ETV Bharat / city

ବିଶ୍ୱ ଷ୍ଟ୍ରୋକ ଦିବସରେ ଜାରି ହେଲା ଷ୍ଟ୍ରୋକ ହେଲ୍‌ପଲାଇନ୍‌ ନମ୍ବର - ବିଶ୍ବ ଷ୍ଟ୍ରୋକ୍‌ ଦିବସ

ବିଶ୍ୱ ଷ୍ଟ୍ରୋକ ଦିବସରେ ଏକ ଘରୋଇ ହସ୍ପିଟାଲ ପକ୍ଷରୁ ନୂଆ ‘ଷ୍ଟ୍ରୋକ ହେଲ୍‌ପଲାଇନ୍‌, ଷ୍ଟ୍ରୋକ ପାଥୱେ ଏବଂ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ ହୋଇଛି ।

ବିଶ୍ୱ ଷ୍ଟ୍ରୋକ ଦିବସରେ ଜାରି ହେଲା ଷ୍ଟ୍ରୋକ ହେଲ୍‌ପଲାଇନ୍‌ ନମ୍ବର

author img

By

Published : Oct 29, 2021, 10:54 PM IST

ଭୁବନେଶ୍ବର: ବିଶ୍ୱ ଷ୍ଟ୍ରୋକ ଦିବସରେ ଏକ ଘରୋଇ ହସ୍ପିଟାଲ ପକ୍ଷରୁ ନୂଆ ‘ଷ୍ଟ୍ରୋକ ହେଲ୍‌ପଲାଇନ୍‌, ଷ୍ଟ୍ରୋକ ପାଥୱେ ଏବଂ କୋଡ୍ ଷ୍ଟ୍ରୋକ’ର ଶୁଭାରମ୍ଭ ହୋଇଛି । ଏହି ସୁବିଧାକୁ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏହାଦ୍ୱାରା ମସ୍ତିଷ୍କକୁ କ୍ଷତି ପହଞ୍ଚିବାକୁ ଥିବା କୌଣସି ପ୍ରକାରର ଅକ୍ଷମତା ଏବଂ ଅସୁସ୍ଥତାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ । ଆଉ “୪.୫ ଘଣ୍ଟା ଗୋଲ୍ଡେନ ୱିଣ୍ଡୋ ସମୟ”ରେ ଷ୍ଟ୍ରୋକ ରୋଗୀଙ୍କୁ ସେବା ଯୋଗାଇବା ସମ୍ଭବ ହେବ । ଏନେଇ ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଅମିତାଭ ରଥ, ଏହି ନୂତନ ସୁବିଧାର ଶୁଭାରମ୍ଭ କରିଛନ୍ତି ।

ବିଶ୍ୱ ଷ୍ଟ୍ରୋକ ଦିବସରେ ଜାରି ହେଲା ଷ୍ଟ୍ରୋକ ହେଲ୍‌ପଲାଇନ୍‌ ନମ୍ବର

ଏହା ସାଧାରଣତଃ ଜଣେ ରୋଗୀଙ୍କୁ ଷ୍ଟ୍ରୋକ ଆଟାକ୍‌ କରିବା ପରେ ବ୍ୟକ୍ତିଙ୍କୁ ୪.୫ଘଣ୍ଟାର ସମୟ ଦେଇଥାଏ । ଯଦି ଜଣେ ବ୍ୟକ୍ତି ଏହି ମୁହୁର୍ତ୍ତରେ ହସ୍ପିଟାଲରେ ପହଞ୍ଚିବ ତେବେ ସେ ସୁସ୍ଥ ହୋଇ ପାରିବ । ଏହି ଗୁରୁତ୍ୱପୁର୍ଣ୍ଣ ସମୟରେ ସଠିକ ଚିକିତ୍ସା ହସ୍ତକ୍ଷେପ ହାତଛଡ଼ା କରିଦିଅନ୍ତି ବ୍ରେନ ଷ୍ଟ୍ରୋକ ଆଘାତ ପାଇଥିବା ବ୍ୟକ୍ତି । ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କ ସ୍ଥାୟୀ ଅକ୍ଷମତା ହେବାର ଅଧିକ ସମ୍ଭାବନା ରହିଥାଏ । ଏହି ସମୟର ପ୍ରଭାବିତ ବ୍ୟକ୍ତିଙ୍କ ହଠାତ ଦୃଷ୍ଟିଶକ୍ତି ସମସ୍ୟା ଦେଖାଦେବା, ଗୋଟିଏ ପାଶ୍ୱର୍କୁ ମୁହଁ ବଙ୍କେଇଯିବା, ଶରୀର ଅଧାଅଂଶରେ ଦୁର୍ବଳତା ଭଳି ଆହୁରି ଅନେକ ପ୍ରମୁଖ ସମସ୍ୟା ଦେଖା ଦେଇପାରେ ।

ଷ୍ଟ୍ରୋକ ଆଟାକ୍‌ ମାମଲାର ସର୍ବୋତମ ସମାଧାନ ପାଇଁ ଜଣେ ହୃଦରୋଗ ବିଶେଷଜ୍ଞ (କାର୍ଡିଓଲୋଜିଷ୍ଟ), ଜଣେ ଗୁରୁତର ଚିକିତ୍ସା ବିଶେଷଜ୍ଞ, ସ୍ନାୟୁ ବିଶେଷଜ୍ଞ(ନ୍ୟୁରୋଲୋଜିଷ୍ଟ), ଜଣେ ଜରୁରୀକାଳୀନ ଚିକିତ୍ସକ ଏବଂ ମନୁଷ୍ୟ ଶରୀରକୁ କମ୍ କ୍ଷତି ହେବା ସୁନିଶ୍ଚିତ କରିବା ପାଇଁ ଏକ ଉତ୍ସର୍ଗୀକୃତ ଷ୍ଟ୍ରୋକ୍‌ ଷ୍ଟାଫ୍‌ଙ୍କ ଭଳି ବିଭିନ୍ନ ବିଭାଗର ଯୋଗ୍ୟ ମେଡିକାଲ ଷ୍ଟାଫଙ୍କର ଏକ ଟିମ୍‌ ଆବଶ୍ୟକ । ରାଜ୍ୟର ଅଧିକାଂଶ ମେଡିକାଲ ବ୍ୟବସ୍ଥାରେ ଷ୍ଟ୍ରୋକ ମାମଲାରେ ଏଭଳି ଉତ୍ସଗୀକୃତ ସେବାର ଅଭାବ ରହିଛି । ତେଣୁ ଏହି ସେବାର ଅଭାବକୁ ନେଇ ହସ୍ପିଟାଲରେ ସମନ୍ୱିତ ଜରୁରୀକାଳୀନ ଚିକିତ୍ସା ସହାୟତା କ୍ଷେତ୍ରରେ ସାହାଯ୍ୟ କରାଯାଇ ପାରିବ ।

ତେଣୁ ରୋଗୀଙ୍କ ପାଇଁ ତୁରନ୍ତ ଚିକିତ୍ସା ପାଇଁ ଉତ୍କଳ ନାମକ ଘରୋଇ ହସ୍ପିଟାଲ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଏହି ସେବା ସୁନିଶ୍ଚିତ ପାଇଁ ଷ୍ଟ୍ରୋକ ହେଲପଲାଇନ ନମ୍ବର ୭୮୯୪୮୬୫୧୮୪ର ଶୁଭାରମ୍ଭ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.