ETV Bharat / city

ହାତୀ-ମଣିଷ ସଂଘର୍ଷ ଅଟକାଇବ ଟେକ୍ନୋଲୋଜି - ହାତୀ ସୁରକ୍ଷା ନେଇ ବିଶେଷଜ୍ଞଙ୍କ ଚିନ୍ତାଜନକ

ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବ୍ରହ୍ମପୁର ଓ ଫୁଲବାଣୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂଆ ହସ୍ତୀ ସଂରକ୍ଷିତ ଅଭୟାରଣ୍ୟ କରିବା ନେଇ ଚିନ୍ତା କରୁଥିବା ସୂଚନା ମିଳିଛି ।

elephant human fight
ହାତୀ ସୁରକ୍ଷା ନେଇ ବିଶେଷଜ୍ଞଙ୍କ ଚିନ୍ତାଜନକ
author img

By

Published : Dec 12, 2019, 8:10 PM IST

ଭୁବନେଶ୍ବର: ଦେଶରେ ବିଭିନ୍ନ କାରଣରୁ ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଓଡ଼ିଶାରେ ମଧ୍ୟ ଅନେକ ଘଟଣା ଘଟିଛି । ଯାହା ଚିନ୍ତାଜନକ ହୋଇଥିବା ବେଳେ ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବ୍ରହ୍ମପୁର ଓ ଫୁଲବାଣୀ ମଧ୍ୟବର୍ତ୍ତୀ ଅଞ୍ଚଳରେ ଆଉ ଏକ ନୂଆ ହସ୍ତୀ ସଂରକ୍ଷିତ ଅଭୟାରଣ୍ୟ କରିବା ନେଇ ଚିନ୍ତା କରୁଥିବା ସୂଚନା ମିଳିଛି ।

ହାତୀ ସୁରକ୍ଷା ନେଇ ବିଶେଷଜ୍ଞଙ୍କ ଚିନ୍ତାଜନକ

ଆଜି ଭୁବନେଶ୍ବର ଜୟଦେବ ଭବନ ଠାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ ଏହି ଚିନ୍ତାପ୍ରକଟ କରିଛନ୍ତି । ବାରମ୍ବାର ହାତୀ ଜନବସତି ମୁହାଁ ହେଉଥିବା ଖବର ପ୍ରାୟ ପ୍ରତିଦିନ ସାମ୍ନାକୁ ଆସୁଛି । ଯେଉଁଥିରେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଥିବା ବେଳେ ବ୍ୟାପକ ମାତ୍ରାରେ ବାସପଯୋଗୀ ସମ୍ପଦ ମଧ୍ୟ ନଷ୍ଟ ହେଉଛି । ଯାହାକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିବା ସହିତ ଏହାର ନିରାକାରଣ ଦିଗରେ ଉଭୟ ସରକାର ଓ ଜନସାଧାରଣ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ।

ସେହିପରି ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ରୋକିବା ପାଇଁ ଟେକ୍ନୋଲୋଜିର ସହାରା ନିଆଯିବ ବୋଲି ଜଣାପଡିଛି । ଜଙ୍ଗଲ ବିଭାଗ ପକ୍ଷରୁ ଏନେଇ ଭୁବନେଶ୍ବର ଆଇଆଇଟି ସହିତ ଆଲୋଚନା କରାଯାଇ କିପରି ସେମାନଙ୍କ ଗତିବିଧିକୁ ପୂର୍ବରୁ ଜାଣି ହେବ ସେନେଇ ଯନ୍ତ୍ର ଉଦ୍ଭାବନ କରାଯିବାକୁ କୁହାଯାଇଛି ।

ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ହାତୀ ସଂରକ୍ଷଣ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ହାତୀ ସୁରକ୍ଷା ଉପରେ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ ।

