ETV Bharat / city

ଭର୍ଚୁଆଲ ଆର୍ଟରେ ବୋଇତ ବନ୍ଦାଣ ଉତ୍ସବ, ମନେ ପକାଇଲେ ନୌବାଣିଜ୍ୟର ଗାଥା - ଭୋୟେଜ

ସାଧବ ସସ୍କୃତି ବା ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ତଥା ଇତିହାସକୁ ନେଇ ଏକ ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ବିଶିଷ୍ଟ ଚିତ୍ରଶିଳ୍ପୀ ନିଜର ଚତ୍ରକଳା ପ୍ରଦର୍ଶନ କରିଛନ୍ତି । ଏହି ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀରେ ‘ଇଟିଭି ଭାରତ’ ମିଡିଆ ପାର୍ଟନର ରହିଥିଲା ।

ବୋଇତ ବନ୍ଦାଣ ଉତ୍ସବକୁ ନେଇ ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀ ଉଦଘାଟିତ

author img

By

Published : Nov 30, 2020, 4:37 PM IST

ଭୁବନେଶ୍ବର: ସାଧବ ସସ୍କୃତି ବା ବୋଇତ ବନ୍ଦାଣ ଉତ୍ସବର ମାହାତ୍ମ୍ୟ ତଥା ଇତିହାସକୁ ନେଇ ଏକ ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବହୁ ବିଶିଷ୍ଟ ଚିତ୍ରଶିଳ୍ପୀ ନିଜର ଚତ୍ରକଳା ପ୍ରଦର୍ଶନ କରିଛନ୍ତି । ଭୋୟେଜ ନାମକ ଏକ ସଂସ୍ଥା ପକ୍ଷରୁ 5 ମିନିଟର ଭର୍ଚୁଆଲ ଆର୍ଟ ପ୍ରଦର୍ଶିତ ହୋଇଛି ।

ବୋଇତ ବନ୍ଦାଣ ଉତ୍ସବକୁ ନେଇ ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀ ଉଦଘାଟିତ

ସାଧବପୁଅଙ୍କ ଅତୀତର ଗୌରବ କଥା ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଭର୍ଚୁଆଲ ଆର୍ଟ ପଦର୍ଶନୀ ହୋଇଥିଲା । ସାଧବଙ୍କ ପ୍ରାସାଦକୁ ଦନ୍ତାଗୃହ କୁହାଯାଉଥିଲା । ବିଭିନ୍ନ ଶିଳାଲେଖ, ପ୍ରାଚୀନ ତାମ୍ର ଫଳକ ଓ ପୁରାତନ ବୌଦ୍ଧ ଦସ୍ତାବିଜରୁ ଏହାର ପ୍ରମାଣ ମିଳିଛି । ପ୍ରାସାଦ ଗୁଡିକୁ ହାତି ଦାନ୍ତରେ ସଜା ଯାଉଥିବାରୁ ଏହାକୁ ପ୍ରାଚୀନ ଓଡ଼ିଶାରେ ଦନ୍ତାଗୃହ କୁହାଯାଉଥିଲା । ସାଧବ ପୁଅଙ୍କଠାରୁ ସେହି ସମୟରେ ରାଜାମାନେ ମଧ୍ୟ ଧନ ଉଦ୍ଧାର ନେଉଥିବାର କିମ୍ବଦନ୍ତୀ ରହିଛି । ଏଥିପାଇଁ ସାଧବ ପୁଅମାନେ ବାଣିଜ୍ୟ ପାଇଁ ଗଲାବେଳେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ । ଏହି ସମସ୍ତ କିମ୍ବଦନ୍ତୀକୁ ଚିତ୍ରଶିଳ୍ପୀମାନେ ନିଜ ତୂଳୀରେ ଆଙ୍କି ଦେଖାଇଛନ୍ତି ।

ଚଳିତ ବର୍ଷ କୋରୋନା ଭାଇରସ ସଂକ୍ରମଣ ଯୋଗୁଁ ବୋଇତ ବନ୍ଦାଣ ଉତ୍ସବ ଉପରେ କଟକଣା ଲାଗିଛି । ଏଥିପାଇଁ ଲୋକଙ୍କୁ ସଚେତନ କରିବା ସହ ବୋଇତ ବନ୍ଦାଣ ଉତ୍ସବର ଇତିହାସ ବିଷୟରେ ଲୋକଙ୍କୁ ଜଣାଇବାକୁ କାନଭାସରେ ଚିତ୍ରାୟିତ କରିଥିଲେ ବିଶିଷ୍ଟ ଚିତ୍ରଶିଳ୍ପୀ । ଏହି ଭର୍ଚୁଆଲ ଆର୍ଟ ପ୍ରଦର୍ଶନୀରେ ଇଟିଭି ଭାରତ ମିଡିଆ ପାର୍ଟନର ରହିଥିଲା ।

ଏହି 5 ମିନିଟ ଆର୍ଟ ପ୍ରଦର୍ଶନୀକୁ ଉଦଘାଟନ କରିଛନ୍ତି ବିଶିଷ୍ଟ ଚିତ୍ରକାର ବଳଦେବ ମହାରଥା । ଏହାସହ ମୀନକେତନ ପଟ୍ଟନାୟକ, ଲିପିଶ୍ରୀ ନାୟକ, ମନୋଜ ମହାନ୍ତି, ରାଜକିଶୋର ମହାରଣା, ଜନାର୍ଦ୍ଦନ ପରମଗୁରୁ, ଶୁଭଙ୍କର ତରଫଦାର, ସଞ୍ଜୟ ପଟ୍ଟନାୟକ ଓ ଆଶିଷ କୁମାର ଦାସଙ୍କ ଭଳି ଜଣାଶୁଣା ଚିତ୍ରଶିଳ୍ପୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.