ETV Bharat / city

ସୁସ୍ଥ ହେବାର 4 ସପ୍ତାହ ପରେ ଦାନ କରିହେବ ପ୍ଲାଜମା

author img

By

Published : Oct 17, 2020, 7:04 PM IST

କୋରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୪ ସପ୍ତାହ ପରେ ୧୮ ରୁ ୬୫ ବର୍ଷ ବୟସର ବ୍ୟକ୍ତି ପ୍ଲାଜମା ଦାନ କରି ପାରିବେ । ଅଧିକ ପଢନ୍ତୁ...

ସୁସ୍ଥ ହେବାର 4 ସପ୍ତାହ ପରେ ଦାନ କରିହେବ ପ୍ଲାଜମା
ସୁସ୍ଥ ହେବାର 4 ସପ୍ତାହ ପରେ ଦାନ କରିହେବ ପ୍ଲାଜମା

ଭୁବନେଶ୍ବର: କୋରୋନା ମହାମାରୀ ବିଶ୍ବରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଦେଶରେ ସଂକ୍ରମଣ ଯେତିକି ବଢୁଛି, ତା ସହ ତାଳ ଦେଇ ବଢୁଛି ମୃତ୍ୟୁ ସଂଖ୍ୟା । ବିଶେଷକରି ବୃଦ୍ଧ ଓ ମଧୁମେହ ଭଳି ରୋଗରେ ପୀଡିତ ବ୍ୟକ୍ତିଙ୍କ ଠାରେ କୋରୋନା ସଂକ୍ରମଣ ଭୟ ଅଧିକ । ଏଭଳି ସ୍ଥିତିରେ କୋରୋନାରୁ ରକ୍ଷା ପାଇବା ପାଇଁ ପ୍ଲାଜମା ଥେରାପି ମୁଖ୍ୟ ଆୟୁଧ ପାଲଟିଛି । ତେବେ କେଉଁମାନେ ପ୍ଲାଜମା ଦାନ କରିପାରିବେ, ଏନେଇ ରାଜ୍ୟ ସରକାର ଗମ୍ଭୀରତା ପ୍ରକାଶ କରିଛନ୍ତି ।

କୋରୋନାରୁ ରକ୍ଷା ପାଇବା ପାଇଁ ଆକ୍ରାନ୍ତଙ୍କୁ ଦିଆଯାଉଛି ପ୍ଲାଜମା । ତେବେ କିଏ ପ୍ଲାଜମା ଦାନ କରିପାରିବେ ଏବଂ କେଉଁମାନେ ଦାନ କରିପାରିବେ ନାହିଁ ଆସନ୍ତୁ ଜାଣିବା...

1.18 ବର୍ଷରୁ 65 ବର୍ଷ ବୟସ୍କ ବ୍ୟକ୍ତିମାନେ ପ୍ଲାଜମା ଦାନ କରିପାରିବେ

2. ବ୍ୟକ୍ତିର ଓଜନ 50 କେଜିରୁ ଉର୍ଦ୍ଧ୍ବ ହେବା ଆବଶ୍ୟକ

3. କୋରୋନା ସଂକ୍ରମଣରୁ ଆରୋଗ୍ୟ ହେବା 4 ସପ୍ତାହ ମଧ୍ୟରେ ବ୍ୟକ୍ତି ପ୍ଲାଜମା ଦାନ କରିପାରିବେ

4. ଛୋଟ ପିଲା ବା କମ୍ ବୟସର ପିଲା ପ୍ଲାଜମା ଦାନ କରିପାରିବେ ନାହିଁ

5. ମଧୁମେହ ରୋଗୀ, କ୍ୟାନସର ରୋଗୀ, କିଡନୀ ଜନିତ ରୋଗୀ, ହାର୍ଟ ରୋଗୀ, ଫୁସଫୁସ ଓ ଲିଭର ଜନିତ ରୋଗୀମାନେ ପ୍ଲାଜମା ଦେଇପାରିବେ କରିପାରିବେ ନାହିଁ

6. କୋରୋନାରୁ ସୁସ୍ଥ ହୋଇଥିବା ଗର୍ଭବତୀ ମହିଳା ପ୍ଲାଜମା ଦେଇପାରିବେ ନାହିଁ

ଜଣେ ବ୍ୟକ୍ତି ପ୍ଲାଜମା ଦାନ କଲେ ଅନ୍ୟର ଅମୂଲ୍ୟ ଜୀବନ ରକ୍ଷା ହୋଇପାରିବ । କୋରୋନାରୁ ସୁସ୍ଥ ହେବାର ପ୍ଲାଜମା ଥେରାପି ଏକ ବଳିଷ୍ଠ ଉପାୟ । ରାଜ୍ୟରେ କୋରୋନାରୁ ସୁସ୍ଥ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହିତ କରାଯାଉଛି । ବ୍ରହ୍ମପୁର, ବୁର୍ଲା, କୋରାପୁଟ ମେଡ଼ିକାଲ କଲେଜ, ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ଆଇ.ଜି.ଏଚ୍. ଠାରେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପରାମର୍ଶ ଦିଆଯାଉଛି । ତେବେ ପ୍ଲାଜମା ଦାନ ସଂପୂର୍ଣ୍ଣ ନିରାପଦ ଅଟେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.