ଭୁବନେଶ୍ବର: ହରିଜନ, ଆଦିବାସୀ ରାଜ୍ୟରେ 39 ପ୍ରତିଶତ ରହିଛନ୍ତି। ଏମାନଙ୍କ ବହୁବିଧ ଉନ୍ନୟନ ପାଇଁ ବିଧାନସଭାରେ ବସିଲା ଷ୍ଟାଣ୍ଡିଙ୍ଗ କମିଟି ବୈଠକ। କେଉଁ କ୍ଷେତ୍ରରେ ସେମାନେ ଅବହେଳିତ ରହିଛନ୍ତି ସେ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ସେମାନଙ୍କ ଜୀବନ ଜୀବିକା, ଭିତ୍ତିଭୂମି, ଶିକ୍ଷାର ଉନ୍ନତି ନେଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ବସିଛି।
ଆଗାମୀ ଦିନରେ ଏହା ବ୍ୟାପକ ସ୍ତରରେ ଆଲୋଚନା କରାଯାଇ ଖସଡା ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଶଶୀ ଭୂଷଣ ବେହେରା ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