ETV Bharat / city

ଖାଦ୍ୟ ସୁରକ୍ଷା ଉପଲବ୍ଧି ବୃଦ୍ଧି ପାଇଁ ବୈଷୟିକ କୌଶଳ ଉପରେ ଗୁରୁତ୍ୱ - ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ

ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା (WFP) ୨୦୨୩-୨୭ ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର । ଅଧିକ ପଢନ୍ତୁ

ଖାଦ୍ୟ ସୁରକ୍ଷା ଉପଲବ୍ଧି ବୃଦ୍ଧି ପାଇଁ ବୈଷୟିକ କୌଶଳ ଉପରେ ଗୁରୁତ୍ୱ

author img

By

Published : Jan 22, 2022, 10:18 PM IST

ଭୁବନେଶ୍ବର: ଜାତିସଂଘର ବିଶ୍ୱ ଖାଦ୍ୟ ସୁରକ୍ଷା (WFP) ୨୦୨୩-୨୭ ଯୋଜନା ପ୍ରସ୍ତୁତି ପାଇଁ ବିଭିନ୍ନ ଅଂଶୀଦାରମାନଙ୍କର ପରାମର୍ଶମୂଳକ ଆଲୋଚନାଚକ୍ର । ଡିଜିଟାଲ୍ ମୋଡରେ ଏହି ଆଲୋଚନା କରାଯାଇଛି । ବୈଠକରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ବେସରକାରୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ, କର୍ପୋରେଟ୍ ସଂସ୍ଥା ଓ ବିଶ୍ୱବିଦ୍ୟାଳୟ ଆଦିରୁ ପ୍ରାୟ ୮୦ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି ।

ବୈଠକରେ ଖାଦ୍ୟ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି । ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ଜାତୀୟ ନିର୍ଦ୍ଦେଶକ ବିଶୋ ପାରାଜୁଲି କହିଛନ୍ତି ଯେ, ‘ଆମେ ଓଡ଼ିଶା ସହ କାର୍ଯ୍ୟ କରିବାରେ ଆନନ୍ଦ ଅନୁଭବ କରୁଛୁ । କାରଣ ଓଡ଼ିଶା ସରକାର ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଓଡ଼ିଶାରେ ଅନେକ ଅଭିନବ କୌଶଳର ପ୍ରୟୋଗ କରାଯାଇଛି । ସାଧାରଣ ଯୋଗାଣ ବ୍ୟବସ୍ଥାରେ ବାଇଓମେଟ୍ରିକ୍ କୌଶଳ ପ୍ରୟୋଗ, ମଧ୍ୟାହ୍ନ ଭୋଜନ ଏବଂ ଅଙ୍ଗନବାଡ଼ିରେ ଅଧିକ ପୁଷ୍ଟିଯୁକ୍ତ ଖାଦ୍ୟ ଯୋଗାଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଗର୍ଭବତୀ ମହିଳାମାନଙ୍କ ପାଇଁ ପୁଷ୍ଟିଯୁକ୍ତ ଛତୁଆ ପ୍ରସ୍ତୁତି ଆଦି ଏହି ଅଭିନବ କୌଶଳର କେତେକ ଉଦାହରଣ ।'

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଦାରିଦ୍ର୍ୟ କମାଇବା, ଖାଦ୍ୟ ସୁରକ୍ଷା ବଢ଼ାଇବା ଏବଂ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ ଦୃଢ଼ୀଭୂତ କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପରିକର । ବିଗତ ବର୍ଷମାନଙ୍କରେ ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥାର ସହଭାଗିତା ଅନେକ ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି । ଆଗାମୀ ବର୍ଷମାନଙ୍କରେ ଖାଦ୍ୟ ସୁରକ୍ଷାକୁ ସାର୍ବଜନୀନ କରିବା ନିମନ୍ତେ ଅଧିକରୁ ଅଧିକ ବୈଷୟିକ କୌଶଳ ପ୍ରୟୋଗ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ୨୦୨୩-୨୭ ରଣନୀତିକୁ ନିରନ୍ତର ବିକାଶ ଲକ୍ଷ୍ୟ ଅଭିମୁଖୀ ଏବଂ ଅଧିକ ଫଳାଫଳ ଭିତ୍ତିକ କରିବା ପାଇଁ ସେ କହିଛନ୍ତି । ଏହି ରଣନୀତିକୁ ଓଡ଼ିଶା ସରକାର ବିଶ୍ୱ ଖାଦ୍ୟ ଯୋଜନା ସଂସ୍ଥା ସହ ମିଳିତ ଭାବେ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟ ଶାସନ ସଚିବ ପ୍ରତିଶୃତି ଦେଇଛନ୍ତି ।

