ETV Bharat / city

ଭୁବନେଶ୍ବର ପାଳିବ ୭୪ତମ ପ୍ରତିଷ୍ଠା ଦିବସ, ସରିଲା ପ୍ରସ୍ତୁତି ବୈଠକ

author img

By

Published : Apr 2, 2022, 10:19 PM IST

୨ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବର ପାଳିବ ୭୪ତମ ପ୍ରତିଷ୍ଠା ଦିବସ । ବସିଲା ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ସରିଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ୨ ବର୍ଷର କୋଭିଡ କଟକଣା ପରେ ଚଳିତ ବର୍ଷ ରାଜଧାନୀ ଭୁବନେଶ୍ବର ପାଳିବ ୭୪ତମ ପ୍ରତିଷ୍ଠା ଦିବସ । ଏଥର ୩ଦିନ ଧରି ଅର୍ଥାତ ୧୩, ୧୪ ଏବଂ ୧୫ ତାରିଖରେ ପାଳିତ ହେବ ରାଜଧାନୀ ପ୍ରତିଷ୍ଠା ଦିବସ ତଥା ରାଜଧାନୀ ମହୋତ୍ସବ । ପ୍ରତିବର୍ଷ ପରି ଏଥର ମଧ୍ୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପରେଡ ସାଜିବ ମୁଖ୍ୟ ଆକର୍ଷଣ । ରାଜଧାନୀର ବିଭିନ୍ନ ବିଦ୍ୟାଳୟ, କଲେଜ ଓ ବିଶ୍ବବିଦ୍ୟାଳୟ ଆସିଥିବା ଛାତ୍ରଛାତ୍ରୀଙ୍କର ୬୦ ରୁ ଊର୍ଦ୍ଧ୍ବ ଟ୍ରୁପ ପରେଡରେ ଯୋଗଦେବେ ।

ପ୍ରତି ଟ୍ରୁପ ବା ଦଳରେ ରହିବେ ୩୨ ଜଣ ଛାତ୍ରଛାତ୍ରୀ । ଏହାସହ ସୈନିକ ସ୍କୁଲର ସ୍ୱତନ୍ତ୍ର ମ୍ୟୁଜିକାଲ ବ୍ରାଣ୍ଡ ଯୋଗଦେବେ । ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୧୩ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ରାଜଧାନୀ ଗୌରବ ସମ୍ମାନରେ ସମ୍ମାନିତ କରାଯିବ ।ସେହିପରି ସାଂସ୍କୃତିକ ଏହି ସ୍ୱର୍ଣ୍ଣିମ ମୁହୂର୍ତ୍ତରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ସହ ଏଥର ସହରର ଆଲୋକୀକରଣକୁ ଅଧିକ ପ୍ରାଧାନ୍ୟ ଦିଆଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ପାଇଁ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲ ପରିସରରେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ରଙ୍କ ଅଧକ୍ଷତାରେ ହେଉଥିବା ପ୍ରସ୍ତୁତି ବୈଠକରେ ଏହି ସୂଚନା ଦିଆଯାଇଛି ।

ଏଥିରେ ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ, ଅଧ୍ୟକ୍ଷ-ଅଧ୍ୟକ୍ଷାଙ୍କ ସହ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଅନ୍ୟପଟେ ପୁନର୍ବାର ଶେଷ ବୈଠକ ଆସନ୍ତା ୪ତାରିଖ ଅପରାହ୍ନରେ ଲୋକସେବା ଭବନରେ ଅନୁଷ୍ଠିତ ହେବ । କୋଭିଡ ସ୍ଥିତି ପାଇଁ ୨ ବର୍ଷ ଧରି ଏହାକୁ ସ୍ଥଗିତ ରହିଥିଲା ପ୍ରତିଷ୍ଠା ଦିବସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.