ETV Bharat / city

ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଲା ଇଣ୍ଡୋନେସିଆ ଦୂତାବାସ କୋଠରୀ - room named in embassy of indonesia

ପ୍ରବାଦ ପୁରୁଷ ବା ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଲା ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କୋଠରୀ । ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ 'ଆର୍ଟୋ' ସୁର୍ଯ୍ୟୋଦୀପୁରୋ ବରପୁତ୍ରଙ୍କ ନାମରେ ନାମିତ ଏହି କୋଠରୀର ଉଦଘାଟନ କରିଛନ୍ତି। ଅଧିକ ପଢ଼ନ୍ତୁ...

a room named with former chief minister biju pattnaiks name in embassy of indonesia
ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଲା ଇଣ୍ଡୋନେସିଆ ଦୂତାବାସ କୋଠରୀ
author img

By

Published : Jan 11, 2021, 10:53 PM IST

ନୂଆଦିଲ୍ଲୀ: ପ୍ରବାଦ ପୁରୁଷ ବା ବରପୁତ୍ର ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ହେଲା ନୂଆଦିଲ୍ଲୀସ୍ଥିତ ଇଣ୍ଡୋନେସିଆ ଦୂତାବାସର ଏକ କୋଠରୀ। ଇଣ୍ଡୋନେସିଆର ସ୍ବାଧୀନତା ଦିଗରେ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏଭଳି ପ୍ରବାଦ ପୁରୁଷଙ୍କୁ ଏଭଳି ଏକ ସମ୍ମାନ ଦିଆଯାଇଛି ।

ଭାରତରେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ 'ଆର୍ଟୋ' ସୁର୍ଯ୍ୟୋଦୀପୁରୋ ବରପୁତ୍ରଙ୍କ ନାମରେ ନାମିତ ଏହି କୋଠରୀର ଉଦଘାଟନ କରିଛନ୍ତି। ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ବଡ ପୁଅ ପ୍ରେମ ପଟ୍ଟନାୟକ ଓ ତାଙ୍କ ପୁଅ ଅରୁଣ ପଟ୍ଟନାୟକ ଉପସ୍ଥିତ ରହିଥିଲେ।

ଜଣେ ଅଧିକାରୀଙ୍କ ମୁତାବକ ଇଣ୍ଡୋନେସିଆର ଦୂତାବାସରେ ଥିବା ‘ବିଜୁ ପଟ୍ଟନାୟକ କୋଠରୀ’ ଦୂତାବାସର କର୍ମଚାରୀଙ୍କ ପାଇଁ ସଭା କକ୍ଷ ବା ଲାଉଞ୍ଜ ଭାବରେ ବ୍ୟବହାର କରାଯିବ ।

ଇଣ୍ଡୋନେସିଆ ପାଇଁ ବିଜୁ ପଟ୍ଟନାୟକ କୌଣସି ହିରୋଠୁ କମ ନୁହଁନ୍ତି । ଇଣ୍ଡୋନେସିଆ ସ୍ବାଧିନତା ଦିଗରେ ସେ ଯାହା କରିଛନ୍ତି ତାହା ଚିର ସ୍ମରଣୀୟ ହୋଇ ରହିବ। ଇଣ୍ଡୋନେସିଆର ନେତାମାନଙ୍କୁ ସମଗ୍ର ବିଶ୍ବରେ ସମର୍ଥନ ଦେବାରେ ବିଜୁ ପଟ୍ଟନାୟକଙ୍କ ଅବଦାନ ରହିଥିଲା। ରିପବ୍ଲିକ୍ ଇଣ୍ଡୋନେସିଆର ଦୂତାବାସ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ଏହା କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.