ETV Bharat / city

ପୁଣି ଏକ ଦୁଃଖଦ ଖବର ! ବାହାରିନରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

author img

By

Published : Aug 18, 2021, 7:31 AM IST

ବାହାରିନରେ ଓଡିଆ ଯୁବକଙ୍କ ଆତ୍ମହତ୍ୟା । ଆର୍ଥିକ ସମସ୍ୟା କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

ପୁଣି ଏକ ଦୁଃଖଦ ଖବର ! ବାହାରିନରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ
ପୁଣି ଏକ ଦୁଃଖଦ ଖବର ! ବାହାରିନରେ ଆତ୍ମହତ୍ୟା କଲେ ଓଡ଼ିଆ ଯୁବକ

ଭୁବନେଶ୍ବର : ବାହାରିନରେ କୋମା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମର ଶରୀର ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ବାହାରିନର ସାମ୍ସ ଅଲମନାର ବ୍ଲାକସ୍ମିଥ କମ୍ପାନୀରେ କାର୍ଯ୍ୟରତ ଗଞ୍ଜାମ କନ୍ଦିଗାଁର ୨୭ ବର୍ଷୀୟ ଯୁବକ ଜିତୁ ସ୍ୱାଇଁ ସଲ୍ମାବାଦ ଶ୍ରମିକ ଶିବିର ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି । କମ୍ପାନୀର ମାଲିକଙ୍କ କହିବା ଅନୁସାରେ ଶ୍ରମିକ ଶିବିରରେ ରହୁଥିବା ୫ଜଣ ଶ୍ରମିକ କାର୍ଯ୍ୟକ୍ଷେତ୍ରକୁ ଚାଲିଯିବା ପରେ ଜିତୁ ଆତ୍ମହତ୍ୟା କରିଛନ୍ତି ।

ଜିତୁଙ୍କ ସମ୍ପର୍କୀୟ ଭାଇ ପ୍ରଭାତ ଏ ସମ୍ପର୍କରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜଙ୍କୁ ଜଣାଇବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସମେତ ପୋଲିସ ବିଭାଗ, ଦୂତାବାସ ଆଦିରେ ଯୋଗାଯୋଗ କରି ବିଧିବଦ୍ଧ ତଦନ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ସମ୍ପର୍କୀୟ ଭାଇ ପ୍ରଭାତଙ୍କ କହିବାନୁଯାୟୀ ଜିତୁ ଆର୍ଥିକ ସମସ୍ୟା କାରଣରୁ ଭୀଷଣ ଭାବେ ମାନସିକ ଚାପଗ୍ରସ୍ତ ଥିଲେ । ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ।

ଡ. ପ୍ରହରାଜ ମୃତ ଶରୀରକୁ ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହିତ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ଚେଷ୍ଟା କରୁଛନ୍ତି । ଏବଂ ପରିବାର ବର୍ଗଙ୍କୁ ଧୈର୍ଯ୍ୟ ରଖିବାକୁ କହିଛନ୍ତି । ଉପଯୁକ୍ତ ସମ୍ମାନ ସହିତ ମୃତଦେହକୁ ଭାରତକୁ ପଠାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଡ. ପ୍ରହରାଜ ଜଣାଇଛନ୍ତି । ଡ. ପ୍ରହରାଜ ଅତି ଭାବପ୍ରବଣ ହୋଇ କହିଛନ୍ତି ଯେ, ବାହାରିନରୁ ଜଣେ ଓଡ଼ିଆ ଶ୍ରମିକଙ୍କ ଶବ ଓଡ଼ିଶା ଯିବାର ୨୪ ଘଣ୍ଟା ନପୂରୁଣୁ ପୁଣି ଏକ ଦୁଃଖଦ ଖବର ଓଡ଼ିଆ ସମାଜକୁ ଶକ୍ତ ଆଘାତ ଦେଇଛି । ଜିତୁଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇ ଡ. ପ୍ରହରାଜ କହିଛନ୍ତି ଯେ, ଜିତୁଙ୍କ ପରିବାର ପ୍ରତି ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବା ପାଇଁ ଆମର ସଂଗ୍ରାମ ଜାରି ରହିବ । ତେବେ ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ଧରି ପରିସ୍ଥିତିକୁ ସାମ୍ନା କରିବାକୁ ଏବଂ କୌଣସି ସମସ୍ୟାରେ ଓଡ଼ିଆ ଭାଇ ଭଉଣୀ ମାନେ ଆମର ଦୃଷ୍ଟିକୁ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.