ETV Bharat / city

ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା, ଅଭିଯୁକ୍ତର ଟେର୍ ପାଉନି ପୋଲିସ

author img

By

Published : Feb 4, 2021, 10:19 PM IST

ରାଜଧାନୀରେ ଦେଖିବାକୁ ମିଳିଛି ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦକାର ଅନ୍ଧାରୁଆ ଦାସପୁରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢ଼ନ୍ତୁ...

a woman dead body without head is recovered in chandaka area of bhubaneswar
ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା, ଅଭିଯୁକ୍ତ ଟେର୍ ପାଉନି ପୋଲିସ

ଭୁବନେଶ୍ବର: ରାଜଧାନୀରେ ଦେଖିବାକୁ ମିଳିଛି ବୀଭତ୍ସ ହତ୍ୟାକାଣ୍ଡ । ଚନ୍ଦକାର ଅନ୍ଧାରୁଆ ଦାସପୁରରେ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଛି । ଏହି ହତ୍ୟାକାଣ୍ଡ କମିଶନରେଟ ପୋଲିସର ମୁଣ୍ଡ ବିନ୍ଧା ଆରମ୍ଭ କରିଛି । କାରଣ ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କର ନା କୌଣସି ପରିଚୟ ମିଳୁଛି ନା ପାରିପାର୍ଶିକ ସ୍ଥିତିରୁ କୌଣସି ସୁରାକ ମିଳୁଛି । ମହିଳାଙ୍କ ବୟସ ପାଖାପାଖି ୩୫ ହେବ ବୋଲି ପୋଲିସ ଅନୁମାନ କରୁଛି । ଦେହରେ ଥିବା କପଡ଼ାକୁ ଦେଖିଲେ ମହିଳା ଜଣକ କୌଣସି ସମ୍ଭ୍ରାନ୍ତ ଶ୍ରେଣୀର ହୋଇନଥିବେ ବୋଲି ସନ୍ଦେହ କରୁଛି ପୋଲିସ ।

ତେବେ ପ୍ରଶ୍ନ ଉଠୁଛି ତେବେ କିଏ ଓ କାହିଁକି ଏପରି ବୀଭତ୍ସ ହତ୍ଯାକାଣ୍ଡ ଘଟଇଲା ? ଏହା ପଛରେ କାରଣ କଣ ସେନେଇ ତଦନ୍ତ ଆରମ୍ଭ ହୋଇଛି । ପରକୀୟାପ୍ରିତି ପ୍ରତିଶୋଧ, କୌଣସି ବ୍ୟକ୍ତିଗତ ବା ପାରିବାରିକ ଶତ୍ରୁତା ଏହାର କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି । ଏହାକୁ ନେଇ ଭୁବନେଶ୍ବର ଡିସିପି ଓ ଫରେନସିକ ଟିମ ସହ ସ୍ପେଶାଲ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଛନ୍ତି । ଘଞ୍ଚ ଜଙ୍ଗଲ ଯୋଗୁଁ ଘଟଣାସ୍ଥଳରୁ ପାରିପାର୍ଶ୍ବିକ ପ୍ରମାଣ ଖୋଜିବାକୁ ପୋଲିସକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି ।

