ETV Bharat / city

ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ, ପରବର୍ତ୍ତୀ ନିର୍ଦ୍ଦେଶକୁ ଅପେକ୍ଷା

author img

By

Published : Apr 15, 2021, 1:17 PM IST

Updated : Apr 15, 2021, 2:02 PM IST

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଅଧିକ ପଢନ୍ତୁ...

ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ
ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ନେଇ ଘୋଷଣା ହେବ ନୂଆ ତାରିଖ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରହିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ।

ଉପନିର୍ବାଚନ ପାଇଁ ସମସ୍ତ ପ୍ରକ୍ରିୟା ଚାଲିଥିଲା । କିନ୍ତୁ ହଠାତ୍ ଗତକାଲି(ବୁଧବାର) କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଏଭଳି ପରିସ୍ଥିତି ଉପୁଜିଛି । ଏବେ ନିର୍ବାଚନ କମିଶନ ସାନି ତାରିଖ ଘୋଷଣା କରିବେ । ନିର୍ବାଚନ କମିଶନ ଯେଉଁଦିନ ତାରିଖ ଘୋଷଣା କରିବେ, ତାହାର 7 ଦିନ ଭିତରେ ନୂଆ ନୋମିନେଶନ ଫାଇଲ ହେବ ।

ନୂଆ ତାରିଖରେ ହେବ ପିପିଲି ଉପନିର୍ବାଚନ

ଯେଉଁ ପ୍ରକ୍ରିୟା ରହିଛି ସେହି ଅନୁସାରେ ନିର୍ବାଚନ ହେବ । ଅତିକମରେ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର କରିବା ପାଇଁ 15 ଦିନ ସୁଯୋଗ ଦିଆଯିବ । କେବଳ ଜାତୀୟ କଂଗ୍ରେସ ପାର୍ଥୀ ହିଁ ନୋମିନେସନ ଫାଇଲ କରିପାରିବେ ।

ଆମେ ଗତକାଲି(ବୁଧବାର) କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ଖବର ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦେଇଛୁ । ନିର୍ବାଚନ କମିଶନଙ୍କ ପରବର୍ତ୍ତୀ ନିର୍ଦେଶକୁ ଅପେକ୍ଷା କରିଛୁ । ଯେବେ ବି ତାରିଖ ଘୋଷଣା ହେବ, ତାହା ପରେ ପୁଣିଥରେ ପିପିଲି ଉପନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, ଏପ୍ରିଲ 17 ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ ପଡିବାକୁ ଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 15, 2021, 2:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.