ETV Bharat / city

ବିଶାଖାପାଟଣା ଷ୍ଟେସନରୁ ଗଡିଲା ପ୍ରଥମ ପିଆଜ ବୋଝେଇ ସ୍ବତନ୍ତ୍ର ଟ୍ରେନ୍

author img

By

Published : Oct 1, 2021, 8:30 PM IST

କୃଷକ ମାନଙ୍କ ପାଇଁ ଖୁସି ଖବର । ଆଉ ପରିବହନ ଜନିତ ସମସ୍ୟା କିମ୍ବା ଚାଷ ଜମିରେ ପଡି ଅଭାବୀ ବିକ୍ରି ଯୋଗୁଁ ନଷ୍ଟ ହେବନି ପିଆଜ । ଏବେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ହେବ ପିଆଜ ରପ୍ତାନୀ । ଅଧିକ ପଢନ୍ତୁ...

ବିଶାଖାପାଟଣା ଷ୍ଟେସନରୁ ଗଡିଲା ପ୍ରଥମ ପିଆଜ ବୋଝେଇ ସ୍ବତନ୍ତ୍ର ଟ୍ରେନ୍
ବିଶାଖାପାଟଣା ଷ୍ଟେସନରୁ ଗଡିଲା ପ୍ରଥମ ପିଆଜ ବୋଝେଇ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର: ବିଶାଖାପାଟଣା ଷ୍ଟେସନରୁ ଗଡିଲା ପ୍ରଥମ ପିଆଜ ବୋଝେଇ ସ୍ବତନ୍ତ୍ର ଟ୍ରେନ୍ । କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଆଜି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କଟିହାର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନକୁ ଯାତ୍ରା ଆରମ୍ଭ କରିଛି । ପୂର୍ବତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର ଉଦ୍ୟମରେ ଏକ ପାଇଲଟ୍ ପ୍ରୋଜେକ୍ଟ ଭାବରେ ଏହାର ପ୍ରଥମ ଯାତ୍ରା ଆରମ୍ଭ କରାଯାଇଅଛି । ଏହି ଟ୍ରେନରେ 10ଟି ପାର୍ସଲ୍ ଭ୍ୟାନ୍ କୋଚ୍ ରହିଛି ଯାହାକି ପ୍ରତ୍ୟେକ କୋଚରେ 23 ଟନ୍ ପିଆଜ ଏବଂ ଦୁଇଟି ଦ୍ଵିତୀୟ ଶ୍ରେଣୀ ଓ ଲଗେଜ୍ କୋଚ୍ ଅଛି ଯାହାର ପରିବହନ କ୍ଷମତା ପ୍ରତ୍ୟକ 8 ଟନ୍ ଅଛି ।

ତେବେ ଏହି ପାଇଲଟ ପ୍ରୋଜେକ୍ଟରେ ବିଶାଖାପାଟନମରୁ 246 ଟନ୍ ପିଆଜ ବିହାରର ପୁର୍ନିଆ ଜିଲ୍ଲାର ଜଲାଲଗଡ଼କୁ ପଠାଯାଇଛି । ଆଉ ୱାଲଟିୟର ରେଳ ମଣ୍ଡଳର ବ୍ୟବସାୟ ବିକାଶ ୟୁନିଟ୍ ଏହି ଅଞ୍ଚଳର କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢାଇଛି । ଯେଉଁଠାରେ କୃଷକମାନେ ସୁରକ୍ଷିତ ଏବଂ ଦ୍ରୁତ ଗତିରେ ପିଆଜ ପରିବହନରେ ଅସୁବିଧାର ସମ୍ମୁଖୀନକୁ ଏଡାଇପାରିବେ ।

ଏହି ଅଞ୍ଚଳ ତଥା ନିକଟବର୍ତ୍ତୀ ଅଞ୍ଚଳର ପିଆଜ ଚାଷୀମାନେ ସେମାନଙ୍କ ଉତ୍ପାଦକୁ ଟ୍ରେନରେ ଲୋଡ୍ କରିଛନ୍ତି । ୱାଲଟିୟର ରେଳ ମଣ୍ଡଳ ଦ୍ବାରା ଏହା ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି ଯାହା ଦ୍ବାରା ପିଆଜ ଚାଷୀମାନେ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ପାଇପାରିବେ ଏବଂ ଏହାକୁ ସର୍ବନିମ୍ନ ସମୟରେ ପରିବହନ କରିପାରିବେ ।

ତେବେ ଏହି ପାର୍ସଲ ଭ୍ୟାନ ମଧ୍ୟ ପିଆଜକୁ ବର୍ଷା ଠାରୁ ରକ୍ଷା କରିବା ସହ ଏହି ଟ୍ରେନ୍ ପିଆଜ ଚାଷୀଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏବେ ଏହା ପ୍ରଥମ କରି ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ମୂହୁର୍ତ୍ତରେ କୃଷକ, ବ୍ୟବସାୟୀ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା ପରେ ପରିବହନରେ ସଂଶୋଧନ କରାଯିବାକୁ ପ୍ରୟାସ କରାଯିବ ଏବଂ କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଅଧିକ ସଂଖ୍ୟକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.