ହତ୍ୟାକାଣ୍ଡର ପ୍ରମାଣ

ଘଟଣାସ୍ଥଳଠୁ କିଛି ଦୂରରେ ଏକ ଧାରୁଆ ଅସ୍ତ୍ର ଜବତ କରିଛି ପୋଲିସ । ମୁଣ୍ଡଟିକୁ ଗଣ୍ଡିରୁ ଅଲଗା କରିବା ପାଇଁ ସେହି ଅସ୍ତ୍ର ବ୍ୟବହାର କରାଯାଇଥିବା ସ୍ପଷ୍ଟ ହୋଇଛି । ମହିଳାଙ୍କ ମୃତଦେହରେ ଆଞ୍ଚୁଡା ଚିହ୍ନ ରହିଛି । ଦୁର୍ବୃତ୍ତମାନେ ଜୀବନ୍ତ ଅବସ୍ଥାରେ ମହିଳାଙ୍କ ବେକକୁ କାଟି ହତ୍ୟା କରିଥିବା ସନ୍ଦେହ କରିଛି ପୋଲିସ । ହତ୍ୟା ବେଳେ ମହିଳା ଜଣକ ଛଟପଟ ହେଉଥିବା ଚିହ୍ନ ଦେଖିବାକୁ ମିଳିଛି । ଦୁର୍ବୃତ୍ତ ଯଦି ପୂର୍ବରୁ ମହିଳାଙ୍କୁ ହତ୍ୟା କରି ଏଠାରେ ଫୋପାଡ଼ି ଥାଏ ତେବେ ରକ୍ତର ଛିଟା ବା ଅନ୍ୟ କିଛି ସୁରାକ ମିଳିପାରିନାହିଁ । ଅର୍ଥାତ ହତ୍ୟାକାଣ୍ଡ ସେହିଠାରେ ହିଁ ହୋଇଛି ।

ହତ୍ୟା ପୂର୍ବରୁ ମଦ ପିଇଥିଲେ

ଘଟଣାସ୍ଥଳରୁ ଦୁଇଟି ମଦ ବୋତଲ ଜବତ ହୋଇଛି । ଗୋଟିଏ ବ୍ରିଜର ବଟଲ ଆଉ ଗୋଟିଏ ହ୍ବିସ୍କି ବଟଲ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଅର୍ଥାତ ହତ୍ୟା ପୂର୍ବରୁ ମହିଳା ଜଣଙ୍କ ବ୍ରିଜର ପିଇ ନିଶାରେ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ହତ୍ୟାକାରୀ ମଧ୍ୟ ନିଶାରେ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି। ତେବେ ନିଶା ଅବସ୍ଥାର ସୁଯୋଗ ନେଇ ଏପରି ନିଛାଟିଆ ସ୍ଥାନରେ ହତ୍ୟା କରାଯାଇଛି ।

ପରକୀୟାପ୍ରୀତି ସନ୍ଦେହ

ମୃତଦେହ ମିଳିଥିବା କିଛି ଦୂରରେ ଏକ ଗଛରେ ବ୍ୟାଗ ମିଳିଛି । ବ୍ୟାଗରୁ କିଛି ଶାଢି ମିଳିଛି । ଅର୍ଥାତ ମହିଳା ଜଣକ ହୁଏତ ଘରୁ ବାହାରି ଅନ୍ୟକାହା ସହ ଯିବା ପାଇଁ ଆସିଥାଇ ପାରନ୍ତି । ନଚେତ ପାରିବାରିକ କଳହ ପରେ ହୁଏତ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ଅନୁମାନ କରୁଛି ପୋଲିସ।

ମହିଳାଙ୍କର ହାତରେ ଏକ ଔଁ ଟାଟୁ ଲେଖା ରହିଛି । ସେହିପରି ମିଳିଥିବା ବ୍ୟାଗରୁ ଏକ ଟେଲର ଟ୍ୟାଗ ବା ନାମ ମିଳିଛି । ପୋଲିସ ଏହାକୁ ହୁଏତ ବ୍ୟବହାର କରି ମହିଳାଙ୍କ ପରିଚୟ ପାଇବାରେ କିମ୍ବା ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିପାରେ ।

ହତ୍ୟା ପଛରେ ଦୁଇ ଅଭିଯୁକ୍ତ !