ସଂଯୁକ୍ତ ରାଷ୍ଟ୍ର ଉନ୍ନୟନ ଯୋଜନା ସଂସ୍ଥା ସହ ନିଜ କାର୍ଯ୍ୟ ଅଭିଜ୍ଞତା ବାବଦରେ କହିଛନ୍ତି ଉନ୍ନୟନ କମିଶନ ପ୍ରଦୀପ କୁମାର ଜେନା । ରଣନୀତିରେ ଅଞ୍ଚଳ ଏବଂ ସମୁଦାୟ ଭିତ୍ତିକ ପଦ୍ଧତି ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷାର ମାନ ଅଞ୍ଚଳ ଓ ସମୁଦାୟ ଭିତ୍ତିରେ ଅଲଗା ହୋଇଥାଏ । ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର କୃଷି ଉତ୍ପାଦନ ଓ ଖାଦ୍ୟ ଆବଶ୍ୟକତା ମାଳଭୂମି ଅଞ୍ଚଳ ଅଧିବାସୀଙ୍କ ଠାରୁ ଭିନ୍ନ । ସରକାରୀ ଏବଂ ବେସରକାରୀ ସହଭାଗିତା ଭିତ୍ତିରେ ନିରନ୍ତର ବିକାଶ ଲକ୍ଷ-୨(କ୍ଷୁଧା ଶୂନ୍ୟତା)କୁ ତ୍ୱରାନ୍ୱିତ ଗତିରେ ହାସଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ସୂଚନା ଓ ଲୋକ ସମ୍ପର୍କ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମିଶନ ଶକ୍ତି ଶାସନ ସଚିବ ସୁଜାତା କାର୍ତ୍ତିକେୟାନ୍, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ମୁଥୁ କୁମାର, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଶାସନ ସଚିବ ଆର୍ ରଘୁ ପ୍ରସାଦ ପ୍ରମୁଖ ଓଡ଼ିଶା ସରକାରଙ୍କ ତରଫରୁ ବିଭିନ୍ନ ପରାମର୍ଶମାନ ରଖିଛନ୍ତି ।

ସେହିପରି WFP ର ଜାତୀୟ ଉପନିର୍ଦ୍ଦେଶକ ଏରିକ୍ କେନେଫିକ୍ ଏବଂ ଓଡ଼ିଶା ରାଜ୍ୟ WFP ମୁଖ୍ୟ ହିମାଂଶୁ ବଳ ରଣନୀତିର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଛନ୍ତି । ବେସରକାରୀ ସଂସ୍ଥାର ପ୍ରତିନିଧି ଭାବେ CYSD ର ପ୍ରତିଷ୍ଠାତା ଜଗଦାନନ୍ଦ, ସ୍ୱାଭିମାନ(ଭିନ୍ନକ୍ଷମ ସମ୍ପଦ କେନ୍ଦ୍ର)ର ନିର୍ଦ୍ଦେଶକ ଡ. ଶୃତି ମହାପାତ୍ର, ଟାଟା କମ୍ପାନୀ ସାମାଜିକ ଦାୟିତ୍ୱ ସମ୍ପନ୍ନତା ବିଭାଗ ମୁଖ୍ୟ ଡ. ଅନୀଲ୍ କୁମାର ପ୍ରମୁଖ ଖାଦ୍ୟ ସୁରକ୍ଷା ଏବଂ ପ୍ରାକୃତିକ ବିପର୍ଯ୍ୟୟ ନିରୋଧି କୃଷି ଉତ୍ପାଦନ ପଦ୍ଧତି ଆଦି ବିଷୟରେ ନିଜ ନିଜର ମତ ରଖିଛନ୍ତି । WFP ର ଜାତୀୟ ନିର୍ଦ୍ଦେଶକ ପୁରଜୁଲି କହିଛନ୍ତି ଯେ, ଏହିସବୁ ପରାମର୍ଶକୁ ସାମିଲ୍ କରି ସରକାରଙ୍କ ସହଯୋଗିତାରେ ଖୁବଶୀଘ୍ର ଖାଦ୍ୟ ସୁରକ୍ଷା ରଣନୀତି ଖସଡ଼ା ୨୦୨୩-୨୭ ପ୍ରସ୍ତୁତ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.