ETV Bharat / city

ଅଲିଭ ରିଡଲେଙ୍କ ପାଇଁ ଆସିଲା ଆପ୍‌: ମିଳିବ ସୁରକ୍ଷା, ସତର୍କ ହେବେ ମତ୍ସଜୀବୀ

ଅଲିଭ ରିଡଲେ କଇଁଛ ସଂରକ୍ଷଣ ଏବଂ ମାଛଧରା ନିଷିଦ୍ଧାଞ୍ଚଳ ସତର୍କ ସୂଚନା ପ୍ରଦାନ ପାଇଁ ଏକ ମୋବାଇଲ୍‌ ଆପ ଲୋକର୍ପଣ କରାଯାଇଛି । ଅଧିକ ପଢ଼ନ୍ତୁ...

ଅଲିଭ ରିଡଲେ ସରଂକ୍ଷଣ ପାଇଁ ମୋବାଇଲ ଆପ୍‌ ଲୋକାର୍ପଣ

author img

By

Published : Oct 29, 2021, 7:53 PM IST

ଭୁବନେଶ୍ବର: ଅଲିଭ ରିଡଲେ କଇଁଛ ସଂରକ୍ଷଣ ଏବଂ ମାଛଧରା ନିଷିଦ୍ଧାଞ୍ଚଳ ସତର୍କ ସୂଚନା ପ୍ରଦାନ ପାଇଁ ଏକ ମୋବାଇଲ୍‌ ଆପ ଲୋକର୍ପଣ କରାଯାଇଛି । ଏମଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ସହଯୋଗରେ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ(fisher friend mobile application) ବା FFMA ବିକଶିତ ହୋଇଛି । ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ଏହି ଆପ୍‌ର ମୂଳ ଉଦ୍ଦେଶ୍ୟ ।

ଅଲିଭ ରିଡଲେ ସରଂକ୍ଷଣ ପାଇଁ ମୋବାଇଲ ଆପ୍‌ ଲୋକାର୍ପଣ

ମାଛଧରା ନିଷିଦ୍ଧାଞ୍ଚଳ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ପ୍ରବେଶଜନିତ ସତର୍କ ସୂଚନା ପ୍ରଦାନ କରିବ ଏହି ମୋବାଇଲ ଆପ୍‌ । ଏହି ଅଫ୍‌ଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀମାନେ ଏବଂ ମାଛଧରା ଡଙ୍ଗାରେ ନିଯୁକ୍ତ ନାବିକ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସମ୍ବନ୍ଧରେ ଜାଣିପାରିବେ । ଅଲିଭ ରିଡଲେଙ୍କ ପାଇଁ ଉଦ୍ଦିଷ୍ଟ ମୋବାଇଲ ଆପ୍‌ ଲୋକାର୍ପଣ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ବାରୋପ କରିଥିଲେ । ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବ ନାହିଁ । ସମୁଦ୍ର ମଧ୍ୟରେ ଅଫ୍‌ଲାଇନରେ ଏହା କାର୍ଯ୍ୟକ୍ଷମ ରହି ପାରିବ । ଏହାଦ୍ଵାରା କଇଁଛମାନଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ପାଇଁ ମାଛଧରା ନିଷିଦ୍ଧାଞ୍ଚଳ ଠାରୁ ଦୂରରେ ରହିବା ପାଇଁ ମତ୍ସ୍ୟଜୀବୀମାନେ ସତର୍କ ହୋଇ ପାରିବେ ।

ପ୍ରତିବର୍ଷ ଏହି ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ହଜାର ହଜାର ମାଇଲ ଦୁରରୁ ଧାମରା, ଦେବୀନଦୀ, ଋଷିକୁଲ୍ୟା ନଦୀମୁହାଣ ଏବଂ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସି ସାମୁହିକ ଅଣ୍ଡାଦାନ ପାଇଁ ଏକତ୍ର ହୋଇଥାନ୍ତି । ଏହା ବ୍ୟତିତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି ସୂଚନା, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର ( INCOIS ) ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ ହେବ ।

ଏହାଦ୍ବାରା ସମୁଦ୍ରରେ ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରିବ । ବିନାମୂଲ୍ୟରେ ଉପଲବ୍ଧ ମୋବାଇଲ ଆପ୍ଲିକେସନ ଦ୍ବାରା ବିଭିନ୍ନ ମାଛଧରା ବନ୍ଦର ଓ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ମାଛଧରା କାର୍ଯ୍ୟରେ ନିଯୋଜିତ ୨୨୦୦୦ ଟ୍ରଲର, ଯନ୍ତ୍ରାଚାଳିତ ଡଙ୍ଗା ଓ ଅଣଯାନ୍ତ୍ରିକ ଡଙ୍ଗାରେ ସମ୍ପୃକ୍ତ ୧.୫୦ ଲକ୍ଷ ସକ୍ରିୟ ସାମୁଦ୍ରିକ ମତ୍ସ୍ୟଜୀବୀ ଉପକୃତ ହେବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.