ମଦ ବୋତଲରୁ ପୋଲିସ ଦୁଇଜଣଙ୍କ ସମ୍ପୃକ୍ତି ସନ୍ଦେହ କରୁଛି ପୋଲିସ । ହୁଏତ ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗିବା ପରେ ଦୁଇ ଅଭିଯୁକ୍ତ ଏଠାରେ ମଦ୍ୟ ପାନ କରିଥାଇ ପାରନ୍ତି। ହତ୍ୟାକାଣ୍ଡରେ ଜଣେ ପୁରୁଷ ଓ ଜଣେ ମହିଳା ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ପୂର୍ବ ଶତ୍ରୁତାରୁ ହୁଏତ ତାଙ୍କୁ ଯୋଜନା ବଦ୍ଧ ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଛନ୍ତି।

ମର୍ଡର ପ୍ଲଟ ଚନ୍ଦକା ଅଞ୍ଚଳ

ପୂର୍ବରୁ ମଧ୍ୟ ଏହିପରି ସମାନ ଢଙ୍ଗରେ ଏକ ହତ୍ୟାକାଣ୍ଡ ଦେଖିବାକୁ ମିଳିଥିଲା ୨୦୧୮ ମସିହା ଡିସେମ୍ବର ୨୦ ତାରିଖରେ ସତ୍ୟବାଦୀ ଥାନା ବିଞ୍ଛେଇପଡ଼ାର ସସ୍ମିତା ବିଶ୍ବାଳଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର ହୋଇଥିଲା । ଏକ ଧାରୁଆ ଅସ୍ତ୍ରରେ ସମାନ ଢଙ୍ଗରେ ପ୍ରେମିକାର ଗଣ୍ଡିମୁଣ୍ଡ ଅଲଗା କରି ମଳିପଡା ଜଙ୍ଗଲରେ ଫୋପାଡିଥିଲା ଯୁଧିଷ୍ଠିର ସ୍ବାଇଁ ନାମକ ଅଭିଯୁକ୍ତ ।

ପୋଲିସ ପାଟ୍ରୋଲିଂର ଅଭାବରୁ ହୁଏତ ସେହି ଅଞ୍ଚଳରେ ନିଛାଟିଆ ସ୍ଥାନ ଦେଖି ଏଭଳି ଏକ ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ଦୁର୍ବୃତ୍ତ । ସହର ବଢୁଥିବାରୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତମାନେ ଏଠାରେ ଏପରି ଘଟଣା ଘଟାଇବାକୁ ସାହସ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଏପରି ହତ୍ୟାକାଣ୍ଡ ପର୍ଦ୍ଦାଫାଶରେ ପୋଲିସ ଫେଲ

ସବୁଠୁ ବଡ ବିଷୟ ହୋଇଛି ଏଭଳି ହତ୍ୟାକାଣ୍ଡର ପରଦା ହଟାଇବାରେ ପୋଲିସ ପୂର୍ବରୁ ଫେଲ ମାରିଛି । କାରଣ ମଞ୍ଚେଶ୍ବର ଥାନା କୁଆଖାଇ ବ୍ରିଜ ତଳୁ ଏହିପରି ଜଣେ ମହିଳାଙ୍କର ଗଳିତ ଶବ ଉଦ୍ଧାର କରିଥିଲା ପୋଲିସ । ସେତେବଳେ ମଧ୍ୟ ବ୍ୟାଗରେ ଟ୍ୟାଗ ରହିଥିଲା । ଏପରିକି ପିନ୍ଧିଥିବା ଡ୍ରେସ କପଡାରୁ ଅନେକ ସୁରାକ ମିଳିଥିଲା। ଅଥଚ ସେହି ଘଟଣାରୁ ପରଦା ହଟାଇପାରିନଥିଲା ପୋଲିସ ।

ବର୍ତ୍ତମାନ ମୁଣ୍ଡ ବିହୀନ ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ଅନେକ କ୍ଲୁ ରହିଛି । ପୋଲିସ ହତ୍ୟାକାଣ୍ଡ ଉପରୁ କିଭଳି ପରଦା ହଟିବ, ତାହାରି ଉପରେ ସଭିଁଙ୍କ ନଜର । ହତ୍ୟାକାଣ୍ଡର ଶିକାର ହୋଇଥିବା ମହିଳାଙ୍କୁ ଦୋଷୀଙ୍କ ଧରିବାରେ ପୋଲିସ ଜୋର ଲଗାଇଛି । ସେପଟେ ତଦନ୍ତ ଚାଲିଛି ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.