ETV Bharat / city

ଏମ୍ସରେ ଶୁଭାରମ୍ଭ ହେଲା ‘ସ୍ନେକ ହେଲ୍ପଲାଇନ’ ଆପ୍-ୱେବସାଇଟ

author img

By

Published : Aug 30, 2021, 10:18 PM IST

ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଚିକିତ୍ସାକୁ ଅଧିକ ସରଳ ଓ ସୁବିଧା କରିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ୍ ଓ ୱେବସାଇଟ ସେବା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ...

ଏମ୍ସରେ ଶୁଭାରମ୍ଭ ହେଲା ‘ସ୍ନେକ ହେଲ୍ପଲାଇନ’ ଆପ୍-ୱେବସାଇଟ
ଏମ୍ସରେ ଶୁଭାରମ୍ଭ ହେଲା ‘ସ୍ନେକ ହେଲ୍ପଲାଇନ’ ଆପ୍-ୱେବସାଇଟ

ଭୁବନେଶ୍ବର: ରାଜ୍ୟରେ ସାପ କାମୁଡ଼ାଜନିତ ମୃତ୍ୟୁ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଚିକିତ୍ସାକୁ ଅଧିକ ସରଳ ଓ ସୁବିଧା କରିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ‘ସ୍ନେକ ହେଲ୍ପଲାଇନ’ ଆପ୍ ଓ ୱେବସାଇଟ ସେବା ଆରମ୍ଭ ହୋଇଛି । ଆଜି ଏହି ଆପ ଓ ୱେବସାଇଟର ଶୁଭାରମ୍ଭ କରିଛନ୍ତି ଏମ୍ସର ସଭାପତି ପ୍ରଫେସର ଡାକ୍ତର ସୁବ୍ରତ କୁମାର ଆଚାର୍ଯ୍ୟ । ଏହା ସମ୍ପୂର୍ଣ୍ଣ ଭାବରେ ଫରେନସିକ ମେଡିସିନ ବିଭାଗ ଅଧୀନରେ କାମ କରିବ।

www.snakehelpline.com ନାମରେ ଆରମ୍ଭ ହୋଇଥିବା ଏହି ୱେବସାଇଟରେ ସାପ କାମୁଡିବା ପରେ ଲକ୍ଷଣ ସହ ଏହାର ପ୍ରାଥମିକ ଚିକିତ୍ସା ଭଳି ସୂଚନା ଓ ସହାୟତା ରହିଛି । ରାଜ୍ୟରେ ସାପ କାମୁଡ଼ା ଏବଂ ଏହି ବିପଦକୁ ଦୂରେଇବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ଆଣିବାର ଆବଶ୍ୟକତା ରହିଛି । ଏନେଇ ରାଜ୍ୟର ସାପ-ଉଦ୍ଧାରକାରୀଙ୍କ ସାହାଯ୍ୟରେ ଏକ କର୍ମଶାଳା କରିବାକୁ ଲକ୍ଷ୍ୟ ରଖାଯାଇଛି । କର୍ମଶାଳା ଦ୍ବାରା ସାପ କାମୁଡ଼ିବା ପରେ ଡାକ୍ତରଖାନାରରେ ଉପଯୁକ୍ତ ପରିଚାଳନା ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦିଆଯାଇପାରିବ ।

ବର୍ତ୍ତମାନ ସାପ କାମୁଡ଼ାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଏହି ଆପ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି । ସ୍ନେକ ହେଲ୍ପଲାଇନ ଆପ୍ ଓ ୱେବସାଇଟ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଏମ୍ସର ନିର୍ଦ୍ଦେଶିକା ଡ଼ା ଗୀତାଞ୍ଜଳି ଓ ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ସହ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.