ଭୁବନେଶ୍ବର: ରାଜ୍ୟରେ ବାର୍ଡଫ୍ଲୁ ଆଶଙ୍କାକୁ ନେଇ ଖୋଲିଲା ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ । ଏହାଦ୍ବାରା ରାଜ୍ୟର କୌଣସି ସ୍ଥାନରେ ଅସ୍ବାଭାବିକ ପକ୍ଷୀ ମୃତ୍ୟୁ ହେଲେ ଏନେଇ ଜଣାଇହେବ ।
ବାର୍ଡଫ୍ଲୁକୁ ନେଇ ରାଜ୍ୟରେ ଗଠିତ ହେଲା ରାଜ୍ୟସ୍ତରୀୟ କଣ୍ଟ୍ରୋଲ ରୁମ । ଯଦି ରାଜ୍ୟର କେଉଁସ୍ଥାନରେ ଅସ୍ବାଭାବିକ ଭାବେ ପକ୍ଷୀ ମୃତ୍ୟୁଘଟେ, ତେବେ ଏହି ସମସ୍ତ ନମ୍ବରରେ ଜଣାଇବାକୁ ଅନୁରୋଧ କରାଯାଇଛି ।
ବାର୍ଡ ଫ୍ଲୁ ପାଇଁ ଯୁଗ୍ମ ନିର୍ଦ୍ଦେଶକ ନମ୍ବର- 0671-2414310, ଡାକ୍ତର ସାଗରିକା ବେହେରା- 7978105538, ଡାକ୍ତର ମଦନ ମୋହନ ମହାପାତ୍ର- 9437313183 ନମ୍ବର ଜାରି କରାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