ETV Bharat / city

Odisha Assembly: ସମ୍ଭାବ୍ୟ ମରୁଡି ସ୍ଥିତି ନେଇ ବିସ୍ତୃତ ଆଲୋଚନା

ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଥିଲେ । ଅଧିକ ପଢ଼ନ୍ତୁ...

author img

By

Published : Sep 6, 2021, 6:28 PM IST

Odisha Assembly: ମରୁଡି ଉପରେ ହେଲା ବିସ୍ତୃତ ଆଲୋଚନା

ଭୁବନେଶ୍ବର: ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦେଖା ଦେଇଛି । ଏହାକୁ ନେଇ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଉପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମୋସନ ପ୍ରସଙ୍ଗ ଆଣିଥିଲେ । ଏହି ଆଲୋଚନାରେ ଭାଗ ନେଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ 7 ଦିନ ଭିତରେ ମରୁଡ଼ି ବାବଦରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ବିଭାଗ ଗୁଡିକରେ ଅଫିସରଙ୍କ ମରୁଡ଼ି ପଡ଼ିଥିବା ଦେଖା ଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କିଏ ଗ୍ରାଉଣ୍ଡ ଭିଜିଟ କରି ଅନୁଧ୍ୟାନ କରିବ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ।

କାରଣ ରାଜ୍ୟ ସରକାର ନିଜେ ମାନିଛନ୍ତି 57 ଟି ବ୍ଲକରେ 35 ପ୍ରତିଶତରୁ କମ୍ ଜଳସେଚନ ହୋଇଛି । ସେପଟେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, "ମରୁଡ଼ି ସମସ୍ୟାର ସ୍ଥାୟୀ ପ୍ରତିକାର ଦିଗରେ ସରକାର ଚିନ୍ତା କରନ୍ତୁ । ରାଜ୍ୟରେ ଗଜା ମରୁଡି ହୋଇଛି ବୋଲି ସରକାର ସ୍ୱୀକାର କରନ୍ତୁ । ରାଜକନିକାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ନିଅଣ୍ଟିଆ ବର୍ଷାରେ ଫସଲ ନଷ୍ଟ ଯୋଗୁ ଏପରି ପରିସ୍ଥିତି ହୋଇଛି । ସରକାରଙ୍କ ମନ୍ତ୍ରୀ ଦେଉଥିବା ତଥ୍ୟରେ ତାଳ ମେଳ ରହୁନି । ରାଜସ୍ୱ ମନ୍ତ୍ରୀ 14 ଜିଲ୍ଲାର 30 ବ୍ଲକ ରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି କହୁଥିବା ବେଳେ କୃଷି ମନ୍ତ୍ରୀ 14 ଜିଲ୍ଲାର 47 ଟି ବ୍ଳକରେ କମ ବର୍ଷା ହୋଇଥିବାର ତଥ୍ୟ ଦେଉଛନ୍ତି । ଚାଷୀ ଆତ୍ମହତ୍ୟା ଆରମ୍ଭ ହେଲାଣି । ସରକାର ମରୁଡ଼ି ଲୁଚେଇବାକୁ ଚାହୁଁଛନ୍ତି । ଚାଷୀ ମୃତ୍ୟୁ ପାଇଁ ଦାୟୀ କିଏ ହେବ ।"

ସେହିପରି ଭୁପିନ୍ଦିର ସିଂହ କହିଛନ୍ତି ଯେ, "ନିଅଣ୍ଟିଆ ବର୍ଷା ଯୋଗୁଁ ରାଜ୍ୟରେ ଏକ ପ୍ରକାର ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ସରକାର ତଥ୍ୟ ଲୁଚେଇ ନାହାନ୍ତି । ରାଜ୍ୟରେ ଅନାବୃଷ୍ଟି ପାଇଁ ରାଜ୍ୟ ସରକାର ନିଜ ଆଡ଼ୁ ମୋସନ ଆଣିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଯେ ସମ୍ଭାବ୍ୟ ମରୁଡ଼ି ସ୍ଥିତିକୁ ନେଇ ରାଜ୍ୟ ସରକାର କେତେ ତତ୍ପର ରହିଛନ୍ତି । କୌଣସି ପ୍ରସଙ୍ଗକୁ ବାଦ ଦିଆଯାଇ ନାହିଁ । ସମ୍ଭାବ୍ୟ ମରୁଡ଼ି ସ୍ଥିତିକୁ ନେଇ ସମସ୍ତ ଦିଗରୁ ଆଲୋଚନା ହୋଇଛି ।"

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.