ETV Bharat / city

ତୀରମାଡରେ କୁକୁର ଗୁରୁତର, 3 ଘଣ୍ଟା ଅସ୍ତ୍ରୋପଚାର ପରେ ପାଇଲା ଜୀବନ

author img

By

Published : May 1, 2021, 10:53 PM IST

ତୀର ମାଡ ପରେ ଅକଥନୀୟ ଯନ୍ତ୍ରଣା ଭୋଗୁଥିବା କୁକୁରର ସଫଳ ଅପରେସନ କଲେ ଡାକ୍ତର । ଅଧିକ ପଢନ୍ତୁ....

କୁକୁର ପେଟରେ 3 ଘଣ୍ଟାର ସଫଳ ଅପରେସନ
କୁକୁର ପେଟରେ 3 ଘଣ୍ଟାର ସଫଳ ଅପରେସନ

ଭୁବନେଶ୍ବର: ମାଲକାନଗିରି ଜିଲ୍ଲା ଏମ.ଭି-17 ନମ୍ବର ଗ୍ରାମରେ ଅଭାବନୀୟ ଘଟଣା । ଦୁର୍ବୁତ୍ତଙ୍କ ତୀର ମାଡ଼ରେ ପୋଷା କୁକୁର ଗୁରୁତର । 3 ଘଣ୍ଟାର ଅପରେସନ ପରେ କୁକୁର ପାଇଲା ନୂଆ ଜୀବନ ।

କୁକୁର ପେଟରେ 3 ଘଣ୍ଟାର ସଫଳ ଅପରେସନ

ସୂଚନା ଅନୁଯାୟୀ ରିତା ସରକାରଙ୍କ ଘରେ ଥିବା ଏକ ପୋଷା କୁକୁରକୁ ତୀର ମାଡ ହୋଇଥିଲା । ତୀରଟି କୁକୁରର ଡାହାଣ ପେଟରେ ପଶି ଯାଇଥିଲା । ଯନ୍ତ୍ରଣାରୁ ଉପଶମ ଲାଗି କୁକୁରଟି ତୀରକୁ ବାହାର କରିବା ପାଇଁ ଅପ୍ରାଣେ ଉଦ୍ୟମ କରିଥିଲା । ତୀର ବାହାରିବା ବଦଳରେ ସେଥିରେ ଲାଗିଥିବା ବାଉଁଶ କଣି ଭାଙ୍ଗି କୁକୁର ପାଟି ଭିତରେ ପଶି ଯାଇଥିଲା । ପେଟରେ ତୀର ଓ ପାଟିରେ ବାଉଁଶ ଲାଗିଥିବା ଯୋଗୁଁ କୁକୁରଟି ଅକଥନୀୟ ଯନ୍ତ୍ରଣା ପାଉଥିଲା ।

ପରେ କୁକୁରର ମାଲିକ ରୀତା ମାଲକାନଗିରିର ମାଥିଲି ପ୍ରାଣୀ ଚିକିତ୍ସାଳୟରେ କୁକୁରକୁ ଭର୍ତ୍ତି କରିଥିଲେ । ସେଠାରେ ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଡାକ୍ତର ବିକାଶ ଚନ୍ଦ୍ର ସର୍ଦ୍ଦାର ଏହି କେସକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରି ଅପରେସନ ଆରମ୍ଭ କରିଥିଲେ । କୁକୁରକୁ ଆନାସ୍ଥେସିଆ ଦେବା ପରେ କୁକୁର ପେଟରୁ ତୀର ଏବଂ ପାଟିରୁ ବାଉଁଶ ଖଣ୍ଡ ବାହାର କରିବା ପାଇଁ ଅପରେସନ ଆରମ୍ଭ କରିଥିଲେ । ଦୀର୍ଘ 3 ଘଣ୍ଟାର ଅପରେସନ ପରେ କୁକୁର ପେଟରୁ ତୀର ଓ ପାଟିରୁ କଣି ବାହାର କରିବାରେ ସଫଳ ହୋଇଥିଲେ 5 ଜଣିଆ ଡାକ୍ତରୀ ଟିମ ।

ସଫଳ ଅପରେସନ ପରେ କୁକୁରର କ୍ଷତ ସ୍ଥାନକୁ ସିଲେଇ କରି ବ୍ୟାଣ୍ଡେଜ୍ କରିଦିଆଯାଇଛି । ଆଣ୍ଟି ବାୟୋଟିକ ଏବଂ ପେନକିଲର ଇଞ୍ଜେକ୍ସନ ମଧ୍ୟ ଦିଆଯାଉଛି । ଏବେ କୁକୁରର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି । ଆସନ୍ତା 2 ସପ୍ତାହ ପରେ କୁକୁରଟିର ଷ୍ଟିଚ୍ ଖୋଲାଯିବା ପରେ ସେ ସମ୍ପୂର୍ଣ୍ଣ ଠିକ୍ ହୋଇଯିବ ବୋଲି ଡାକ୍ତରୀ ଟିମ୍ କହିଛନ୍ତି । ଡାକ୍ତର ସର୍ଦ୍ଦାରଙ୍କୁ ଏହି ଅପରେସନରେ ଡାକ୍ତର ବିପଦ ତାରଣ ବିଶ୍ୱାଳ, ଡାକ୍ତର ଶୁଭମ ପରିଡା, ଏଲଆଇ ସବିତା ମହାପାତ୍ର ଓ କରୁଣାକର ସ୍ୱାଇଁ ସହଯୋଗ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.