Intro:ଦେଶରେ ବିଭିନ୍ନ କାରଣରୁ ହାତୀ ଓ ମଣିଷଙ୍କ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି।ଯେଉଁଥିରେ ଉଭୟ ମଣିଷ ଓ ହାତୀ ମୃତାହତ ହେଉଥିବା ବେଳେ ବ୍ୟାପକ ମାତ୍ରାରେ ବାସପଯୋଗୀ ସମ୍ପଦ ନଷ୍ଟ ହୋଇଥାଏ। ଯେଉଁଥିପାଇଁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିବା ସହିତ ଏହାର ନିରାକାରଣ ଦିଗରେ ଉଭୟ ସରକାର ଓ ଜନସାଧାରଣ ମିଳିତ ଭାବେ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି।
ଓଡ଼ିଶାରେ ଏହି ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ ଚିନ୍ତାଜନକ ହୋଇଥିବା ବେଳେ ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରିଛନ୍ତି।ହାତୀମାନେ ସେମାନଙ୍କ ନିୟମିତ ବ୍ୟବହାର କରୁଥିବା ପଥ ପରିବର୍ତ୍ତନ କରି ଅନ୍ୟ ଆଡେ ଯିବା ଆସିବା କରୁଥିବା ନଜରକୁ ଆସିଥିବାବେଳେ ସରକାର ଆଉ ଏକ ନୂଆ ହସ୍ତୀ ସଂରକ୍ଷିତ ଅଭୟାରଣ୍ୟ କରିବା ନେଇ ଚିନ୍ତା କରୁଛନ୍ତି।ଯାହାକି ଗଂଜାମ ଓ କନ୍ଧମାଳ ଜିଲ୍ଲାର ବ୍ରହ୍ମପୁର ଓ ଫୁଲବାଣୀ ମଧ୍ୟବର୍ତ୍ତୀ ଅଞ୍ଚଳରେ କରାଯିବା ନେଇ ସୂଚନା ମିଳିଛି।ସେହିପରି ହାତୀ ଓ ମଣିଷ ମଧ୍ୟରେ ସଂଘର୍ଷ କୁ ରୋକିବା ପାଇଁ ଟେକ୍ନୋଲୋଜି ର ସହାରା ନିଆଯିବ ବୋଲି ଜଣାପଡିଛି।ଜଙ୍ଗଲ ବିଭାଗ ପକ୍ଷରୁ ଏନେଇ ଭୁବନେଶ୍ୱର ଆଇ ଆଇଟି ସହିତ ଆଲୋଚନା କରାଯାଇ କିପରି ସେମାନଙ୍କ ଗତିବିଧି କୁ ପୂର୍ବରୁ ଜଣାଯାଇ ପାରିବ ସେନେଇ ଯନ୍ତ୍ର ଉଦ୍ଭାବନ କରାଯିବାକୁ କୁହାଯାଇଛି।ସେହିପରି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ତିନୋଟି ଦୁର୍ଦାନ୍ତ ହାତୀ ବେକରେ "ଘଣ୍ଟି" (ରେଡ଼ିଓ କଲାର)ବାନ୍ଧିବାକୁ ସରକାର ଚିନ୍ତା କରୁଥିବା କହିଛନ୍ତି ରାଜ୍ୟ ଚିଫ ୱାଇଲଡ଼ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ।

Body:ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଏକ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କର୍ମଶାଳା ରେ ଯୋଗଦେଇ ବିଶେଷଜ୍ଞମାନେ ଏହି ଚିନ୍ତା ପ୍ରକଟ କରିଛନ୍ତି।ଯାହାକି ଯାହାକି ସେଭ ଏଲିଫ୍ୟାଣ୍ଟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଉଥିବାବେଳେ ଏଥିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ,ଆନ୍ତର୍ଜାତିକ ହାତୀ ବିଶେଷଜ୍ଞ ଡ଼ଃ ରମଣ ସୁକୁମାର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଡ଼ଃ ହରିଶଙ୍କର ଉପାଧ୍ୟାୟ ପିସିସିଏଫ,ସରୋଜ ପଟ୍ଟନାୟକ,ସୁନ୍ଦର ନାରାୟଣ ପାତ୍ର ଓ ଅନ୍ୟମାନେ ଯୋଗଦେଇଥିଲେ।ଏହି ଅବସରରେ ହାତୀ ସଂରକ୍ଷଣ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିବା ବେଳେ ହାତୀ ସୁରକ୍ଷା ଉପରେ ଲିଖିତ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।
ବାଇଟ--1-ମନ୍ତ୍ରୀ-ବିକ୍ରମ କେଶରୀ ଆରୁଖ
ବାଇଟ-2-ଡ଼ଃ ରମଣ ସୁକୁମାର-ଆନ୍ତର୍ଜାତିକ ହାତୀ ବିଶେଷଜ୍ଞ
ବାଇଟ-3-ଚିଫ ୱାଇଲଡ଼ ଲାଇଫ ୱାର୍ଡ଼ନ ହରିଶଙ୍କର ଉପାଧ୍ୟାୟ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.