ପଠେଇ ଦେଇଥିଲା ଖଣ୍ଡଗିରି ପୋଲିସ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.