ETV Bharat / city

ସାଧାରଣତନ୍ତ୍ର ଦିବସ ଅବସରରେ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା - Republic Day

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗଣସନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିଜ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା
author img

By

Published : Jan 26, 2021, 12:51 PM IST

ଭୁବନେଶ୍ବର: ସାରା ଭାତର ଆଜି 72 ତମ ସାଧାରଣତନ୍ତ୍ର ଦିବସ ପାଳୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗଣସନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ ଭିଡିଓ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିଜ ବାର୍ତ୍ତା ଦେଇଛନ୍ତି। ଯେଉଁଥିରେ ଆରମ୍ଭରେ ମୁଖ୍ୟମନ୍ତ୍ରୀ 'ମୋର ପ୍ରିୟ ଭାଇ ଓ ଭଉଣୀମାନେ ରୁ ନିଜର ବାର୍ତ୍ତା ଆରମ୍ଭ କରି ଜୟ ହିନ୍ଦରେ ବାର୍ତ୍ତା ଶେଷ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ, ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଏହି ଅବସରରେ ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ସହିଦ ଲକ୍ଷ୍ମଣ ନାୟକ, ରମାଦେବୀ, ମାଳତୀ ଚୌଧୁରୀ, ପାର୍ବତୀ ଗିରି, ଡଃ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀ ମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ସହ ଆମର କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବହୁ ଭାଷା, ବହୁ ଧର୍ମ ଓ ବହୁ ଜାତିକୁ ବହୁ ମତ, ବହୁ ବର୍ଣ୍ଣ, ବହୁ ବିଶ୍ବାସକୁ ନେଇ ଗଠିତ ହୋଇଛି । ଏହି ବିବିଧତା ହିଁ ଆମର ସବୁଠାରୁ ବଡ ଶକ୍ତି ।ଏହା ହିଁ ଆମ ସଂସ୍କୃତିକୁ, ଆମ ସମାଜକୁ, ସମୃଦ୍ଧ କରିଛି। ଆମ ସମ୍ବିଧାନରେ ଏହା ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ଏବଂ ସମସ୍ତଙ୍କ ପାଇଁ ବିକାଶର ସମାନ ସୁଯୋଗ ସୃଷ୍ଟି କରିଛି ।

ଓଡିଶା ଆଜି ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । କୃଷି, ଶିଳ୍ପ ଓ ଭିତ୍ତିଭୂମି ପରି ଅର୍ଥନୀତିର ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଓଡିଶା ଆଜି ଦୃଶ୍ୟମାନ ଉନ୍ନତି କରିପାରିଛି । ରାଜ୍ୟରେ ଜଳସେଚନ କ୍ଷମତା ବଢିଛି । କୃଷି ଉତ୍ପାଦନ ବଢିଛି। ଚାଷୀର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଭିନ୍ନ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ବତନ୍ତ୍ର । ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଆମର ସବୁ କଲ୍ୟାଣ କାର୍ଯ୍ୟକ୍ରମ ଲୋକଙ୍କ ମୁହଁରେ ହସ ଆଣିଛି । ଗତ ୧୦ ମାସ ହେଲା ସାରା ବିଶ୍ବ କୋରୋନା ମହାମାରୀ ସହ ଲଢୁଛି ।

ଓଡିଶା କୋରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି, ଏହି ଅବସରରେ ଆମର କୋଭିଡ ଯୋଦ୍ଧା ମାନଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟୀକା ଆସିଥିଲେ ମଧ୍ୟ କୋଭିଡ ଗାଇଡଲାଇନ୍‌କୁ କଡାକଡି ଭାବରେ ପାଳନ କରିବାକୁ ସେ ସମସ୍ତଙ୍କୁ ଏହି ଭିଡିଓ ଦ୍ବାରା ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.